Miss Universe 2022: R'Bonney Gabriel ହେଲେ ୨୦୨୨ର ମିସ୍ ୟୁନିଭର୍ସ, ହରନାଜ ସାନ୍ଧୁ ପିନ୍ଧାଇଲେ ତାଜ
Advertisement
Article Detail0/zeeodisha/odisha1529232

Miss Universe 2022: R'Bonney Gabriel ହେଲେ ୨୦୨୨ର ମିସ୍ ୟୁନିଭର୍ସ, ହରନାଜ ସାନ୍ଧୁ ପିନ୍ଧାଇଲେ ତାଜ

USA R Bonney Gabriel Miss Universe 2022: ଆମେରିକାରେ ଅନୁଷ୍ଠିତ ହୋଇଛି ମିସ ୟୁନିଭର୍ସ ପ୍ରତିଯୋଗିତା ୨୦୨୨ । ଆମେରିକାର ଅର୍ଥାତ୍ ଆମେରିକାର ପ୍ରସିଦ୍ଧ ମଡେଲ୍ ଆର ବୋନି ଗାବ୍ରିଏଲ୍ (R'Bonney Gabriel) ଏଥର ମିସ୍ ୟୁନିଭର୍ସ ହୋଇଛନ୍ତି । ଆର ବୋନି ଗାବ୍ରିଏଲଙ୍କ ଏହି ଚମତ୍କାର ବିଜୟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଭାରତର ପୂର୍ବତନ ମିସ୍ ୟୁନିଭର୍ସ ହୋଇଥିବା ହରନାଜ ସାନ୍ଧୁ ଆର.ବନି.ଗାବ୍ରିଏଲଙ୍କ ମୁଣ୍ଡରେ ମିସ୍ ୟୁନିଭର୍ସର ତାଜ୍ ପିନ୍ଧାଇ ଥିଲେ ।

Miss Universe 2022: R'Bonney Gabriel ହେଲେ ୨୦୨୨ର ମିସ୍ ୟୁନିଭର୍ସ, ହରନାଜ ସାନ୍ଧୁ ପିନ୍ଧାଇଲେ ତାଜ

USA R Bonney Gabriel Miss Universe 2022: ଆମେରିକାରେ ଅନୁଷ୍ଠିତ ହୋଇଛି ମିସ ୟୁନିଭର୍ସ ପ୍ରତିଯୋଗିତା ୨୦୨୨ ।  ଆମେରିକାର ଅର୍ଥାତ୍ ଆମେରିକାର ପ୍ରସିଦ୍ଧ ମଡେଲ୍ ଆର ବୋନି ଗାବ୍ରିଏଲ୍ (R'Bonney Gabriel) ଏଥର ମିସ୍ ୟୁନିଭର୍ସ ହୋଇଛନ୍ତି । ଆର ବୋନି ଗାବ୍ରିଏଲଙ୍କ ଏହି ଚମତ୍କାର ବିଜୟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଭାରତର ପୂର୍ବତନ ମିସ୍ ୟୁନିଭର୍ସ ହୋଇଥିବା ହରନାଜ ସାନ୍ଧୁ ଆର.ବନି.ଗାବ୍ରିଏଲଙ୍କ ମୁଣ୍ଡରେ ମିସ୍ ୟୁନିଭର୍ସର ତାଜ୍ ପିନ୍ଧାଇ ଥିଲେ । ଆମେରିକା ବ୍ୟତୀତ ଭେନେଜୁଏଲା ଏବଂ ଡୋମିନିକାନ୍ ରିପବ୍ଲିକର ପ୍ରତିଯୋଗୀମାନେ ଦ୍ବୀତିୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

ଆମେରିକାର ଆର ବୋନି ଗାବ୍ରିଏଲ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଲେ:

