Top 10 News Headlines: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 12 January 2025: H1. CM Majhi launches Rs 3500 per month pension scheme: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା। ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ।
H2. Heart Attack Strikes Sevayat Inside Puri Jagannath Temple: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ସୁଆରବଡୁ ଜଗନ୍ନାଥ ସୁନାଥାଳି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
H3. New Helpline number for Urban homeless in Odisha: ଓଡ଼ିଶାର ସହରାଞ୍ଚଳ ବାସହୀନଙ୍କ ପାଇଁ ନୂଆ ସହାୟକ ନମ୍ବର ଜାରି କରିଛନ୍ତି ସରକାର। ଏହି ନମ୍ବରକୁ ବ୍ୟବହାର କରି କୌଣସି ବି ବାସହୀନ ତାଙ୍କ ଆଖପାଖରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ ବାବଦରେ ସୂଚନା ପାଇପାରିବେ। କୌଣସି ବ୍ୟକ୍ତି ମଧ୍ୟ ଏହି ସହାୟତା ନମ୍ବର ବ୍ୟବହାର କରି ବାସହୀନଙ୍କ ବାବଦରେ ସୂଚନା ଦେଇପାରିବେ ବୋଲି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
H4. Rain Alert: ଭାରତର ବିଭିନ୍ନ ସ୍ଥାନକୁ ଘନ କୁହୁଡ଼ି ଘୋଡ଼ାଇ ଦେଇଛି। ଯାହା ଦ୍ୱାରା ଭିଜିବିଲିଟି ହ୍ରାସ କରୁଛି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଶୀତ ଋତୁ ତୀବ୍ର ହେବା ସହିତ, ଆଗାମୀ କିଛି ଦିନ ପାଇଁ ଉତ୍ତର ରାଜ୍ୟଗୁଡ଼ିକରେ ଘନ କୁହୁଡ଼ି ପରିସ୍ଥିତି ଜାରି ରହିବ। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶ, ସିକିମ୍, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ।
H5. PM Narendra Modi commissions INS Surat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ନୌସେନା ଡକୟାର୍ଡରେ ଦୁଇଟି ନୌସେନା ଯୁଦ୍ଧଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏଗୁଡ଼ିକ ହେଉଛି ଯୁଦ୍ଧଜାହାଜ INS ସୁରତ ଏବଂ INS ନୀଳଗିରି ଏବଂ ବୁଡ଼ାଜାହାଜ INS ଭାଗଶୀର। ଭାରତୀୟ ନୌସେନାରେ ଏହି ତିନି ଜାହାଜ ସାମିଲ ହେବା ପରେ ନୌସେନାର ଶକ୍ତି ବୃଦ୍ଧି ପାଇଛି। ଏହା ସହିତ ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା ଉତ୍ପାଦନରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବାକୁ ଯାଉଛି।
H6. Travel Advisory: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଗାମୀ ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ପାଳନକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ବୁଧବାର ଦିଲ୍ଲୀରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି। ଗଣତନ୍ତ୍ର ଦିବସ କଟକଣା ଯୋଗୁଁ ୧୯ ରୁ ୨୬ ଜାନୁଆରୀ ୨୦୨୫ ମଧ୍ୟରେ ଦିଲ୍ଲୀ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ପାଇଁ ଅଧିକ ସମୟ ନେଇ ଆସିବା ଓ ବିମାନର ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।
H7. Indian Army Day 2025: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୭୭ତମ ସେନା ଦିବସରେ ଉଦବୋଧନ ଦେଇ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀରରେ ହିଂସା ହ୍ରାସ ପାଇଛି। ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନ ଏବଂ ଅମରନାଥ ଯାତ୍ରାର ଶାନ୍ତିପୂର୍ଣ୍ଣ ସମାପ୍ତି ଏହା ଦର୍ଶାଉଛି। ଦେଶର ସୀମା ବିଷୟରେ ସୂଚନା ଦେଇ ସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ସୀମାରେ ପରିସ୍ଥିତି ସ୍ୱାଭାବିକ, କିନ୍ତୁ ସମ୍ବେଦନଶୀଳ ମଧ୍ୟ। ଆମର ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
H8. Punjab and Haryana High Court: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି ଯେ ଆଇନଗତ ଭାବରେ ଛାଡପତ୍ର ପାଇଥିବା କିମ୍ବା ତାଙ୍କ ସ୍ୱାମୀଙ୍କଠାରୁ ପୃଥକ ଭାବରେ ରହୁଥିବା ମହିଳା ଗର୍ଭପାତ କରିପାରିବେ। ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କ ଦ୍ୱାରା ତାଙ୍କ ସ୍ୱାମୀଙ୍କ ସମ୍ମତି ବିନା ଗର୍ଭପାତ ପାଇଁ ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରି ବିଚାରପତି କୁଲଦୀପ ତିୱାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
H9. India Vs Ireland Highlights 3rd ODI: ଅଧିନାୟକ ସ୍ମୃତି ମନ୍ଦନା ଏବଂ ଓପନର ପ୍ରତୀକା ରାୱଲଙ୍କ ଶତକ ଏବଂ ଦୀପ୍ତି ଶର୍ମା ଏବଂ ତନୁଜା କୱାରଙ୍କ ଘାତକ ବୋଲିଂ ପ୍ରଦର୍ଶନ ଫଳରେ ଭାରତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଆୟରଲ୍ୟାଣ୍ଡକୁ ୩୦୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହା ଏକଦିବସୀୟ କ୍ରିକେଟ ଇତିହାସରେ ଭାରତୀୟ ଦଳର ସବୁଠାରୁ ବଡ଼ ବିଜୟ। ଏହା ସହିତ ଭାରତ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି।
H10. BGT dressing room secrets leak: ଅଷ୍ଟ୍ରେଲିଆ ବିପକ୍ଷରେ ବୋର୍ଡର ଗାଭାସ୍କର ଟ୍ରଫି (BGT)ରେ ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ଥିବା କଳହର ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତନମାନ ରିପୋର୍ଟ ଅନୁଯାୟୀ 'ଗମ୍ଭୀର ବୈଠକରେ ସରଫରାଜ ଖାନଙ୍କ ନାମ ନେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଗମ୍ଭୀର ସରଫରାଜଙ୍କ ଉପରେ ଡ୍ରେସିଂ ରୁମ୍ ବିଷୟ ଗଣମାଧ୍ୟମ ଆଗରେ ପ୍ରକାଶ କରିବାର ଅଭିଯୋଗ ଆଣିଛନ୍ତି। ଯଦି ଏହି ଖବର ସତ୍ୟ ହୁଏ, ତେବେ ଭବିଷ୍ୟତରେ ସରଫରାଜଙ୍କ ପାଇଁ ସମସ୍ୟା ଦେଖା ଦେଇପାରେ।'