Archana Nag: ଜେଲରୁ ବେଲରେ ଆସିଲେ ହନିଟ୍ରାପ୍ କୁଇନ୍, ଘରେ ପହଞ୍ଚିବା ପରେ...
Advertisement
Article Detail0/zeeodisha/odisha2006432

Archana Nag: ଜେଲରୁ ବେଲରେ ଆସିଲେ ହନିଟ୍ରାପ୍ କୁଇନ୍, ଘରେ ପହଞ୍ଚିବା ପରେ...

Archana Nag: ଅପେକ୍ଷାର ଅନ୍ତ ଘଟିଲା।  ଶେଷରେ ଝାରପଡା ଜେଲରୁ ମୁକୁଳିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ (Honey Trap Queen Archana Nag) । ଦିର୍ଘ ୧୪ ମାସ ପରେ ସେ ଜେଲରୁ ଆଜି ମୁକୁଳିଛନ୍ତି (Archana Nag Walks Out Of Jail After 14 months) । ତେବେ,  ଇଡି ମାମଲାରେ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିବା ପରେ ଅର୍ଚ୍ଚନା ଜେଲରୁ ମୁକୁଳିଛନ୍ତି ।

Archana Nag: ଜେଲରୁ ବେଲରେ ଆସିଲେ ହନିଟ୍ରାପ୍ କୁଇନ୍, ଘରେ ପହଞ୍ଚିବା ପରେ...

Archana Nag: ଅପେକ୍ଷାର ଅନ୍ତ ଘଟିଲା।  ଶେଷରେ ଝାରପଡା ଜେଲରୁ ମୁକୁଳିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ (Honey Trap Queen Archana Nag) । ଦିର୍ଘ ୧୪ ମାସ ପରେ ସେ ଜେଲରୁ ଆଜି ମୁକୁଳିଛନ୍ତି (Archana Nag Walks Out Of Jail After 14 months) । ତେବେ,  ଇଡି ମାମଲାରେ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିବା ପରେ ଅର୍ଚ୍ଚନା ଜେଲରୁ ମୁକୁଳିଛନ୍ତି । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍ ପାଖକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଆସିଥିଲେ ବୋଲି ଦେଖିବାକୁ ମିଳିଥିଲା।

Also Read: Bus Service: ଏଣିକି ଜଗା ଦର୍ଶନ ହେବ ଆହୁରି ସହଜ, ଏହି ସବୁ ଜିଲ୍ଲାରୁ ପୁରୀକୁ ଗଡି଼ବ ଦାମିକିଆ ବସ୍

ଝାରପଡା ଜେଲରୁ ସେ ବାହାରିବା ପରେ ସିଧା ସ୍ବାମୀଙ୍କ ସହ ସତ୍ୟ ବିହାର ସ୍ଥିତ ଘରକୁ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ, ତାଙ୍କୁ ବନ୍ଧାପନା କରିଥିଲେ ପରିବାର ସଦସ୍ୟ। ତେବେ, ସବୁଠୁ ବଡ଼ କଥା ହେଲା ଯେ, ଆଜି ଅର୍ଚ୍ଚନାଙ୍କ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ୍ ଲ କଲେଜରେ ଲ' ପରୀକ୍ଷା ଅଛି । ଘରେ ପହଞ୍ଚିବାର କିଛି ସମୟ ପରେ ସେ ପୁଣି ଥରେ ପରୀକ୍ଷା ଦେବାକୁ କ୍ୟାପିଟାଲ୍ ଲ କଲେଜକୁ ଆସିବେ ବୋଲି ଜଣାପଡିଛି। ପରୀକ୍ଷା ପାଇଁ ସେ ପୂରା ପ୍ରସ୍ତୁତ ଥିବା କହିଛନ୍ତି। ଏଥିପାଇଁ ଆଜିର ପରୀକ୍ଷା ଭଲ ହେବ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ। 

ବ୍ଲାକମେଲିଂ ମାମଲାରେ ଝାରପଡା ଜେଲରେ ଥିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା । ହାଇକୋର୍ଟଙ୍କ ସର୍ତ୍ତ ମୂଳକ ଜାମିନ୍ ବଦଳରେ ଜେଲରୁ ବାହାରିଛନ୍ତି। ୨ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ବିଶେଷ କରି ସାକ୍ଷୀଙ୍କୁ ପ୍ରଭାବିତ ନ କରିବା, ପ୍ରମାଣ ନଷ୍ଟ ନ କରିବା ଓ ପ୍ରତ୍ୟକ ତାରିଖରେ କୋର୍ଟରେ ହାଜର ହେବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ।  ଅର୍ଚ୍ଚନା କୋର୍ଟରେ ନିଜର ପାସପୋର୍ଟ ଜମା କରିବା ନେଇ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ପୂର୍ବରୁ ୨ଟି ମାମଲାରେ ସେ ଜାମିନ୍ ପାଇସାରିଛନ୍ତି। 

ସୂଚନା ଅନୁସାରେ, ୨୦୨୨ ମସିହା ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ (Prevention of Money Laundering Act)ଅର୍ଚ୍ଚନାଙ୍କୁ ଇଡି (Enforcement Directorate) ଗିରଫ କରିଥିଲା । ତେବେ, ଆମେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଇଡି ଏହି  ମନି ଲଣ୍ଡରିଂ ମାମାଲାର  ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ଯଥେଷ୍ଟ ପ୍ରମାଣ ମିଳିଥିଲା। ପୂର୍ଵରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ(husband Jagabandhu Chand) ମଧ୍ୟ ଜାମିନ ପ୍ରଦାନ କରି ଥିଲେ ହାଇକୋର୍ଟ ।  ବହୁ ଚର୍ଚ୍ଚିତ ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ ।  ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଆଲିସାନ୍ ବଙ୍ଗଳାରେ ରହୁଥିଲେ ବଡ଼ ଗାଡି଼ ଚଢୁଥିଲେ। 

ଆଉ ରାତି ହେଲେ ତାଙ୍କ ରଙ୍ଗ ମହଲରେ ଜମୁଥିଲା ବଡ଼ ବଡି଼ଆ ନେତା ଓ ଅଫିସରଙ୍କ ଭିଡ। ଯେତେବେଳେ ଲେଡି ବ୍ଲାକମେଲର ଗିରଫ ହୋଇଥିଲେ ସେତେବେଳ ସାମ୍ନାକୁ ଆସିଥିଲା ଅର୍ଚ୍ଚନାଙ୍କ ସହ ବଡ ବଡିଆ ନେତାଙ୍କ ଲିଙ୍କ୍ । ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।  ଏପରିକି ବିଜେଡି ଓ ବିଜେପିର କେତେକ ବରିଷ୍ଠ ନେତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲା।  ବଡ଼ ବଡ଼ ନେତାଙ୍କ ସହିତ ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ସୃଷ୍ଟି ହୋଇଥିଲା। ଯେତେବେଳେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଥିଲେ ସେତେବେଳେ ବଡ଼ବଡ଼ ରାଜନେତାଙ୍କ ମୁଖା ଖୋଲିବେ ବୋଲି କହୁଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ରାଜନେତାଙ୍କ ନାଁ ପ୍ରକାଶ କଲେ ନାହିଁ।