Weather Update: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ! ୪ ଜିଲ୍ଲାକୁ ୟେଲୋ ଆଲର୍ଟ
Advertisement
Article Detail0/zeeodisha/odisha1834306

Weather Update: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ! ୪ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ । ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେଉଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ (IMD ) ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୨୫ ତାରିଖରେ ରାଜ୍ୟରେ ବର୍ଷାର (heavy rainfall) ପରିମାଣ ବଢିପାରେ । ୨୨ରୁ 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ । ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେଉଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ (IMD ) ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୨୫ ତାରିଖରେ ରାଜ୍ୟରେ ବର୍ଷାର (heavy rainfall) ପରିମାଣ ବଢିପାରେ । ୨୨ରୁ  ୨୪ ତାରିଖ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ରୁ ୨୪ ମଧ୍ୟରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଭାରି ବର୍ଷାର ସମ୍ଭାବନା (heavy rainfall) ରହିଛି । ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି(yellow warning)କରାଯାଇଛି । ଏହି ଜିଲ୍ଲା ଗୁଡିକରେ, ୭ ରୁ ୧୧ ସେମି ଭିତରେ ବର୍ଷା ହୋଇପାରେ।  ଚଳିତ ମୌମୁମୀରେ ୧ ଜୁନରୁ ୨୦ ତାରିଖ ଯାଏଁ ୭୩୬.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୮୦୧.୫ ମିମି  ତୁଳନାରେ ୮ ପ୍ରତିଶତ କମ୍ ରହିଛି । 

 

Also Read: Horoscope Today Aug 21 2023: ଧନଲାଭର ଯୋଗ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: ବକ୍ସ ଅଫିସରେ ଅକ୍ଷୟଙ୍କୁ ମାତ୍ ଦେଲେ ସନ୍ନି, ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ (Monsoon) ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି।

ଅନ୍ୟପଟେ ସାମୁଦ୍ରିକ ପବନ ଆସୁନ ଥିବାରୁ ତାପମାତ୍ରା ମଧ୍ଯ ହ୍ରାସ ହେଉନାହିଁ। ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।