Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2497365

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Bad Air Quality this morning: ଦୁଇଦିନ ବାଣ ଫୁଟାଇବା ପରେ ରାଜ୍ୟର ଆକାଶ ଧୂଆଁମୟ ହୋଇଛି। ଏହାଦ୍ୱାରା ବାୟୁ ମଣ୍ଡଳରେ  ବିଷାକ୍ତ କାର୍ବନ ମନୋକ୍ସାଇଡ୍‍ ଏବଂ ହାନୀକାରର ପାର୍ଟିକୁଲେଟେଡ୍‍ ମ୍ୟାଟର ୧୦ର ପରିମାଣ ବୃଦ୍ଧି ହୋଇଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିର୍ଦ୍ଧାରିତ ସ୍ୱାସ୍ଥ୍ୟକର ମାନଠାରୁ ଏହା ୬.୩ ପ୍ରତିଶତ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ବାୟୁ ମଣ୍ଡଳର ଏକ୍ୟୁଆଇ ୧୭୨ ରହିଛି। 

2.Fogs in Twin city: ଭୁବନେଶ୍ୱର-କଟକ ଟ୍ୱିନସିଟିରେ ଆଜି ସକାଳୁ ଘନ କୁହୁଡ଼ି ଦେଖା ଦେଇଛି। ରାସ୍ତାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଭିତରେ ରହିଛି। ଗତକାଲି ଅମାନିଆ ହୋଇ ବାଣ ଫୁଟାଇବା ଏହାର କାରଣ ହୋଇପାରେ ବୋଲି ଅଭିଯୋଗ ହେଉଛି। ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରୁ ଶୁଷ୍କ ପବନ ତଥା ବାତ୍ୟା ଦାନା ପ୍ରଭାବରେ ବାୟୁ ମଣ୍ଡଳରେ ଥିବା ଜଳୀୟ ବାଷ୍ପ ହେତୁ ଏପରି ପରିବେଶ ସୃଷ୍ଟି ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

3.350 Crore Firecrackers burnt: ରାଜ୍ୟରେ ଚଳିତ ବର୍ଷ ଦୀପାବଳୀରେ ବାଣ କାରବାର ୩୫୦ କୋଟିକୁ ଟପିଥାଇପାରେ ବୋଲି କହିଛନ୍ତି  ଓଡ଼ିଶା ବାଣ ଡିଲର  ସଂଘର ସଭାପତି ତ୍ରିଲୋଚନ ପଟ୍ଟନାୟକ। ସେ କହିଛନ୍ତି ପ୍ରତିବର୍ଷ ବିବାହ, ବ୍ରହ, ବିଭିନ୍ନ ଉତ୍ସବ ଏବଂ ଦୀପାବଳିକୁ ମିଶାଇ ଓଡ଼ିଶାରେ ମୋଟ ୫୦୦ କୋଟି ପାଖାପାଖି ବାଣି ବିକ୍ରି ହୋଇଥାଏ। ଦୀପାବଳିରେ ସାଧାରଣତଃ ୩୦୦ କୋଟି ବିକ୍ରି ହୋଇଥାନ୍ତା କିନ୍ତୁ ଏବର୍ଷ ଏହା ୩୫୦ କୋଟିକୁ ଟିପଥାଇପାରେ ବୋଲି କହିଛନ୍ତ ଶ୍ରୀ ପଟ୍ଟନାୟକ।

4.One more Mega steel plant: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଖୋଲିପାରେ ଏକ ମେଗା ଷ୍ଟିଲ୍‍ ପ୍ଲାଣ୍ଟ। ଏକଦା ଓଡ଼ିଶାରୁ ଫେରି ଯାଇଥିବା ଷ୍ଟିଲ୍‍ ପ୍ଲାଣ୍ଟ ‘ପସ୍କୋ’ ପୁଣିଥରେ ରାଜ୍ୟରେ ନିବେଶ କରିପାରେ ବୋଲି ଜଚର୍ଚ୍ଚା ହେଉଛି। ଏହାକୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଏବଂ ନିଷ୍ପତ୍ତି ମଧ୍ୟ ଅଧିକ ଶାଣିତ କରିଛି। ଏହିକ୍ରମରେ କେନ୍ଦ୍ରଝଝର ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ  ସ୍ଥାପନ ପାଇଁ ଓଡ଼ିଶା ସରକାର  ବିଭିନ୍ନ ଶିଳ୍ପ ସଂସ୍ଥା ସହ କଥା ହୋଇଛନ୍ତି। ହେଲେ ଜେଏସ୍‍ଡବ୍ଲୁ ମାଧ୍ୟମରେ ପସ୍କୋ ଏଠାରେ ଷ୍ଟିଲ୍‍ ପ୍ଲାଣ୍ଟ କରିବା ନେଇ ଚର୍ଚ୍ଚା ହେଉଛି। 

