Top 10 News Today: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2604708

Top 10 News Today: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା ଓ ସକାଳର ୧୦ ବଡ଼ ଖବର

ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଆଜି  ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶଣ୍ମୁଗରତ୍ନମ ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିକାଶୋମ୍ନୁଳକ କାର୍ଯ୍ୟରେ ସିଙ୍ଗାପୁରର ସହଯୋଗ ଲାଗି ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଥର୍ମନ୍‍ଙ୍କ ଉପସ୍ଥିତିରେ ୮ଟି ଚୁକ୍ତି ସ୍ୱା

Top 10 News Today: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା ଓ ସକାଳର ୧୦ ବଡ଼ ଖବର

ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି
ଆଜି  ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶଣ୍ମୁଗରତ୍ନମ ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିକାଶୋମ୍ନୁଳକ କାର୍ଯ୍ୟରେ ସିଙ୍ଗାପୁରର ସହଯୋଗ ଲାଗି ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଥର୍ମନ୍‍ଙ୍କ ଉପସ୍ଥିତିରେ ୮ଟି ଚୁକ୍ତି ସ୍ୱାକ୍ଷର ହେବ। ଏଥିରେ ରହିଛି ଓଡ଼ିଶାରେ ଦକ୍ଷତା ବିକାଶ କେନ୍ଦ୍ର, ସେମି କଣ୍ଡକ୍ଟର ଦକ୍ଷତା ବିକାଶ, ଅକ୍ଷୟଶକ୍ତି ଗବେଷଣା, ଗ୍ରୀନ୍‍ ହାଇଡ୍ରୋଜେନ୍‍ କରିଡର, ଶିଳ୍ପ ପାର୍କ, ଭୁବନେଶ୍ୱରରେ ନୂତନ ସହର ନିର୍ମାଣ, ପେଟ୍ରୋଲିୟମ କ୍ଷେତ୍ରରେ ନିବେଶ ଏବଂ ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପରିଚାଳନାକୁ ସୁଦୃଢ଼ୀକରଣ ନିମନ୍ତେ ପ୍ରକଳ୍ପ ବୁଝାମଣା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହେବ। 

ବିଦାୟ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଚକ୍ରଧାରୀ ଶରଣ ସିଂହଙ୍କ  ବିଦାୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ହାଇକୋର୍ଟରେ ଏକ ପୂର୍ଣ୍ଣ କୋର୍ଟ ଆୟୋଜନ କରାଯାଇଛି। କୋର୍ଟ ରୁମରେ ବସିବାକୁ ଥିବା ଏହି ପୂର୍ଣ୍ଣ କୋର୍ଟକୁ ଭର୍ଚ୍ଚୁଆଲ୍‍ ଭିତ୍ତିରେ ମଧ୍ୟ ପ୍ରସାରଣ କରାଯିବ।  ଆଜି ଅପରାହ୍ଣ ୨ଟା ୩୦ ମିନିଟରେ ଏହି କୋର୍ଟ ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୧୯ ତାରିଖରେ ଜଷ୍ଟିସ୍‍ ସିଂହ ଅବସର ଗ୍ରହଣ କରିବେ। 

୬ ଜିଲ୍ଲାକୁ ଘନ କୁହୁଡି
ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଶୀତର ମାତ୍ରା କମିବାରେ ଲାଗିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଗଞ୍ଜାମ, ଗଜପତି, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାାଇଛି। 

'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା
ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ୩୦ ହଜାର ଟଙ୍କା ମିଳିବ। ଚଳିତ ମାସ ଠାରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତି ଜିଲ୍ଲାରେ ଜୀବିତ ପଦ୍ମ ପୁରସ୍କାର ବିଜେତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ତଥ୍ୟରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର, ବ୍ୟଙ୍କ ଖାତାର ବିଷଦ ବିବରଣୀ ଓ ଆଇଏଫଏସସି କୋଡ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟକୁ ପଠାଇବେ। ଯାହାଦ୍ୱାରା ସମସ୍ତ ବିଜେତା ବ୍ୟାଙ୍କ ଖାତାରେ ସହାୟତା ରାଶି ପାଇପାରିବେ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜିବ କୁମାର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି। 

ଡାଲମିଆ ସିମେଣ୍ଟରେ ଅଘଟଣ, କୋଇଲା ଗଦା ତଳେ ୩ ଶ୍ରମିକ
ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର। ଏହା ତଳେ ୧୨-୧୪ ଜଣ ଶ୍ରମିକ କାମ କରୁଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି। ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଖୋଜ ଶ୍ରମିକ ମାନେ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ।