ଅନ୍ତିମ ରାଉଣ୍ଡରେ ସର୍ବାଧିକ ଆଶା ଆର ବୋନି ଗାବ୍ରିଏଲ୍ ଉପରେ ରଖାଯାଇଥିଲା କାରଣ ଆମେରିକାର ଟପ୍ ମଡେଲରଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଥିଲା । (Miss Moonverse 2022) ମିସ୍ ମୁନଭର୍ସ ୨୦୨୨ର ଗ୍ରାଣ୍ଡ ଫାଇନାଲରେ ଭେନେଜୁଏଲର ଅମାଣ୍ଡା ଡୁଡାମେଲ ନ୍ୟୁମ୍ୟାନ୍ ଏବଂ ଡୋମିନିକାନ୍ ରିପବ୍ଲିକର ଆଣ୍ଡ୍ରେଆ ମାର୍ଟିନେଜ୍ଙ୍କୁ ପରାସ୍ତ କରି ଆର ବୋନି ଗାବ୍ରିଏଲ୍ ୭୧ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି। ଏହି ବିଶେଷ ଏବଂ ବଡ ବିଜୟ ପରେ ସମସ୍ତେ ସୋସିଆଲ ମିଡିଆରେ ଆର ବୋନି ଗାବ୍ରିଏଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆର ବୋନି ଗାବ୍ରିଏଲ୍ କିଏ?
ଆର ବୋନି ଗାବ୍ରିଏଲ୍ ହେଉଛନ୍ତି ଆମେରିକାର ହ୍ୟୁଷ୍ଟନ୍ ଟେକ୍ସାସର ବାସିନ୍ଦା । କେବଳ ଏତିକି ନୁହେଁ, ଆର ବୋନି ଗାବ୍ରିଏଲ୍ ମଧ୍ୟ ଜଣେ ପେସାଦାର ଫ୍ୟାଶନ୍ ଡିଜାଇନର୍ । ଫ୍ୟାଶନ୍ ଡିଜାଇନ୍ ସହିତ,ଆର ବୋନି ଗାବ୍ରିଏଲ୍ ମଧ୍ୟ ଜଣେ ମଡଲର । ମିସ୍ ୟୁନିଭର୍ସ ହେବା ପୂର୍ବରୁ ଆର ବୋନି ଗାବ୍ରିଏଲ୍ ମଧ୍ୟ ମିସ୍ ୟୁଏସ୍ ଟାଇଟଲ୍ ଜିତିଛନ୍ତି।

ଭାରତର ଦିବିତା ପାଇଁ ଟାଇଟଲ୍ ଭାଗ୍ୟ :
ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ କର୍ଣ୍ଣାଟକର ମଡେଲ ବିଦିତା ରୟ ଅଂଶ ଗ୍ରହଣ କରିଥିଲେ। ୨୫ ବର୍ଷିୟ ବିଦିତା  ସୋନେକି ଚିଡିଆ ଅବତାରରେ ଯେତେବେଳେ ପହଞ୍ଚିଥିଲେ । ସେତେବେଳେ ପୁରା ମାହୋଲ ସରଗରମ ରହିଥିଲା। ତେବେ ୭୧ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଦିବିତା ରାୟ ଟପ ୫ରେ ମଧ୍ୟ ନିଜ ସ୍ଥାନକୁ ପକ୍କା କରିପାରିନ ଥିଲେ।  ପୂର୍ବରୁ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଏବଂ ଲାରା ଦତ୍ତା ମିସ୍ ୟୁନିଭର୍ସ ତାଜ ପିନ୍ଧିଥିବା ବେଳେ ୨୦୨୧ରେ  ଭାରତର ହର୍ନାଜ ସାନ୍ଧୁ ମଧ୍ୟ ଏହି ଟାଇଟଲ୍ ଜିତିବା ସହ ଦେଶ ପାଇଁ ଗୌରବ ଆଣିଥିଲେ। ୨୧ ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ  ମିଳିଥିଲା  ।  ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଥିଲେ ପଞ୍ଜାବର ହରନାଜ ସାନ୍ଧୁ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଥିଲେ ହରନାଜ । ମେକ୍ସିକୋର ଆଣ୍ଡିଆ ମେଜା ହରନାଜଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।  ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଥିଲା । ମିସ ପାରାଗୱେଙ୍କୁ ପଛରେ ପକାଇ ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଥିଲେ । ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ ।