Top 10 News Headlines: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଙ୍ଗବଜାର ନିକଟ କୁଆଖାଇରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ରଙ୍କ ପ୍ରାଣହାନି ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 5 February 2025: H1. 2 Boys Drown During Sarawati Idol Immersion: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଙ୍ଗବଜାର ନିକଟ କୁଆଖାଇରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ରଙ୍କ ପ୍ରାଣହାନି ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ₹୪ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
H2. Odisha vigilance seizes Rs 1.5 crore: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘର ସମେତ ୭ ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି। ମାଲକାନଗିରି ସମେତ କଟକ, ଭୁବନେଶ୍ୱର ର ୭ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
H3. CM Majhi launches 'Bikashita Gaon, Bikashita Odisha': ଆଜିଠୁ ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡିଶା’। ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ। ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ ।
H4. 16th Finance Commission Visits Odisha’s Puri: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଶୋଡ଼ଷ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ୧୫ ଜଣିଆ ଟିମ୍ । ସିଂହଦ୍ୱାର ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗି ଖଣ୍ଡୁଆ ଏବଂ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ଦେଇ ସ୍ବାଗତ କରାଯାଇଥିଲା।ପ୍ରାୟ ଅଧଘଣ୍ଟା ସମୟ ଧରି ଶ୍ରୀମନ୍ଦିରରେ ଦର୍ଶନ କାଳରେ ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରିଥିବା ସହ ଶୁଖିଲା ପ୍ରସାଦ ସେବନ କରିଥିଲେ।
H5. Rourkela Train Derails: ଆଜି ରାଉରକେଲା ଠାରେ ଏକ ମାୱବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଖବର ଅନୁସାରେ ଏହି ଟ୍ରେନ୍ ଟ୍ରାକରୁ ଖସି ଜନବସତି ଭିତରକୁ ମାଡ଼ି ଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ଦେଖିବାକୁ ମିଳେ ଯେ ଟ୍ରେନ୍ ଅନେକ ଘର ଉପରକୁ ଚଢିଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ହତାହତ ହେବାର ଖବର ଆସିନାହିଁ।
H6. IT Data Sharing to Ensure Fair PMGKAY Distribution: ମାଗଣା ରାସନ ନେଉଥିବା ଅଯୋଗ୍ୟ ଲୋକଙ୍କୁ ବାହାର କରିବା ପାଇଁ ଆୟକର ବିଭାଗ ନୂତନ ତଥ୍ୟ ସେୟାର କରିବ। 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା' (PMJKAY) ଅଧୀନରେ ହିତାଧିକାରୀଙ୍କ ତାଲିକାରୁ ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେବା ପାଇଁ ଆୟକର ବିଭାଗ ଖାଦ୍ୟ ମନ୍ତ୍ରଣାଳୟ ସହିତ ତଥ୍ୟ ସେୟାର କରିବ। କହିରଖୁଛୁ ଯେ PMGKAY ଅଧୀନରେ, ଆୟକର ଦେଉନଥିବା ଗରିବ ପରିବାରକୁ ମାଗଣା ରାସନ୍ ଦିଆଯାଏ।
H7. First batch of illegal Indian immigrants from US: ବୁଧବାର ଦିନ ୧.୫୫ ସମୟରେ ୧୦୪ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ବାୟୁସେନାର ଏକ C-୧୭ ବିମାନ ଅମୃତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏଥିରେ ୪୮ ଜଣ ଲୋକ ଏପରି ଥିଲେ ଯାହାଙ୍କ ବୟସ ୨୫ ବର୍ଷରୁ କମ୍। ଏହାର ଅର୍ଥ ହେଉଛି ଆମେରିକାରୁ ବଳପୂର୍ବକ ନିର୍ବାସିତ ହୋଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକଙ୍କ ବୟସ ୨୫ ବର୍ଷରୁ କମ୍। ସୂତ୍ର ଅନୁଯାୟୀ ନିର୍ବାସିତ ଲୋକଙ୍କ ମଧ୍ୟରେ ପଞ୍ଜାବର ୩୦ ଜଣ, ହରିୟାଣା ଏବଂ ଗୁଜରାଟର ୩୩ ଜଣ ଲେଖାଁଏ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ତିନି ଜଣ ଏବଂ ଚଣ୍ଡିଗଡ଼ର ଦୁଇଜଣ ଥିଲେ।
H8. PM Narendra Modi takes holy dip in Sangam: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ କହିଥିଲେ ଯେ "ମା ଗଙ୍ଗାଙ୍କ ଆଶୀର୍ବାଦ ପାଇବା ମୋତେ ଅତ୍ୟନ୍ତ ଶାନ୍ତି ଏବଂ ସନ୍ତୋଷ ଦେଇଛି"। ବୈଦିକ ମନ୍ତ୍ର ଜପ ମଧ୍ୟରେ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ହାତର କେସର କୁର୍ତ୍ତା ଏବଂ ନୀଳ ପାଇଜାମା ପିନ୍ଧି ସଙ୍ଗମରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ରୁଦ୍ରାକ୍ଷ ମାଳା ସହିତ ଜପ ମଧ୍ୟ କରିଥିଲେ। ତାଙ୍କ ବେକରେ ଏକ ରୁଦ୍ରାକ୍ଷ ମାଳା ମଧ୍ୟ ଥିଲା। ସେ ଗଙ୍ଗାଙ୍କୁ କ୍ଷୀରରେ ଅଭିଷେକ କଲେ ଏବଂ ଫୁଲମାଳ ଅର୍ପଣ କରି ଆରତୀ କଲେ।
H9. Delhi Assembly Elections 2025 Exit Polls 2025: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି ଏବଂ ୮ ଫେବୃଆରୀରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ବିଭିନ୍ନ ଏଜେନ୍ସିଗୁଡ଼ିକର ଏକଜିଟ୍ ପୋଲରେ ବିଜେପି ବହୁମତ ପାଇବା ପରି ମନେ ହେଉଛି। ୮ଟି ଏକଜିଟ୍ ପୋଲ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରିଛି। ଆମ ଆଦମୀ ପାର୍ଟିର ଆସନ ଅଧା ହୋଇଯିବ ବୋଲି ଆଶା କରାଯାଉଛି। ୮ଟି ଏକଜିଟ୍ ପୋଲରେ ବିଜେପି ଦିଲ୍ଲୀରେ ସରକାର ଗଠନ କରୁଥିବା ଦେଖାଯାଉଛି ଯେତେବେଳେ କି ଦୁଇଟି ଏକଜିଟ୍ ପୋଲରେ ଆମ ଆଦମୀ ପାର୍ଟି ପୁଣି ଥରେ ଆଶ୍ଚର୍ଯ୍ୟ କରିପାରେ।
H10. India vs England Playing 11: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20I ସିରିଜର ସମାପ୍ତି ପରେ ଏବେ ODI ସିରିଜ ଆରମ୍ଭ ହେବାକୁ ଯାଉଛି। ଟି-୨୦ ସିରିଜ୍ ୪-୧ରେ ଜିତିଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡକୁ ଦିନିକିଆ ସିରିଜରେ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ୬ ଫେବୃଆରୀରୁ ନାଗପୁରରେ ଏକଦିବସୀୟ ସିରିଜ୍ ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଆଉ ଗୋଟିଏ ଦିନ ବାକି ଅଛି କିନ୍ତୁ ଇଂଲଣ୍ଡ ନିଜର ପ୍ଲେଇଂ ଇଲେଭେନ ଘୋଷଣା କରିଛି।