1.Budget Session 2025: ଆରମ୍ଭ ହୋଇଛି ବଜେଟ ଅଧିବେଶନ। ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ। ଜୟ ଜଗନ୍ନାଥ କରି ଆରମ୍ଭ କରିଥିଲେ ଅଭିଭାଷଣ। ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟପାଳ। ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଖଣିଜ ସମ୍ପଦରେ ଭରପୂର ଓଡ଼ିଶା। ଐତିହ୍ୟ, କୀର୍ତ୍ତିରାଜୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା।
2.Budget Session 2025: ମୋ ସରକାର ଧାରନ ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି। ଗରିବ, ଯୁବ, ନାରୀଶକ୍ତିର ଉନ୍ନତି ମୋ ସରକାରର ମୂଳ ଫୋକସ। ଓଡ଼ିଶା ଅସ୍ମିତାକୁ ଫେରାଇ ଆଣିବାକୁ ପ୍ରୟାସ ହୋଇଚି। ଉତ୍କର୍ଷ ଓଡ଼ିଶା ସଫଳତାର ସହ ଆୟୋଜନ ହୋଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିଛୁ। ପ୍ରବାସୀ ଭାରତୀୟ ଓଡ଼ିଶାରେ ହୋଇଛି।
3.Retail Inflation:ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହା ୪.୩୧ ପ୍ରତିଶତକୁ ହ୍ରାସ ପାଇଛି, ଯାହା ୫ ମାସ ମଧ୍ୟରେ ସର୍ବନିମ୍ନ ସ୍ତର। ଏହି ହ୍ରାସ ମୁଖ୍ୟତଃ ପନିପରିବା, ଅଣ୍ଡା ଏବଂ ଡାଲିର ମୂଲ୍ୟ ହ୍ରାସ ଯୋଗୁଁ ହୋଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର, ୨୦୨୪ରେ ୫.୨୨ ପ୍ରତିଶତ ଏବଂ ଜାନୁଆରୀ, ୨୦୨୪ରେ ୫.୧ ପ୍ରତିଶତ ଥିଲା। ପୂର୍ବରୁ, ଅଗଷ୍ଟ ୨୦୨୪ରେ ସର୍ବନିମ୍ନ ମୁଦ୍ରାସ୍ଫୀତି ୩.୬୫ ପ୍ରତିଶତ ଥିଲା। ଅକ୍ଟୋବର ମାସରୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ହ୍ରାସ ପାଇବାରେ ଲାଗିଛି। ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୦୨ ପ୍ରତିଶତ ଥିଲା, ଯାହା ଅଗଷ୍ଟ ୨୦୨୪ରେ ୫.୬୬ ପ୍ରତିଶତ ପରେ ସର୍ବନିମ୍ନ ରେକର୍ଡ ହୋଇଛି।
4.Pakistan violated ceasefire: ନୂଆଦିଲ୍ଲୀ: ଭାରତ ସହିତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଘନ ଘନ ଗୁଳିମାଡ଼ କରିଥିଲେ। ଫଳରେ ଭାରତୀୟ ସେନା ଏହାର ଜବାବ ମଧ୍ୟ ଦେଇଛି। ଯେଉଁଥିରେ ବହୁ ସଂଖ୍ୟକ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
5. Naveen Pattnaik: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ବିଜେଡି ସରକାର ଅମଳର ସଫଳତାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି। ହେଲେ ଅନେକ କଥା ସେମାନେ ଉଠାଇ ନାହାଁନ୍ତି। ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେହି କ୍ଷେତ୍ର କଥା କହିନାହାଁନ୍ତି ।
