New FM Station: ଓଡ଼ିଶାରେ ହେବ ୬ ନୂଆ ଏଫ୍‍ଏମ୍‍ ରେଡିଓ ଷ୍ଟେସନ୍‍
Advertisement
Article Detail0/zeeodisha/odisha2404452

New FM Station: ଓଡ଼ିଶାରେ ହେବ ୬ ନୂଆ ଏଫ୍‍ଏମ୍‍ ରେଡିଓ ଷ୍ଟେସନ୍‍

ଏହାଦ୍ୱାରା ଏଫ୍‍ଏମ୍‍ ରେଡିଓ ନଥିବା ସ୍ଥାନ ଉପକୃତ ହେବା ସହ  ସ୍ଥାନୀୟ ଅଞ୍ଚଳର କଣ୍ଟେଣ୍ଟ ପ୍ରାଇ ପ୍ରାଧାନ୍ୟ ବଢ଼ିବ ବୋଲି ଆଶା କରିଛନ୍ତି ସରକାର। ଭାଷାର ବିକାଶ ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ବି ବଢ଼ିବ। 

New FM Station: ଓଡ଼ିଶାରେ ହେବ ୬ ନୂଆ ଏଫ୍‍ଏମ୍‍ ରେଡିଓ ଷ୍ଟେସନ୍‍

New FM Station: ଭୁବନେଶ୍ୱର: ରାଜ୍ୟର ୬ ସ୍ଥାନରେ ହେବ ଫ୍ରିକ୍ୱେନ୍ସୀ ମଡ୍ୟୁଲେଟେଡ (ଏଫ୍‍ଏମ୍‍) ରେଡିଓ ଷ୍ଟେସନ୍‍। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ଏ ନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଦ୍ୱାରା ଏଫ୍‍ଏମ୍‍ ରେଡିଓ ନଥିବା ସ୍ଥାନ ଉପକୃତ ହେବା ସହ  ସ୍ଥାନୀୟ ଅଞ୍ଚଳର କଣ୍ଟେଣ୍ଟ ପ୍ରାଇ ପ୍ରାଧାନ୍ୟ ବଢ଼ିବ ବୋଲି ଆଶା କରିଛନ୍ତି ସରକାର। ଭାଷାର ବିକାଶ ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ବି ବଢ଼ିବ। 

ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟର ଯେଉଁ ୬ଟି ସ୍ଥାନରେ ନୂଆ ଏଫ୍‍ଏମ୍‍ ପାଇଁ ଅକ୍ସନ ହେବ ସେଗୁଡ଼ିକ ହେଲା ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ପୁରୀ ଏବଂ ସମ୍ବଲପୁର।   ତୃତୀୟ ପର୍ଯ୍ୟାୟ ଘରୋଇ ଏଫ୍‍ଏମ୍‍ ରେଡିଓ ଷ୍ଟେସନ୍‍ ପାଇଁ ପ୍ରତିଷ୍ଠା ଲାଗି ଇ-ଅକ୍ସନ କରିବାକୁ କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହାଦ୍ୱାରା ଦେଶର ୨୩୪ଟି ସହରରେ ଘରୋଇ ରେଡିଓ ଷ୍ଟେସନ୍‍ ଖୋଲିବ। ଏଥିପାଇଁ ୭୩୪ କୋଟି ୮୭ ଲକ୍ଷ ଟଙ୍କା ସଂରକ୍ଷିତ ମୂଲ୍ୟ ରଖାଯାଇଛି।

Trending news