ଗାଁ ମୁହାଁ କଲରାପତରିଆ ବାଘ, ବାଛୁରୀକୁ ବନାଇଲା ଆହାର
Advertisement
Article Detail0/zeeodisha/odisha1989192

ଗାଁ ମୁହାଁ କଲରାପତରିଆ ବାଘ, ବାଛୁରୀକୁ ବନାଇଲା ଆହାର

ବାଛୁରୀକୁ ମାରି ଆହାର ବନାଇଛି ବାଘ । ଗାଁରେ ବାଘ ଭୟ ଦେଖା ଦେବା ସହିତ ଲୋକମାନେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି । 

ଗାଁ ମୁହାଁ କଲରାପତରିଆ ବାଘ, ବାଛୁରୀକୁ ବନାଇଲା ଆହାର

ନୂଆପଡା: ସୁନାବେଡା ଅଭୟାରଣ୍ୟର ସୋସେଙ୍ଗ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ବାଛୁରୀକୁ ମାରି ଆହାର ବନାଇଛି ବାଘ । ଗାଁରେ ବାଘ ଭୟ ଦେଖା ଦେବା ସହିତ ଲୋକମାନେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବନ୍ୟ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । 

ସୂଚନା ମୁତାବକ, ଗତକାଲି ବିଲମ୍ବିତ ରାତିରେ ସୋସେଙ୍ଗ ଗାଁର ସନ୍ତୋଷ ମାଝୀଙ୍କ ଗୁହାଳରେ ପସିଥିଲା କଲରାପତରିଆ ବାଘ । ବାଛୁରୀକୁ ଗୁହାଳରୁ ଟେକି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ବନ୍ୟ ବିଭାଗ ଅଧିକାରୀମାନେ ପହଞ୍ଚିବା ପରେ ବାଘର ଗତିବିଧି ଜାଣିବା ପାଇଁ ସୋସେଙ୍ଗ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇଛନ୍ତି ।

Also Read- Air Service: ଖୁବଶୀଘ୍ର ଅଯୋଧ୍ୟାରୁ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ବିମାନସେବା

Also Read- Video: ନିଜ ଲଗେଜକୁ ନିଜେ ଉଠାଇ ଟ୍ରକରେ ଲଦିଲେ ପାକିସ୍ତାନୀ କ୍ରିକେଟର, ଭିଡିଓ ଭାଇରାଲ୍