5.NSD Outreach Branch in Bhubaneswar: ଓଡ଼ିଶାରେ ଖୋଲିବ ଜାତୀୟ ଡ୍ରାମା ସ୍କୁଲ୍‍ ( ଏନ୍‍ଏସ୍‍ଡି)ର ଏକ ଆଉଟ୍‍ରିଚ୍‍ ସେଣ୍ଟର ବା ଶାଖା। ଏଠାରେ ତିନୋଟି ଭିନ୍ନ ଭିନ୍ନ ପାଠ୍ୟକ୍ରମ ପଢ଼ାଯିବ। ଏଥିପାଇଁ ୨୫ରୁ ନାମଲେଖା ଆରମ୍ଭ ହେବ ଏବଂ ୨୮ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ପ୍ରଦାନ ବ୍ୟବସ୍ଥା କରାଯିବ। ଓଡ଼ିଶାରେ ସ୍ଥାୟୀ କ୍ୟାମ୍ପସ ହେଲା ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏହି ଶାଖା ଚାଲିବ ବୋଲି  ସୂଚନା ମିଳିଛି। 

6.New Guidelines for Subhadra soon: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଯାଇଥିବା ପ୍ରତ୍ୟକ୍ଷ ପୁଞ୍ଜି ସ୍ଥାନାନ୍ତରଣ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶିକାରେ ପରିବର୍ତ୍ତନ ହେବ। ବାଦ୍‍ ପଡ଼ିଥିବା ମହିଳାଙ୍କୁ ସାମିଲ କରିବା ପାଇଁ ମାର୍ଗଦର୍ଶିକାରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

7.CM Grievance cell to remain closed: ଆସନ୍ତା ଦୁଇ ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହା ପୂର୍ବରୁ ମଧ୍ୟ ଦୁଇ ସପ୍ତାହ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଦୁଃଖ ସୁଖ ବୁଝିବା ଲାଗି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣିକୁ ଖୋଲିଥିଲେ। ବିଭିନ୍ନ କାମ ଯୋଗ ଏହା  ନିରନ୍ତର ରହିପାରୁ ନାହିଁ। 

8.One more Low Pressure: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାଦ୍ୱାରା ଓଡ଼ିଶାର ଉପକୂଳ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଚାଷ ପ୍ରଭାବିତ ହେବା ଆଶଙ୍କା ଥିବା କୃଷିପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।   ହେଲେ ଆସନ୍ତା ୪୮ ଘଣ୍ଟା ପାଇଁ କୌଣସି ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭଗ ପକ୍ଷରୁ କୁହାଯାଇଛି।। 

9.No Secret Tunnel beneath Srimandir Ratna Bhandar: ରତ୍ନ ଭଣ୍ଡାର ତଳେ କୌଣସି ସୁଡ଼ଙ୍ଗ ନାହିଁ। ଏଏସ୍‍ଆଇ ଦ୍ୱାରା ନିରୀକ୍ଷଣ ପରେ ଏହା ସ୍ପଷ୍ଟ ହୋଇଛି। କିଦନ୍ତୁ କାନ୍ଥ ଓ ଚଟାଣରେ ଫାଟ ରହିଛି। ଏହାକୁ ମରାମତି କରାଯିବ। କାର୍ତ୍ତିକ ମାସ ପରେ ମରାମତି କରାଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ର ପୃଥ୍ୱୀରାଜ ହରିଚନ୍ଦନ। 

10.Bomb attack in Bhubaneswar: ଭୁବନେଶ୍ୱର ସହିଦନଗରସ୍ଥିତ ଓ୍ୱିନର୍ସ କ୍ଲବ୍‍ଠାରେ ବୋମାମାଡ଼ ହୋଇଛି। ଏହାଦ୍ୱାରା ୨ଟି କାର ଓ ବାଇକ୍‍ ପ୍ରଭାବିତ ହୋଇଚି। ବାଇକଟି ଜଳି ଯାଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ପୁଲିସ ମାମଲା ରୁଜୁ କରିଛି।