Top 10 News Headlines: ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ୨ ଓ ୩ ତାରିଖ ଦିନ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ସମପରି ୫ ଓ ୬ ତାରିଖରେ ବି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 31 January 2025: H1. CM Majhi Visits Barabati Stadium: ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।
H2. Ratna Bhandara repair work Suspended For 4 Days: ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ୨ ଓ ୩ ତାରିଖ ଦିନ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ସମପରି ୫ ଓ ୬ ତାରିଖରେ ବି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯିବ। ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ।
H3. Bhadrak bomb blast Case: ଭଦ୍ରକ ଜିଲ୍ଲାରେ ଏକ ବୋମାମାଡ ଘଟଣା ସାମ୍ନାକୁ ଆସିଛି। ଚରମ୍ପା ସ୍କୁଲ ରୋଡ୍ ପୂଜା ମଣ୍ଡପ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଯୁବକଙ୍କ ଉପରେ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଏହି ବୋମା ମାଡ଼ରେ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଥିବାର ଜଣା ପଡିଛି। ଘଟଣାସ୍ଥଳକୁ ଯାଇ ଟାଉନ ଥାନା ପୋଲିସ ତଦନ୍ତ କରୁଛି। ଖବର ଅନୁସାର ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି।
H4. Budget Session 2025: ସଂସଦର ବଜେଟ ଅଧିବେଶନ ଆଜି ଅର୍ଥାତ୍ ୩୧ ଜାନୁଆରୀରୁ ଆରମ୍ଭ ହୋଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହ ଯଥା ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କହିରଖୁଛୁ ଯେ ଆସନ୍ତା କାଲି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୫ ଉପସ୍ଥାପନ କରିବେ।
H5. Sonia Gandhi Called President Poor Lady: ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି ଯେ ଏହା ହଙ୍ଗାମା ସୃଷ୍ଟି କରିଛି। ରାଷ୍ଟ୍ରପତି ମୁର୍ମୁ ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସୋନିଆ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣ ଉପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ 'ପୋର୍ ଲେଡି' ଭାଷଣ ଶେଷ ସୁଦ୍ଧା କ୍ଳାନ୍ତ ହୋଇଯାଇଥିଲେ।
H6. PM Modi on Budget 2025: ୧୮ତମ ଲୋକସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହ ଯଥା ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏହା ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ମଧ୍ୟବିତ୍ତ ବର୍ଗ, ବିଶେଷକରି କରଦାତାଙ୍କ ଆଶା ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗ ଆୟକରରେ ରିହାତି ପାଇବାକୁ ଆଶା କରିବା ଆରମ୍ଭ କରିଛନ୍ତି।
H7. Mamta Kulkarni expelled from Kinnar Akhara: ଚଳଚ୍ଚିତ୍ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଏକ ବଡ଼ ଝଟକା ଲାଗିଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କିନ୍ନର ଆଖାଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ମମତା କୁଲକର୍ଣ୍ଣିଙ୍କୁ ଆଖାଡାରୁ ବହିଷ୍କାର କରିଛନ୍ତି। ସେ କିନ୍ନର ଆଖଡ଼ାରୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି।
H8. 7 AAP MLAs Resign: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଆମ ଆଦମୀ ପାର୍ଟିରେ ଇସ୍ତଫା ଦେବାର ଧାରା ସେତିକି ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ AAP ଦଳର ସାତ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନରେ ଭୋଟ ଦେବାର ପାଞ୍ଚ ଦିନ ପୂର୍ବରୁ ତ୍ରିଲୋକପୁରୀ ବିଧାୟକ ରୋହିତ କୁମାର, ମେହରୌଲି ବିଧାୟକ ନରେଶ ଯାଦବ, କସ୍ତୁରବା ନଗର ବିଧାୟକ ମଦନ ଲାଲ, ପାଲମ ବିଧାୟକ ଭାବନା ଗୌର ଏବଂ ଜନକପୁରୀ ବିଧାୟକ ରାଜେଶ ରିଷି AAPକୁ ବାଏ ବାଏ କହିଛନ୍ତି।
H9. Pakistan announced team for Champions Trophy: ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଶୁକ୍ରବାର ତାର ଦଳ ଘୋଷଣା କରିଛି। ମହମ୍ମଦ ରିଜୱାନଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଯେତେବେଳେ ସଲମାନ ଅଲି ଆଗାଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ୨୦୧୭ରେ ଟ୍ରଫି ଜିତିଥିବା ଦଳର ତିନି ଜଣ ସଦସ୍ୟ ମଧ୍ୟ ଏହି ଦଳରେ ଅଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ବାବର ଆଜମ, ଫହିମ ଆଶରଫ ଏବଂ ଫଖର ଜମାନ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋନୀତ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।
H10. IND vs ENG 4th T20I: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ଚତୁର୍ଥ ମ୍ୟାଚ୍ ଶୁକ୍ରବାର ଦିନ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ସର୍ବାଧିକ ୫୩ ରନ ଲେଖାଁଏ କରିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମୁଦ ୩୫ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ଖେଳ ଜାରି ରହିଛି।