Puri News: ଆଜି ଏହି ୫ ଜିଲ୍ଲାର ଭକ୍ତ ବୁଲିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Advertisement
Article Detail0/zeeodisha/odisha2083905

Puri News: ଆଜି ଏହି ୫ ଜିଲ୍ଲାର ଭକ୍ତ ବୁଲିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

Puri News: ଆଜି ଭକ୍ତଙ୍କ ଆଗମନରେ ଉଛୁଳିବ ବଡଦାଣ୍ତ। ଲୋକାରଣ୍ୟ ହୋଇପଡିବ ଶ୍ରୀମମନ୍ଦିର। ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ (Srimandir Parikrama Project Inauguration)ଲୋକାର୍ପିତ ହୋଇଥିଲା।  ଏହି ମହତ୍ବକାଂକ୍ଷୀ ପ୍ରକଳ୍ପକୁ  ଦୈନିକ ହଜାର ହଜାର ଶ୍ରଦ୍ଧାଳୁ (Devotees) ଦେଖି ଖୁସି ବ୍ୟକ୍ତ କରୁଛନ୍ତି।

ସୌଜନ୍ୟ- ସୋସିଆଲ ମିଡି଼ଆ

Puri News: ଆଜି ଭକ୍ତଙ୍କ ଆଗମନରେ ଉଛୁଳିବ ବଡଦାଣ୍ତ। ଲୋକାରଣ୍ୟ ହୋଇପଡିବ ଶ୍ରୀମମନ୍ଦିର। ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ (Srimandir Parikrama Project Inauguration)ଲୋକାର୍ପିତ ହୋଇଥିଲା।  ଏହି ମହତ୍ବକାଂକ୍ଷୀ ପ୍ରକଳ୍ପକୁ  ଦୈନିକ ହଜାର ହଜାର ଶ୍ରଦ୍ଧାଳୁ (Devotees) ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ  ଶ୍ରୀ ଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ (arpan ratha)।  ପ୍ରତ୍ୟକ ବ୍ୟକ୍ତି ମହାପ୍ରଭୁଙ୍କ(lord Jagannath) ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଗୁଆ ଓ ଅକ୍ଷତ।  ସେତେବେଳେ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ  ଓ ଏହି ପରିକ୍ରମା ପ୍ରକଳ୍ପ ପରିଭ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। 

ସେହି ଆଧାରରେ ଆଜି ଅର୍ଥାତ୍ ଜାନୁଆରୀ ୨୯ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ଗଂଜାମ, ବାଲେଶ୍ବର, କଟକ, ମୟୂରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାରୁ କିଛି ଅଂଚଳର ଜନସାଧାରଣ ଆସିବେ।  ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍ ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାଶ୍ବରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର ବସ୍ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲବ ପିଲିଗ୍ରିମ୍ ସେଣ୍ଟରକୁ ନିଆଯିବ। 

ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ (Srimandir Parikrama Project)ପରିଭ୍ରମଣ କରାଯିବ।  ଏହି କାର୍ଯ୍ୟରେ  ବିଭିନ୍ନ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଅଛି।  ପ୍ରଥମ ଦିନର କାର୍ଯ୍ୟସୂଚୀ ଅନୁସାରେ, ସକାଳ ୯ଟାରେ କଟକ ମହାନଗର ନିଗମ ଓ ୧୦ଟାରେ କଟକ ଜିଲ୍ଲାର ଅନ୍ୟ ବ୍ଲକ୍ ଅଞ୍ଚଳର ଶ୍ରଦ୍ଧାଳୁ ପହଞ୍ଚିବେ। ସେହିପରି, ମୟୂରଭଂଜ, ବାଲେଶ୍ବର ସକାଳ ୧୦ ଘଟିକା , ଗଂଜାମ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଂଚଳର ଶ୍ରଦ୍ଧାଳୁମାନେ ଦିବା ୧୨ ଘଟିକାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପଞ୍ଚାୟତରାଜ ବିଭାଗ  ଓ ଜିଲ୍ଲା ପ୍ରଶାସନ ସହ ନୋଡାଲ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।