Odisha News: ଲେଖାପଢା ଜାଣି ନଥିବାରୁ ହରାଇଲେ ସରପଞ୍ଚ ପଦ, ଦାୟିତ୍ବ ନେଲେ...
Advertisement
Article Detail0/zeeodisha/odisha2308725

Odisha News: ଲେଖାପଢା ଜାଣି ନଥିବାରୁ ହରାଇଲେ ସରପଞ୍ଚ ପଦ, ଦାୟିତ୍ବ ନେଲେ...


Odisha News: ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଆଉ ଦାୟିତ୍ବ ନେଲେ ନାଏବ ସରପଞ୍ଚ।  ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। 

Odisha News: ଲେଖାପଢା ଜାଣି ନଥିବାରୁ ହରାଇଲେ ସରପଞ୍ଚ ପଦ, ଦାୟିତ୍ବ ନେଲେ...

Odisha News: ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଆଉ ଦାୟିତ୍ବ ନେଲେ ନାଏବ ସରପଞ୍ଚ।  ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ସରପଞ୍ଚ କୁନ୍ତଳା ମଲ୍ଲିକ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ କୁନ୍ତଳା ସରପଞ୍ଚ ହୋଇଥିଲେ। ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖି ପାରୁଥିବା ଦରକାର। ହେଲେ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁ ନ ଥିବା ନେଇ ଧାମନଗର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା। ତେବେ କୁନ୍ତଳା କୋର୍ଟରେ ନିଜକୁ ପାଠ ପଢୁଆ ସରପଞ୍ଚ ବୋଲି ସାବ୍ୟସ୍ତ କରି ପାରି ନଥିଲେ। ତେବେ କୋର୍ଟ ତାଙ୍କ ସରପଞ୍ଚ ପଦ ରଦ୍ଧ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ବୋଲି କୌଣସି ସଠିକ୍ ପ୍ରମାଣ ଦେଇପାରି ନଥିଲେ। ଶେଷରେ ନିଜ ସରପଞ୍ଚ ପଦ ହରାଇଛନ୍ତି କୁନ୍ତଳା ମଲ୍ଲିକ। 

ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଚିଠି ଅନୁସାରେ, ଆଜି ପଞ୍ଚାୟତର PEOଙ୍କ ଉପସ୍ଥିତିରେ ପଞ୍ଚାୟତର ନାଏବ ସରପଞ୍ଚ ପ୍ରଦିପ ବାରିକଙ୍କୁ ପଂଚାୟତର ସରପଞ୍ଚ ଦାଇତ୍ୱ ପ୍ରଦାନ କରାଯାଉଛି। ନିଜେ PEO ସରପଞ୍ଚ ଭାବେ ପ୍ରଦିପ ବାରିକଙ୍କୁ ଶପଥ ପାଠ କାରାଇଥିଲେ। ମୋଟ ୧୫ ଟି ୱାର୍ଡ କୁ ନେଇ ଏହି ପଞ୍ଚାୟତ ଗଠିତ ହୋଇଛି। ଏନେଇ ୧୦ ଟି ୱାର୍ଡ ମେମ୍ବର ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ।

ସେପଟେ ବାରମ୍ବାର ନୋଟିସ ସତ୍ତ୍ବେ ସରପଞ୍ଚ କୁନ୍ତଳା ମଲ୍ଲିକ ନିଜର ପଦ ଛାଡ଼ୁନଥିଲେ। ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧାମନଗର BDO ସରପଞ୍ଚ ପଦ ରଦ୍ଧ ନେଇ କୁନ୍ତଳାଙ୍କ ବାସଭବନ ଆଗରେ ନୋଟିସ ଲଗାଇଲେ। ନାଏବ ସରପଞ୍ଚ ପ୍ରଦିପ ବାରିକଙ୍କୁ ସରପଞ୍ଚ ଭାବେ ଦାୟିତ୍ବ ହସ୍ତାନ୍ତର କରିଥିଲେ। ପରବର୍ତ୍ତି ସମୟରେ ପଂଚାୟତରେ ନିର୍ବାଚନ କରିଯିବା ନେଇ ବିଜ୍ଞାପିତ କରିବା ନେଇ ଚିଠିରେ ଦର୍ଶାଯାଇଛି। ତେବେ ଏନେଇ କୁନ୍ତଳା ଗଣମାଧ୍ୟମକୁ କିଛି କହିବାକୁ ମାନକରିଦେଇଥିଲେ।