Weather Update: ଆଗାମୀ ଦୁଇ ଦିନ ଭିତରେ ଖସିବ ପାରଦ, ବଢିବ ଶୀତ
Advertisement
Article Detail0/zeeodisha/odisha2003205

Weather Update: ଆଗାମୀ ଦୁଇ ଦିନ ଭିତରେ ଖସିବ ପାରଦ, ବଢିବ ଶୀତ

Weather Update: ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଆସନ୍ତା ୨ରୁ ୩ ଦିନ ମଧ୍ଯରେ ରାତି ତାପମାତ୍ରା ୨ରୁ ୪ ଡି଼ଗ୍ରୀ ହ୍ରାସ ପାଇବା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ବୋହୁଥିବା ଶୁଷ୍କ ବାୟୁ ପ୍ରଭାବରେ ଶୀତ (Winter) ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରବିବାର ଦିନଠାରୁ ପାଗ ଶୁଖିଲା ରହିବ । ଏହା ସହ ସକାଳୁ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି (Fog) ଦୃଶ୍ୟମାନ ହେବ । ଏହାପରେ ୧୧ ତାରିଖ ରାତିରୁ ତାପମାତ୍ରା ଧୀରେ ଧୀରେ କମିବ। ତେବେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ .୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୪ ଡିଗ୍ରୀ, କେନ୍ଦୁଝରରେ ୧୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ, ବୌଦ୍ଧରେ ୧୬.୫ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ରେକର୍ଡ଼ କରାଯାଇଛି ।