1. Sri Jagannatha adorned as TriBikrama today: ଆଜି ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି। ଏହି ତିଥିରେ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜିଉଙ୍କୁ ଆଜି ଆଡ଼କିଆ ବେଶ ବା ତ୍ରି ବିକ୍ରିମ ବେଶରେ ସଜ୍ଜିତ କରାଯାଇଥାଏ। ଅବକାଶ ପରେ ହିଁ ଏହି ବେଶରେ ତିନିଠାକୁର ସଜ୍ଜିତ ହୋଇଥାଆନ୍ତି। ଏହି ବେଶ ଦେଖିବାକୁ ଆଜି ସକାଳୁ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଆରମ୍ଭ ହୋଇଛି। ନିୟନ୍ତ୍ରଣ ପାଇଁ ପ୍ରଶାସୌନ ପକ୍ଷରୁ ବାରିକେଡ୍ ବ୍ୟବସ୍ଥା କରାଯାଇଛି।
2. Ministerial Committee to see Interstate disputes: ଓଡ଼ିଶା ସହ ଅନ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରହିଥିବା ବିବାଦକୁ ସମାଧାନ କରିବା ଲାଗି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମନ୍ତ୍ରୀମାନେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। ବିଶେଷକରି ମହାନଦୀ, ପୋଲାଭରମ, ବଂଶଧାରା ନଦୀ ଜଳ ବିବାଦ, କୋଟିଆରେ ଅଞ୍ଚଳ ଅଧିଗ୍ରହଣ, ପ୍ରଭୃତି ସମସ୍ୟା ରାଜ୍ୟରେ ବହୁଦିନ ହେଲା ଅମୀମାଂସିତ ହୋଇ ରହି ଆସିଛି।
3. CM reviewed Paddy procurement system: ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ। ପଶ୍ଚିମାଞ୍ଚଳରୁ ଏହି ଧାନ କ୍ରୟ ଆରମ୍ଭ ହେବାକୁ ଯାଉଛି।ଏହିସମୟରେ ନୂତନ ଭାବେ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟ ପ୍ରଦାନ କରାଯିବ। ଏଣୁ କାର୍ଯ୍ୟକ୍ରମକୁ ସୁରୁଖୁର କରିବା ତଥା ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ଏବଂ ଅମଳକୁ ତ୍ରୁଟିଶୂନ୍ୟ ଭାବେ କ୍ରୟ କରିବା ଲାଗି ଜିଲ୍ଲାପାଳ ଓ ଉଚ୍ଚ ପଦାଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକ ଆହ୍ୱାନ କରିଥିଲେ।
4. Cabinet approves 8 proposals: ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଭିତରେ ରହିଛି ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ । ଗୋଟିଏ ଲେଖାଏଁ ପ୍ରସ୍ତାବ ସାଧାରଣ ପ୍ରଶାସନ, ଜଳ ସମ୍ପଦ ବିଭାଗର ଗ୍ରହଣ କରାଯାଇଥିବା ବେଳେ ରାଜ୍ୟ ସରକାର ଆସନ୍ତା ବିଧାନସଭା ଅଧିବେଶନ ତାରିଖକୁ ମଧ୍ୟ ଅନୁମୋଦନ କରିଛନ୍ତି।
5. Now malpractice will be treated strictly: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି। ଚାକିରି ପାଇଁ ହେଉଥିବା ପରୀକ୍ଷା, ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ସେବା ପାଇଁ ପରିଚାଳିତ ହେଉଥିବା ପରୀକ୍ଷାରେ ଯଦି କେହି ଅସାଧୁ ଉପାୟ ଆପଣାଉଛନ୍ତି ତେବେ ତାଙ୍କ ପାଇଁ ୫ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ବ୍ୟବସ୍ଥା କରିଛନ୍ତି ସରକାର।
