ଶ୍ରୀମନ୍ଦିରରୁ ପ୍ରଭୁ ଳିଙ୍ଗରାଜ ମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର
Advertisement
Article Detail0/zeeodisha/odisha2030346

ଶ୍ରୀମନ୍ଦିରରୁ ପ୍ରଭୁ ଳିଙ୍ଗରାଜ ମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର

Invitation to lord lingaraj:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ କରିବା ପାଇଁ ପୁରୀରୁ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ଭବ୍ୟ ସମ୍ୱର୍ଦ୍ଧନା ସହିତ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା ।

ଶ୍ରୀମନ୍ଦିରରୁ ପ୍ରଭୁ ଳିଙ୍ଗରାଜ ମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର

Invitation to lord lingaraj: ପୁରୀ ଧାମରୁ ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଆସିଛି ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ କରିବା ପାଇଁ ପୁରୀରୁ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ଭବ୍ୟ ସମ୍ୱର୍ଦ୍ଧନା ସହିତ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା ।

କେବଳ ବାବା ଲିଙ୍ଗରାଜଙ୍କୁ ନୁହେଁ ଏଥିସହିତ ରାଜ୍ୟ ତଥା ଦେଶର ପ୍ରମୁଖ ମନ୍ଦିର, ମଠ, ପୀଠକୁ ନିମନ୍ତ୍ରଣ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ଯିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ୩୦ଟି ସ୍ଥାନରେ ପହଞ୍ଚି ପ୍ରତିନିଧି ମଣ୍ଡଳୀ ଶ୍ରୀମନ୍ଦି ପରିକ୍ରମା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ସେମଧ୍ୟରୁ ଓଡ଼ିଶାରେ ୧୩ଟି ମନ୍ଦିର ଏବଂ ରାଜ୍ୟ ବାହାରେ ୧୭ଟି ସ୍ଥାନ ରହିଛି । କେବଳ ମନ୍ଦିର କିମ୍ୱା ପୀଠ ନୁହେଁ ଏଥିସହିତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

Also Read- ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ

Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...