Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2648938

Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଛାତିଥରା ଦୃଶ୍ଯ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଅଘଟଣରେ ୧୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଦଳାଚକଟା ଘଟଣାରେ ୨ ଜଣିଆ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳର ସମସ୍ତ ସିସିଟିଭି ଫୁଟେଜ୍ ଜବତ କରିଛନ୍ତି ତଦନ୍ତକାରୀ ଟିମ୍‌ । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରେଳ ମନ୍ତ୍ରୀ । 

Headlines 02- ଦୁର୍ଘଟଣାରେ ଚାଲିଗଲା ପୋଲିସ ଡିଏସପିଙ୍କ ଜୀବନ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇଥିବା କୁହାଯାଉଛି । ସୂଚନା ମୁତାବକ, ଦୁଇ ମୃତକଙ୍କ ମଧ୍ୟରେ ରହିଛନ୍ତି ଡିଏସ୍‌ପି ବଳରାମ ନାୟକ ଏବଂ ତାଙ୍କର ଜଣେ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ନାୟକ। କେନ୍ଦୁଝର ଘଟଗାଁସ୍ଥିତ ନିଜ ଘରୁ ଯାଜପୁରକୁ ଆସିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Headlines 03- ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ମହାସମର । ମାର୍ଚ୍ଚ ୨୨ରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ ଆଇପିଏଲ୍ । ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା-ବେଙ୍ଗଳୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ହେବ । ମେ ୨୫ରେ ଇଡେନ୍ ଗାର୍ଡେନରେ ଖେଳାଯିବ ଫାଇନାଲ୍ । ମେ ୨୦ ତାରିଖରେ କ୍ବାଲିଫାୟର-୧, ୨୧ରେ ଏଲିମିନେଟର । ମୋଟ ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳାଯିବ ।

Headlines 04- କଂଗ୍ରେସ ବହିଷ୍କାର ଏବଂ ପ୍ରତ୍ୟାହାର ସମ୍ପର୍କରେ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସୌମ୍ୟ କହିଛନ୍ତି ଯେ, କଂଗ୍ରେସ ଏକ ସର୍ବପୁରାତନ ଦଳ କିନ୍ତୁ ଏବେ ତାର ଅବସ୍ଥା ଭଲ ନାହିଁ । ରାଜନୈତିକ ବ୍ୟବସ୍ଥାରେ ଦଳ ଯଦି ଭୂମିକା ନିର୍ବାହ ନକରେ ତାର ମୂଲ୍ୟ କିଛି ନାହିଁ । କଂଗ୍ରେସକୁ ଫେରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି ଯେ, ୧୨ ବର୍ଷ ତଳେ ମୋତେ କଂଗ୍ରେସରୁ ବହିଷ୍କାର କରାଯାଇଥିଲା କିନ୍ତୁ କଣ ପାଇଁ ବହିଷ୍କାର କରାଯାଇଥିଲା ତାହା ମୁଁ ଜାଣିନି । କୌଣସି ଦଳର ଭବିଷ୍ୟତ ଅନ୍ଧାର ନୁହେଁ । ଭୁଲକୁ ସ୍ବୀକାର କଲେ ଦଳ ନିଶ୍ଚିତ ସୁଦୃଢ଼ ହେବ ବୋଲି ସୌମ୍ୟ କହିଛନ୍ତି ।

Headlines 05- ସୋମବାର ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥ ବିଭାଗ ଦାୟିତ୍ୱରେ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତା’ପୂର୍ବରୁ ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇସାରିଛି ବିଭିନ୍ନ କଳ୍ପନା ଜଳ୍ପନା। ପୂର୍ଣ୍ଣାଙ୍ଗ ବଜେଟରେ କଣ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Headlines 06- ୧୭ ଫେବୃଆରୀରେ ଦିଲ୍ଲୀରେ ବସିବାକୁ ଯାଉଛି ବିଜେପି ବିଧାୟକ ଦଳ ବୈଠକ । ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି । ଫେବୃଆରୀ ୧୮ ତାରିଖରେ ଶପଥ ନେଇପାରନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ରାମଲୀଳା ଗ୍ରାଉଣ୍ଡରେ ଶପଥ ଉତ୍ସବ ହୋଇପାରେ ବୋଲି କୁହାଯାଉଛି ।

Headlines 07- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୟାଗରାଜରେ ବୁଡ ପକାଇଛନ୍ତି। ପବିତ୍ର ତ୍ରିବେଣୀ ସଂଗମରେ ପହଞ୍ଚି ସପତ୍ନୀକ ବୁଡ ପକାଇଥିଲେ। ଧର୍ମେନ୍ଦ୍ରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ଉତ୍ତର ପ୍ରଦେଶ ମନ୍ତ୍ରୀ ରାକେଶ ସଚାନ, ଯୋଗେନ୍ଦ୍ର ଉପାଧ୍ୟାୟ ଏବଂ ଦୟାଶଙ୍କର ସିଂହ ମଧ୍ୟ ବୁଡ ପକାଇଥିବା ସୂଚନା ରହିଛି

Headlines 08- ବୌଦ୍ଧରେ ସ୍କୁଟି ଏବଂ ବୋଲେରୋ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବିବାହ ଭୋଜି ଖାଇ ଫେରିବା ବେଳେ ଖଜୁରିପଡ଼ା ଛକରେ ଦୁର୍ଘଟଣା ଘଟିଥିଲା । ୧୨ ବର୍ଷୀୟ ନାବାଳକ ସମେତ ୨ ମୃତ ଏବଂ ଏକାଧିକ ଗୁରୁତର ଥିବା ସୂଚନା ରହିଛି ।

Headlines 09- ରାଜଧାନୀରେ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଆଜି ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ଥିବାବେଳେ ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ଝାରସୁଗୁଡ଼ା ୩୬.୨ ଏବଂ ଅନୁଗୁଳ ୩୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Headlines 10- ଫେବୃଆରୀ ୧୯ ଏବଂ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି ଯେ, କେବଳ ହାଲୁକା ବର୍ଷା ନୁହେଁ ବରଂ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ରହିଛି । ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ।

Also Read- Venus Transit 2025: ଗୁରୁଙ୍କ ନକ୍ଷତ୍ରରେ ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତି ହେବେ ଲାଭବାନ

Also Read- କନ୍ଦମୂଳ ଖାଇବା ପୂର୍ବରୁ ଛେଲି ଦେଉଛନ୍ତି କି ଚୋପା? ତେବେ ୫ଟି ଲାଭରୁ ହେଉଛନ୍ତି ବଞ୍ଚିତ