Odisha News: ଗେଣ୍ଡୁ ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର ,ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ
Advertisement
Article Detail0/zeeodisha/odisha2175679

Odisha News: ଗେଣ୍ଡୁ ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର ,ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ

Odisha News: ଲାଭବାନ୍ କରିଛି ଗେଣ୍ଡୁ ଫୁଲ ଚାଷ।  ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଜଗତସିଂହପୁର ଜିଲ୍ଲାର ୫ ମହିଳା। କିଛିମାସ ହେବ ଗେଣ୍ଡୁଫୁଲ ଚାଷ କରି ବେଶ୍ ଲାଭବାନ ହେବା ସହିତ ସାରା ଜିଲ୍ଲାରେ ମହିଳା ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। କିଛିମାସ ତଳେ ଜଗତସିଂହପୁର ଜିଲ୍ଲା କୂଳ କଇଜଙ୍ଗା ଗାଁର ପାଞ୍ଚଜଣ ମହିଳା ଅବସର ସମୟରେ ଏକତ୍ରିତ ହୋଇ ନିଜେ କିଛି ରୋଜଗାର କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରିଥିଲେ। 

Odisha News: ଗେଣ୍ଡୁ ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର ,ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ

Odisha News: ଲାଭବାନ୍ କରିଛି ଗେଣ୍ଡୁ ଫୁଲ ଚାଷ।  ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଜଗତସିଂହପୁର ଜିଲ୍ଲାର ୫ ମହିଳା। କିଛିମାସ ହେବ ଗେଣ୍ଡୁଫୁଲ ଚାଷ କରି ବେଶ୍ ଲାଭବାନ ହେବା ସହିତ ସାରା ଜିଲ୍ଲାରେ ମହିଳା ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। କିଛିମାସ ତଳେ ଜଗତସିଂହପୁର ଜିଲ୍ଲା କୂଳ କଇଜଙ୍ଗା ଗାଁର ପାଞ୍ଚଜଣ ମହିଳା ଅବସର ସମୟରେ ଏକତ୍ରିତ ହୋଇ ନିଜେ କିଛି ରୋଜଗାର କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରିଥିଲେ। ଯାହା ଫଳରେ ଏମାନେ ବିଭିନ୍ନ ରୋଜଗାର ପନ୍ଥା ବାବଦରେ ଚିନ୍ତା କରି ଶେଷରେ ଗେଣ୍ଡୁଫୁଲ ଚାଷ କରିବା ପାଇଁ ସ୍ଥିର କରିଥିଲେ। 

ଏଥିପାଇଁ ସ୍ଥାନୀୟ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ପରାମର୍ଶ କରି ନିଜ ଖର୍ଚ୍ଚରେ ଏମାନେ ପ୍ରଥମେ ୧୫ ଗୁଣ୍ଠ ଜମିରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରଥମେ ସେମାନେ କଲିକତାରୁ ଫୁଲ ମଞ୍ଜି କିଣିବା ପରେ ନିଜେ ଶ୍ରମଦାନ କରିବା ସହିତ ଏବେ ଦେବୀନଦୀ ପଠାରେ ଫୁଟାଇ ପାରିଛନ୍ତି ଗେଣ୍ଡୁଫୁଲର ସମ୍ଭାର। ପ୍ରତିଦିନ ଏମାନେ ଫୁଲ ତୋଳି ରଖିବା ପରେ କ୍ଷେତ ନିକଟକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଉତ୍ସବ ନିମନ୍ତେ ଲୋକେ ଆସି ସୁବିଧାରେ ଫୁଲ କିଣି ନେଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ଆସି ଫୁଲ କିଣି ନେଉଛନ୍ତି। 

ଏହି ଗେଣ୍ଡୁଫୁଲ ଚାଷରେ ମହିଳା ମାନେ ଯେତିକି ମୂଳଧନ ବିନିଯୋଗ କରିଥିଲେ ତାହା ମିଳି ସାରିଥିବା ବେଳେ ଏବେ ସେମାନେ ପ୍ରତିଦିନ ଭଲ ଦୁଇ ପଇସା ଲାଭ ବାହାର କରିପାରୁଛନ୍ତି। ସେପଟେ, ଏନେଇ ମହିଳା ଚାଷୀ ପ୍ରତିକ୍ରିୟା ରଖିଛନ୍ତି। ସେ ନିଜେ ରୋଜଗାରକ୍ଷମ ହୋଇ ପାରିଥିବାରୁ ବେଶ ଖୁସିବ୍ୟକ୍ତି କରିଛନ୍ତି । ଆଗାମୀ ଦିନରେ ଗୋଲାପ ଓ ରଜନୀଗନ୍ଧା ଚାଷ କରିବା ପାଇଁ ମଧ୍ୟ ଆଶା ରଖିଛନ୍ତି ବୋଲି ସ୍ୱାବଲମ୍ବୀ ମହିଳାମାନେ କହିଛନ୍ତି। ଉକ୍ତ ଅଞ୍ଚଳରେ ନୂତନ ଭାବରେ ଫୁଲ ଚାଷ କରି ଏହି ମହିଳା ମାନେ ରୋଜଗାରକ୍ଷମ ହୋଇପାରିଥିବା ସହିତ ଅନ୍ୟ ମାନଙ୍କ ପାଇଁ ଏକପ୍ରକାର ଉଦାହରଣ ପାଲଟିଛନ୍ତି।