6. New Gomata Scheme: ରାଜ୍ୟ ସରକାର ଗୋ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଗୋ ସମ୍ପଦର ବିକାଶ ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଆଜି କ୍ୟାବିନେଟରେ ପାରିତ ହୋଇଏହାସହଥିବା ଏହି ନିଷ୍ପତ୍ତି ଅନୁସାରେ ଗୋମାତାର ସୁରକ୍ଷା, ବଂଶବୃଦ୍ଧି ଲାଗି ସରକାର ୩୪୨ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ମାଛଧରା ବନ୍ଦର ଓ ଜେଟିର ପୁନରୁଦ୍ଧାର ଲାଗି ୬୯୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ତିନି ବର୍ଷ ଭିତର ଏହି କାର୍ଯ୍ୟ ସମାପ୍ତ ହେବାରକୁ ଲକ୍ଷ୍ୟଥିବା ମୁଖ୍ୟ ସଚିବ ମନୋଜ ଆହୂଜା କହିଛନ୍ତି। ଜଳ ସେଚନର ବିକାଶ ପାଇଁ ମଧ୍ୟ ସରକାର ଏକ ଅଭିନବ କୌଶଳ ଆପଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୯୪୨ କୋଟି ଟଙ୍କା। ବଜେଟ ଆବଣ୍ଟନ କରାଯାଇଛି।
7. AU to join G-20 Meet: ବ୍ରାଜିଲ୍ଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଆଫ୍ରିକୀୟ ୟୁନିୟନ ଯୋଗ ଦେବ। ଏହିା ସମ୍ପୃକ୍ତ ଦେଶର ପ୍ରଥମ ଜି-୨୦ ବୈଠକ ହେବ। ଭାରତରେ ଆୟୋଜିତ ଗତ ଜି-୨୦ ବୈଠକରେ ଏୟୁକୁ ସଦସ୍ୟ ଦେଶ ଭାବେ ଗ୍ରହଣ କରାଯାଇଥିଲା। ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।
8. Hindu Woman to Head American Intelligence: ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ବିଭାଗର ମୁଖ୍ୟ ହେବେ ଜଣେ ହିନ୍ଦୁ ମହିଳା। ତାଙ୍କ ନାଁ ତୁଳସୀ ଗାବାର୍ଡ। ଡୋନାଲ୍ଡ୍ ଟ୍ରମ୍ପଙ୍କ ନେତୃତ୍ୱରେ ଗଠନ ହେବାକୁଥିବା ସରକାର ତାଙ୍କୁ ଏହି ଦାୟିତ୍ୱ ଦେବାକୁ ଯାଉଛି। ଏନେଇ ଟ୍ରମ୍ପଙ୍କ ପକ୍ଷଙ୍କୁ ଘୋଷଣା କରାଯାଇଛି। ଆମେରିକୀୟ ସେନାରେ ପୂର୍ବରୁ କାର୍ଯ୍ୟ କରିଥିବା ତୁଳସୀ ୨୦୧୩ରୁ ୨୦୨୧ ଯାଏ କଂଗ୍ରେସ ସଦସ୍ୟ ଥିଲେ।
9. HC orders to obey UGC guidelines: ୟୁଜିସି ନିୟମ ଆଧାରରେ ମହାବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ଲାଗି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ମାର୍ଚ୍ଚ ୯ ତାରିଖରେ ରାଜ୍ୟର ବିଭିନ୍ନ ମହାବିୀଦ୍ୟାଳୟ ଲାଗି ଉଦ୍ଦିଷ୍ଟ ୭୮୬ ପଦବୀ ଲାଗି ପ୍ରକାଶିତ ବିଜ୍ଞପ୍ତିକୁ ବାତିଲ କରିଛନ୍ତି। ଏହି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କୁ କେବଳ ୫୫% ପ୍ରତିଶତ ସ୍ନାତ୍ତୋକତ୍ତର ମାର୍କକୁ ଯୋଗ୍ୟତାର ମାପଦଣ୍ଡ ଭାବେ ଗ୍ରହଣ କରାଯାଇଥିଲା। କିନ୍ତୁ ୟୁଜିସି ନିୟମ ଅନୁସାରେ ପିଏଚ୍ଡି କିମ୍ବା ନେଟ୍ ପାସ୍ ହେବାକୁ ସର୍ବନିମ୍ନ ଯୋଗ୍ୟତା ଭାବେ ଧାର୍ଯ୍ୟ କରାଯାଇଛି।
10. Pollution in Delhi marked Severe Plus: ପୁଣି ଦିଲ୍ଲୀକୁ ଫେରିଛି ପ୍ରଦୂଷଣ। ଆଜି ସକାଳେ ଦିଲ୍ଲୀରେ ବାୟୁ ମଣ୍ଡଳର ମାନକ ସୂଚକାଙ୍କ ଅତି ଖରାପ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ବୁଧବାର ସନ୍ଧ୍ୟାରୁ ବାୟୁ ପ୍ରଦୂଷଣ ଅଧିକ ତୀବ୍ର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଅପରାହ୍ଣ ୪ଟା ବେଳେ ଏହି ମାନକ ସୂଚକାଙ୍କ ୪୧୮ ଥିବାବେଳେ ରାତି ୯ଟାରେ ୪୫୪ ଅର୍ଥାତ୍ ଉତ୍କଟ ସ୍ଥିତି ବୋଲି ଦର୍ଶାଯାଇଛି।