Strength training associates with less knee osteoarthritis: ଦୀର୍ଘକାଳୀନରେ ଆଣ୍ଠୁ ସ୍ୱାସ୍ଥ୍ୟ ପାଇଁ ଶକ୍ତି ପ୍ରଶିକ୍ଷଣ ଭଲ
Advertisement
Article Detail0/zeeodisha/odisha1944822

Strength training associates with less knee osteoarthritis: ଦୀର୍ଘକାଳୀନରେ ଆଣ୍ଠୁ ସ୍ୱାସ୍ଥ୍ୟ ପାଇଁ ଶକ୍ତି ପ୍ରଶିକ୍ଷଣ ଭଲ

  ଏକ ସାଧାରଣ ଧାରଣା ରହିଛି  ଯେ ଭାରତ୍ତୋଳନ ଏବଂ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁ ଉପରେ ଅତିରିକ୍ତ ଚାପ ପକାଇଥାଏ  ଏବଂଲମ୍ବା ଅବଧିରେ ଏହା ଆଣ୍ଠୁ ପାଇଁ କ୍ଷତି କାରକ । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହାର ବିପରୀତ ପ୍ରମାଣ ମିଳିଛି । ଜଣା ପଡ଼ିଛି ଯେ, ନିୟମିତ ଶକ୍

SOCIAL MEDIA

Strength training associates with less knee osteoarthritis: 

ଏକ ସାଧାରଣ ଧାରଣା ରହିଛି  ଯେ ଭାରତ୍ତୋଳନ ଏବଂ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁ ଉପରେ ଅତିରିକ୍ତ ଚାପ ପକାଇଥାଏ  ଏବଂଲମ୍ବା ଅବଧିରେ ଏହା ଆଣ୍ଠୁ ପାଇଁ କ୍ଷତି କାରକ । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହାର ବିପରୀତ ପ୍ରମାଣ ମିଳିଛି । ଜଣା ପଡ଼ିଛି ଯେ, ନିୟମିତ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁକୁ ସୁରକ୍ଷା ଦେଇଥାଏ ଏବଂ ଅଷ୍ଟିଓଆର୍ଥ୍ରାଇଟିସକୁ ରୋକିଥାଏ ।

ଭାରତ୍ତୋଳନ ଓ ଶକ୍ତି ପ୍ରଶିକ୍ଷଣର ଆଣ୍ଠୁ ଉପରେ ପ୍ରଭାବ ଉପରେ ହୋଇଥିବା ଗବେଷଣାରେ ମୋଟ ୨୬୦୭ ଜଣ ମେଦବହୁଳତାର ଶିକାର ବ୍ୟକ୍ତିଙ୍କୁ ସାମିଲ  କରାଯାଇଥିଲା । ଯେଉଁମାନଙ୍କ ମଧ୍ଯରୁ ୪୪ପ୍ରତିଶତ  ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ୧୭୮୯ ଜଣ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ କରୁନଥିଲେ ଏବଂ ୮୧୮ ଜଣ ନିୟମିତ ଶକ୍ତି ପ୍ରଶିକ୍ଷଣ କରୁଥିଲେ ।

ଫଳାଫଳ ଆଶ୍ଚର୍ଯ୍ୟଜନକ

ଫଳାଫଳରୁ ଚକିତ କଲା ଭଳି ତଥ୍ୟ ଆସିଥିଲା । ଶକ୍ତି ପ୍ରଶିକ୍ଷଣ ନେଉଥିବା ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଆଣ୍ଠୁଗଣ୍ଠି ରୋଗର ୧୭-୨୩% କମ୍ ଥିଲା । ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା , ଆଣ୍ଠୁ ଅଷ୍ଟିଓଆର୍ଥ୍ରାଇଟିସ୍ (OA) ର ଲକ୍ଷଣଗତ ଏବଂ ଗଠନମୂଳକ ଫଳାଫଳ ସହିତ ଶକ୍ତି ପ୍ରଶିକ୍ଷଣର ଇତିହାସର ସମ୍ପର୍କକୁ ଆକଳନ କରିବା ।

କେମିତି ହୋଇଥିଲା ଅଧ୍ଯୟନ ?

ଏହି ଅଧ୍ୟୟନଟି ଓଷ୍ଟୋଆର୍ଥ୍ରାଇଟିସ୍ ଇନିସିଏଟିଭ୍ (OAI) ମଧ୍ୟରେ ଏକ ରିଟ୍ରୋସ୍ପେକ୍ଟିଭ୍, କ୍ରସ୍ ବିଭାଗୀୟ ଅଧ୍ୟୟନ ଥିଲା  । ଚାରୋଟି OAI କ୍ଲିନିକାଲ୍ ସାଇଟରେ ତଥ୍ୟ ସଂଗ୍ରହ କରାଯାଇଥିଲା: ରୋଡ ଆଇଲ୍ୟାଣ୍ଡର ମେମୋରିଆଲ୍ ହସ୍ପିଟାଲ୍, ଓହିଓ ଷ୍ଟେଟ୍ ୟୁନିଭରସିଟି, ପିଟସବର୍ଗ ବିଶ୍ୱବିଦ୍ୟାଳୟ ଏବଂ ମେରିଲ୍ୟାଣ୍ଡ ୟୁନିଭରସିଟି / ଜନ୍ ହପକିନ୍ସ ହସ୍ପିଟାଲ ଏଥିରେ ଭାଗ ନେଇଥଇଲେ । ଶକ୍ତି ପ୍ରଶିକ୍ଷଣ, ଆଣ୍ଠୁ ଯନ୍ତ୍ରଣା, ଏବଂ ଆଣ୍ଠୁ OA ର ରେଡିଓଗ୍ରାଫିକ୍ ପ୍ରମାଣ ସହିତ ୨୬୦୭ ଅଂଶଗ୍ରହଣକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା

ଉପସଂହାର

ଭବିଷ୍ୟତର ଆଣ୍ଠୁ ସ୍ୱାସ୍ଥ୍ୟ ପାଇଁ ଶକ୍ତି ପ୍ରଶିକ୍ଷଣ ଲାଭଦାୟକ ଅଟେ । ଅଧିକ ଓଜନ ଉଠାଇବା ଓ ଶକ୍ତିପ୍ରଶିକ୍ଷଣର ଆଣ୍ଠୁ ଉପରେ ବିପରିତ ପ୍ରଭାବ ପକାଏ ବୋଲି ଥିବା ପୁରୁଣା ଧାରଣାକୁ ଏହା ବଦଳାଇଛି ।