Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2636948

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1- କିଏ ଗଢିବ ଦିଲ୍ଲୀରେ ସରକାର। ବିଜେପି ନା ଆପ୍ । ଯାହାର ଚିତ୍ର ଆଜି ସ୍ପଷ୍ଟ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆଜି ଆସିବ। ସକାଳ ୮ଟାରୁ ଏନେଇ ଆରମ୍ଭ ହୋଇଛି ଭୋଟିଂ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। 

2- ଚଳିତ ମାସ ୫ ତାରିଖ ଦିନ  ଦିଲ୍ଲୀର ସମସ୍ତ ୭୦ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ଯାହାର ଫଳାପଳ ଆଜି ଆସିବ। ଏଥର ଦିଲ୍ଲୀର ନିର୍ବାଚନୀ ଯୁଦ୍ଧରେ ମୋଟ ୬୯୯ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅପରାହ୍ନ ସୁଦ୍ଧା ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଯିବ ଯେ ଏଥର ଦିଲ୍ଲୀରେ କେଉଁ ଦଳ ସରକାର ଗଠନ କରିବାକୁ ଯାଉଛି।
ଇଭିଏମ୍‌ରେ ସିଲ୍‌ ରହିଛି ୬୯୯ ଜଣଙ୍କ ଭାଗ୍ୟ। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ଖୋଲିବ ଇଭିଏମ୍ । 

3-ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍‌ ସୁନ୍ଦର। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

4-ରାଜ୍ୟରେ ଏବେ ଗତ କିଛି ଦିନ ହେବ ଶୀତ ବଦଳରେ ଅଧିକ ଖରା ଅନୁଭବ ହେଉଛି। ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ  ହେବାରେ ଲାଗିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏହା ଭିତରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।  ଆଜିଠୁ ରାଜ୍ୟରେ ପୁଣି କୁହୁଡ଼ି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 

5- ଆଜି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ବ୍ୟାସନଗରର ଖାନ୍ଦୋଳ ପଡିଆରେ ଦିନ ସାଢେ ୧୧ଟାରେ ବେଳେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ  ସହାୟତା ରାଶି ବଣ୍ଟନ କରାଯିବ। 

6- ଏହି ସୁଭଦ୍ରା ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ହିତାଧିକାରୀଙ୍କୁ ବାଣ୍ଟିବେ। ଏହା ସହିତ ସାରା ରାଜ୍ୟରେ ସୁଭଦ୍ରା  ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ।  

7-ମେ’ ୪ ତାରିଖରେ ହେବ NEET ୟୁଜି ପରୀକ୍ଷା। ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ମାର୍ଚ୍ଚ ୭ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। 
୧୩ଟି ଭାଷାରେ ହେବ NEET ୟୁଜି ପରୀକ୍ଷା। ମେ’ ୧ରେ ମିଳିବ ଆଡମିଟ୍‌ କାର୍ଡ। 

8-ରାଜ୍ୟରେ ମାର୍ଚ୍ଚ ୩୧ ସୁଦ୍ଧା ଗଞ୍ଜେଇ ମୂଳୋତ୍ପାଟନ ନିର୍ଦ୍ଦେଶ।  ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି ଖୁରାନିଆ। ଏବେ ସୁଦ୍ଧା ୫୯୧ଟି ମାମଲା ସହ ୨୫ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ।  ଜାନୁଆରୀ ଶେଷ ସୁଦ୍ଧା ୨୧୩ ମାମଲା, ୮,୨୬୯ ଗଞ୍ଜେଇ ଚାଷ ନଷ୍ଟ। 

9- ବାରବାଟୀ-ମହାଲଢେଇ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି  । ମୁହାଁମୁହିଁ ହେବେ  ଭାରତ ଓ ଇଂଲଣ୍ଡ ।  ବାରବାଟୀରେ ଟିମ ଇଣ୍ଡିଆର ରେକର୍ଡ ବେଶ ଭଲ ରହିଥିଲା ବେଳେ କିନ୍ତୁ ସିରିଜର ପ୍ରଥମ ମ୍ୟାଚରେ ବିରାଟଙ୍କ ଦଳରେ ଅନୁପସ୍ଥିତି ଫ୍ୟାନ୍ସ ଙ୍କୁ ନିରାଶ କରିବା ନେଇ ଆଶା କରାଯାଉଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ। 

10-ଅଭ୍ୟାସ ପାଇଁ ଯିବନି ଇଂଲଣ୍ଡ ଟିମ୍‌। କାଲି ବାରବାଟୀରେ ନେଟ୍‌ ଅଭ୍ୟାସ ପାଇଁ ଯିବନି ଇଂଲଣ୍ଡ ଟିମ୍‌ । ଟିମ୍‌ ଗସ୍ତ ନେଇ ବିସିସିଆଇ ପକ୍ଷରୁ ସୂଚନା। କାଲି ସକାଳେ ଇଂଲଣ୍ଡ ଦଳର ଅଭ୍ୟାସ କାର୍ଯ୍ୟକ୍ରମ ରହିଥିଲା। ୫ଟାରେ ଭାରତୀୟ ଦଳ ଷ୍ଟାଡିୟମରେ ନେଟ୍‌ ଅଭ୍ୟାସ କରିବ।