khordha: ଜିଲ୍ଲା କାରାଗାର ପରିସରରେ ପ୍ରିଜିକ୍ସ ଫର୍ମେଶନ ଡେ ପାଳିତ
Advertisement
Article Detail0/zeeodisha/odisha2005119

khordha: ଜିଲ୍ଲା କାରାଗାର ପରିସରରେ ପ୍ରିଜିକ୍ସ ଫର୍ମେଶନ ଡେ ପାଳିତ

khordha: ଜିଲ୍ଲା କାରାଗାର ପରିସରରେ ଚଳିତ ବର୍ଷ ପ୍ରିଜିକ୍ସ ଫର୍ମେଶନ ଡେ (Physics Formation Days) ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (Jyotirindra Nath Mitra) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

khordha: ଜିଲ୍ଲା କାରାଗାର ପରିସରରେ ପ୍ରିଜିକ୍ସ ଫର୍ମେଶନ ଡେ ପାଳିତ

khordha News: ଜିଲ୍ଲା କାରାଗାର ପରିସରରେ ଚଳିତ ବର୍ଷ ପ୍ରିଜିକ୍ସ ଫର୍ମେଶନ ଡେ (Physics Formation Days) ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (Jyotirindra Nath Mitra) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଦିନଟିର ମହତ୍ବ ବିଷୟରେ ଜେଲ ଅଧିକ୍ଷକ କୃଷ୍ଣ ଚନ୍ଦ୍ର ରାଉତ ସମସ୍ତଙ୍କୁ ଅବଗତ କରାଇଥିଲେ । ଦୀର୍ଘ ଏକ ମାସ ଧରି ଅନ୍ତେବାସୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ଅନ୍ତେବାସୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାରାଗାର ବିଭାଗ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟର ଏହା ଏକ ଅଂଶ ବିଶେଷ ବୋଲି ଜେଲ ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତ ପ୍ରକାଶ କରିଥିଲେ । କାରାମଙ୍ଗଳ ଅଧିକାରୀ ସୁଧାଂଗାନା ନାୟକ, ଡାକ୍ତର ସୁଖୀ ଶ୍ଵେତାଲୀନା, ଫାର୍ମାସିଷ୍ଟ ଶୈଳେଶ କୁମାର ଷଡ଼ଙ୍ଗୀ, ସାଇକୋଲୋଜିଷ୍ଟ ସୁଶ୍ରୀ ଶୈଳଜା ଦାସ ଏବଂ ସୁଶ୍ରୀ ସ୍ମିତା ପ୍ରଧାନ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ସହ - କାରାପାଳ ବିଜୟ କୁମାର ସାମନ୍ତରାୟ , ଉପ ସହ - କାରପାଳ ଦୁଃଖିଶ୍ୟାମ ବେହେରା, କାରାଗାରର ଅନ୍ୟାନ୍ୟ କର୍ମଚାରୀ ଓଅନ୍ତେବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।