6.Odisha News:ବଲାଙ୍ଗୀର ରାଜେନ୍ଦ୍ର ପାର୍କ ତିରୁପତି ଗେଷ୍ଟ ହାଉସରେ ସେକ୍ସ ରାକେଟ ଠାବ ହୋଇଛି। ଖବର ପାଇ ଠାବ କଲା ବଲାଙ୍ଗୀର(Balangiri) ଟାଉନ୍ ପୋଲିସ। କଟକର ଜଣେ ଦେହଜୀବୀଙ୍କ ସହ କନ୍ଧମାଳ(Kandhamala) ଜିଲ୍ଲାର ତିନି ଜଣ ଯୁବକ ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ଗେଷ୍ଟ ହାଉସରେ ଅଣଓଡିଆ ବ୍ୟବସାୟୀଙ୍କ ଚାଲିଥିଲା ଦେହ କାରବାର। ଦୀର୍ଘ ଦିନ ଧରି ଗେଷ୍ଟ ହାଉସ(Guest House)ରେ ଚାଲିଥିଲା ଅଣଓଡିଆ ବ୍ୟବସାୟୀଙ୍କ ସେକ୍ସ ରାକେଟ।
7.Budget Session 2025: ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି। ନିପୁଣ ଓଡ଼ିଶା ମିଶନର ଶୁଭାରମ୍ଭ କରାଯାଇଛି। ରାଜ୍ୟର ୬୧୬୯୩ ସ୍କୁଲର ୭୭ ଲକ୍ଷ ପିଲା ଉପକୃତ ହେବେ। ପିଏମ ସ୍କୁଲ ଫର ରାଇଜିଂ ଇଣ୍ଡିଆ କାର୍ଯ୍ୟକାରୀ ହେବ। ନିପୁଣ ଓଡିଶା ଯୋଜନା ଆରମ୍ଭ କରାଯାଇଛି। ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଦିଆଯାଉଛି।
8. Income Tax:ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Nirmala Sitaraman) ଆଜି ଲୋକସଭାରେ ଆଗତ ନୂଆ ଇନକମ୍ ଟାକ୍ସ ବିଲ୍ (Income tax Bill) ଆଗତ କରିଛନ୍ତି। ବଜେଟ୍ ଅଧିବେଶନରେ ଆଗାମୀ ଦିନରେ ଏହି ବିଲକୁ ନେଇ ଚର୍ଚ୍ଚା କରାଯିବ। ଏହି ବିଲ୍ ୬୦ ବର୍ଷର ପୁରୁଣା ଇନକମ୍ ଟାକ୍ ଆକ୍ଟ-୧୯୬୧ର ସ୍ଥାନ ନେବ। ନୂଆ ଆୟକର ବିଲକୁ ପାରଦର୍ଶୀ ଏବଂ ଟ୍ୟାକ୍ସ ପ୍ରଦାନ ପାଇଁ ଅନୁକୁଳ ବୋଲି ଦାବି କରାଯାଇଛି।
9.Odisha news: ତିନିଦଫା ଦାବୀ ନେଇ କମ୍ପାନୀ ଫାଟକ ବନ୍ଦ କରି ଧାରଣା ରେ ବସିଲେ ଶ୍ରମିକ। ଦାବୀ ପୂରଣ ନହେଲେ କାର୍ଯ୍ୟ ବନ୍ଦ ଧାରଣା ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ପାରାଦୀପ ର ''କାଲ୍ସ ବ୍ରିୟୁରିଜ୍ ପ୍ରାଇଭେଟ୍ ଲିମିଟେଡ଼'' କମ୍ପାନୀ ର ଶ୍ରମିକ ମାନେ। ଦୀର୍ଘ ୩୦ରୁ ୪୦ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ଅତ୍ୟାଚାର ହେଉଥିବା ନେଇ ଶ୍ରମିକ ମାନେ ଅଭିଯୋଗ କରୁଥିବା ବେଳେ ବିନା କାରଣ ରେ ଅନେକ ଶ୍ରମିକଙ୍କୁ ଛଟେଇ କରିବା, ଇପିଏଫ୍ ଇଏସ୍ଆଇ ନଦେବା ଭଳି ତିନିଦଫା ଦାବୀ ନେଇ ଆଜି ଶହେରୁ ଉର୍ଦ୍ଧ ମହିଳା ଓ ପୁରଷ ଶ୍ରମିକ ମାନେ ଧାରଣା ରେ ବସି ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହ କୌଣସି ଆଲୋଚନା ହୋଇ ପାରିନାହିଁ।
10.IPL 2025 Team Captains: ଆଇପିଏଲ୍ ୨୦୨୫ ର ୮ଟି ଦଳର ଅଧିନାୟକ ଘୋଷଣା କରାଯାଇଛି। ଯଦିଓ KKR ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ନିଜ ଅଧିନାୟକଙ୍କ ନାମ ଘୋଷଣା କରିନାହାଁନ୍ତି। ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁବମନ ଗିଲ୍ ସବୁଠାରୁ ଯୁବ ଅଧିନାୟକ ହୋଇଥିବା ବେଳେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସ ଏହି ଲିଗର ସବୁଠାରୁ ବୟସ୍କ ଅଧିନାୟକ। ପ୍ୟାଟ୍ କମିନ୍ସ ଏକମାତ୍ର ବୋଲର୍ ଯିଏ ଅଧିନାୟକ ହୋଇଛନ୍ତି।