Top 10 News Headlines: ବାରବାଟୀରେ ବିରାଟ ଲଢେଇ, KYC ନକଲେ କଟିଯିବ ନାଁ ସହ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2639269

Top 10 News Headlines: ବାରବାଟୀରେ ବିରାଟ ଲଢେଇ, KYC ନକଲେ କଟିଯିବ ନାଁ ସହ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Headlines: ବାରବାଟୀରେ ବିରାଟ ଲଢେଇ, KYC ନକଲେ କଟିଯିବ ନାଁ ସହ ଅନ୍ୟାନ୍ୟ ଖବର

India VS England Match: ବାରବାଟୀରେ ବିରାଟ ଲଢେଇ । ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ । ତେବେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ସେପଟେ ଟିମ୍ ଇଣ୍ଡିଆର ଦୁଇ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମତଃ ଚୂଡାନ୍ତ ଏକାଦଶରେ କୋହଲିଙ୍କୁ ସ୍ଥାନ ମିଳିଛି, ଏବଂ ଅନ୍ୟଟି ବାରବାଟୀ ଦିନିକିଆରେ ଡେବ୍ୟୁ କଲେ ବରୁଣ ଚକ୍ରବର୍ତ୍ତୀ । ଶେଷ ଖବର ସୁଦ୍ଧା ଇଂଲଣ୍ଡ ୩୩ ଓଭର ୧ଟି ବଲ ରେ ୧୮୭ ରନ୍ କରି ୩ଟି ୱିକେଟ୍ ହରାଇଛି। 

Jajpur Crime News: ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା । ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି । ବିଳମ୍ବତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 

Chhattisgarh Encounter: ହିଂସା ରାସ୍ତାରେ କ୍ଷମତା ଦଖଲ କରିବା ଆଦର୍ଶରେ ଅନୁପ୍ରାଣିତ କିଛି ସଂଗଠନ ଯାହାକୁ ମାଓବାଦୀ, ନକ୍ସଲ ବୋଲି କୁହାଯାଏ ଦିନକୁ ଦିନ ତାର କ୍ଷମତା ହ୍ରାସ ପାଇବାରେ ଲାଗିଛି । ସୁରକ୍ଷାବାହିନୀର ବାରମ୍ବାର ଅପରେଶନ ପରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ହେଲେ ସେହି ଦୁର୍ବଳ ସଂଗଠନ ବି ବେଳେ ବେଳେ ସୁରକ୍ଷାବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏଣୁ ପୁରା ଲାଲଗଡକୁ ସଫା କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । 

Ekyc Update: ଫେବ୍ରୁଆରୀ ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଏ ଯାଏଁ EKYC କରି ନାହାନ୍ତି। ଆଉ ଦୁଇ ଚାରି ଦିନରେ କରିବେ ବୋଲି ଆଶା। ନ ହେଲେ ବାଧ୍ୟ  ହୋଇ ନାଁ କାଟିବୁ। ନୂଆ ଆବେଦନକାରୀଙ୍କ ପାଇଁ ପୋର୍ଟାଲ କରାଯିବ। ରାସନ କାର୍ଡ ଫେରାଇ ଦେବାକୁ ଅଧିକ ରୋଜଗାରିଆଙ୍କୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

Odisha Politics: ଓଡ଼ିଶାରେ ବିଜେଡି ଭଳି ଦିଲ୍ଲୀରେ ଆପ୍ ଓ କେଜରିୱାଲଙ୍କ ଅହଙ୍କାର ବଢି ଯାଇଥିଲା । ବିକାଶ ନାଁରେ ଏମାନେ କେବଳ ରାଜନୀତି କରୁଥିଲେ । ତେଣୁ କରି ଦଳକୁ ଜନତା ଭରସା କଲେ ଓ ମୋଦିଙ୍କ ଗ୍ୟାରେଣ୍ଟି କାମ ଦେଲା। ସେଥିପାଇଁ ବିଜେପି ବହୁମତ ହାସଲ କରି ଏବେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି। 

Assembly Standing Committee: ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ । ଡାବୁଗାଁ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ଛଅ ଜଣିଆ କମିଟି। ଯେଉଁଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତରା, ଗଜପତି ବିଧାୟକ ଦାଶରଥୀ ଗମାଙ୍ଗ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, କୋରାପୁଟ ବିଧାୟକ ରଘୁରାମ ମାଛ ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲ ବୁଲି ଦେଖିବା ସହ ପରିଚାଳନା ବ୍ୟବସ୍ଥା ତଦାରଖ କରିଛନ୍ତି।

Odisha Weather Update: ରାଜ୍ୟରେ ପୁଣି କମିଲା ତାପମାତ୍ରା । ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ଡିଗ୍ରୀ ପର୍ଯ୍ଯନ୍ତ କମିଛି ପାରା ।  ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । 

Delhi CM Atishi Resign: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଗତକାଲି ହୋଇଥିବା କାଉଣ୍ଟିଂରେ ଆପର ପରାଜୟ ପରେ ଆଜି ଆତିଶୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଏଲଜିଙ୍କ ନିକଟକୁ ପଠାଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୧ରେ ସେ ମୁଖ୍ଯମନ୍ତ୍ରୀ ସମ୍ଭାଳିଥିଲେ। ସମୁଦାୟ ୧୩୮ ଦିନ ସେ କ୍ଷମତାର ରହିଥିଲେ। ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ଆସନ ହାସଲ କରିଥିବାବେଳେ ଆପ ପାଇଥିଲା ୨୨ ଆସନ। କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ନଥିଲା। 

Prayagraj Mahakumbha Buda: ପ୍ରୟାଗରାଜ ମହାକୁମ୍ଭରେ ଏଯାଏଁ ପକାଇଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ଼। ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ୨୬ ଦିନ ହୋଇଥିବାବେଳେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି। ମହାକୁମ୍ଭକୁ ରହିଛି ଆଉ ରହିଛି ୧୮ ଦିନ। କିଛି ଦିନ ମଧ୍ୟରେ ବୁଡ ପକାଇଥିବା ଶ୍ରଦ୍ଧାଳୁ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି। ଆସନ୍ତା ୨୬ ଫେବୃଆରୀରେ ମହାକୁମ୍ଭର ହେବ ସମାପନ। ଏହି ଅବଧି ମଧ୍ୟରେ ମହାକୁମ୍ଭରେ ବୁଡ଼ ପକାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି।

Asia Mixed Team Championships: ଚୀନର କିଙ୍ଗଗାଓରେ ୧୧ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ର ଆୟୋଜନ ହେବ। ଏଥିରେ ଭାରତୀୟ ବ୍ୟାଡମିଣ୍ଟନ ଟିମ ମଧ୍ୟ ଭାଗ ନେବ, ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମକୁ ଏକ ବଡ଼ ଝଟକା ଲାଗିଛି। ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ ପାଇଁ ଘୋଷିତ ହୋଇଥିବା ଟିମ ଇଣ୍ଡିଆରେ ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ନାମ ମଧ୍ୟ ସାମିଲ ଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ନିଜ ନାମକୁ ଫେରାଇ ନେବାର ନିଷ୍ପତ୍ତି ନେଇଛନ୍ତି।