ସମ୍ପତ୍ତି ତାଲିକା ଦେବାକୁ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ
କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ ।  ଶ୍ରୀମନ୍ଦିରରେ କାର୍ୟ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ୟ୍ୟାବଳୀର ଘୋଷଣା କରିଛନ୍ତି ମୁଖ୍ୟ ପ୍ରଶାସକ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା ଦାଖଲ ନକଲେ କୌଣସି ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ପ୍ରଦାନ କରିଛନ୍ତି।

ଛତିଶଗଡରେ ୧୨ ନକ୍ସଲ ନିହତ
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ବିଜାପୁରର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା। 

ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭‌ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ବିଶ୍ୱ ଶାନ୍ତି ପାଇଁ ଚାଲିଛି ପ୍ରାର୍ଥନା ଓ ମନ୍ତ୍ର ପାଠ। ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ପ୍ରାର୍ଥନାରେ କମ୍ପୁଛି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରି। ସ୍ନେହ, ପ୍ରେମ ଶ୍ରଦ୍ଧାର‌ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ଚାଲିଛି ପ୍ରାର୍ଥନା। ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭‌ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ। ଓଡ଼ିଶାରେ ବୌଦ୍ଧଙ୍କ କୀର୍ତ୍ତିରାଜ, ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ଯାଜପୁର ଉଦୟଗିରି ଓ ରତ୍ନଗିରିଠାରେ ୧୨ ତାରିଖରୁ ଆରମ୍ଭ ହୋଇଛି ବୌଦ୍ଧ ସମ୍ମିଳନୀ।

ଅଷ୍ଟମ ବେତନ ଆୟୋଗରେ ‌ମୋହର
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ବେତନ ଓ ପେ୍‌ନସନ୍‌ ରାଶି ଆସନ୍ତାବର୍ଷରୁ ବଢ଼ିବା ବାଟ ଆଜି ଫିଟି ଯାଇଛି। ବହୁ ପ୍ରତୀକ୍ଷିତ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦେବାପରେ କର୍ମଚାରୀ ଖୁସ୍‌। କେନ୍ଦ୍ର ସରକାରଙ୍କ ଅଧୀନରେ ବର୍ତ୍ତମାନ କାର୍ଯ୍ୟରତ ୪୯ ‌ଲକ୍ଷରୁ ଅଧିକ କର୍ମଚାରୀ ଓ ପାଖାପାଖି ୬୫ ଲକ୍ଷ ପେନ୍‌ସନ୍‌ଭୋଗୀ ଏହାଦ୍ବାରା ଉପକୃତ ହେବେ। 

କୁମ୍ଭ ମେଳାରୁ ବିଦାୟ ନେଲେ ଷ୍ଟିଭ ଜବ୍ସଙ୍କ ପତ୍ନୀ
କୁମ୍ଭମେଳାରେ ଭାଗ ନେଇଥିବା ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବ୍ସଙ୍କ ପତ୍ନୀ ଲରେନ୍‌ ପାୱେଲ ଅସୁସ୍ଥ। ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍‌ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ଏଭଳି ପରିବେଶରେ ଆଗରୁ କେବେ ରହିନଥିବାରୁ ତାଙ୍କର ଏଲର୍ଜି ହୋଇଯାଇଥିବା ଜଣାପଡ଼ିଛି।ରବିବାର ରାତିରୁ ସେ ଆମେରିକାରୁ ଆସି ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି। ଗତକାଲି ସେ ପବିତ୍ର ସଙ୍ଗମ ସ୍ଥଳୀରେ ବୁଡ଼ ପକାଇଥିଲେ। ହେଲେ ଆଜି ସକାଳେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିବା ସ୍ୱାମୀ କୈଳାଶନନ୍ଦ ଗିରି ସୂଚନା ଦେଇଛନ୍ତି। ସେପଟେ  ସେ ଏଠାକୁ ଦଶ ଦିନ ପାଇଁ ଆସିଥିଲେ, କିନ୍ତୁ ତିନି ଦିନ ପରେ ଫେରିଗଲେ। ଲରେନ୍ ପାୱେଲ୍ ଆଲର୍ଜିରେ ପୀଡିତ ଥିଲେ। କୁହାଯାଉଛି ଯେ ଜବସ୍ ଆଗାମୀ କିଛି ଦିନ ପାଇଁ ଭୁଟାନରେ ରହିବେ।