ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ; ଏତିକି ତାରିଖ ପର୍ଯ୍ୟନ୍ତ ଚାଲିବ...
Advertisement
Article Detail0/zeeodisha/odisha2498667

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ; ଏତିକି ତାରିଖ ପର୍ଯ୍ୟନ୍ତ ଚାଲିବ...

odisha matric exam: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ।

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ; ଏତିକି ତାରିଖ ପର୍ଯ୍ୟନ୍ତ ଚାଲିବ...

କଟକ: ଆଜିଠୁ ଆରମ୍ଭ ମାଟ୍ରିକ ଫର୍ମ ପୂରଣ। ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ମିନିଟ ପର୍ଯ୍ୟନ୍ତ ରହିଛି। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ। ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ। 

ଅନ୍ୟପଟେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ। ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ।