Tripti Dimri Fees: ରଣବୀରଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ଥିବା ତ୍ରିପ୍ତି ଦିମ୍ରି ନେଇଛନ୍ତି କେତେ ଟଙ୍କା ?
Advertisement
Article Detail0/zeeodisha/odisha1997181

Tripti Dimri Fees: ରଣବୀରଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ଥିବା ତ୍ରିପ୍ତି ଦିମ୍ରି ନେଇଛନ୍ତି କେତେ ଟଙ୍କା ?

Tripti Dimri Fees:ଫିଲ୍ମର ମେନ୍ କ୍ୟାରେକ୍ଟର ରଣବୀର କପୁର ଏହି ଆକ୍ସନ ଫିଲ୍ମ ପାଇଁ ୭୦ କୋଟି ଟଙ୍କା ଦାବି କରିଛନ୍ତି । ସେହିପରି ରଣବୀରଙ୍କ ବାପା ଭୂମିକାରେ ନଜର ଆସିଥିବା ଭେଟେରାନ ଅଭିନେତା ଅନିଲ୍ କପୁର ଏହି ଫିଲ୍ମରେ ଅଭିନୟ ପାଇଁ ୨ କୋଟି ଟଙ୍କା ଚାର୍ଜ କରିଛନ୍ତି।

 

Tripti Dimri Fees: ରଣବୀରଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ଥିବା ତ୍ରିପ୍ତି ଦିମ୍ରି ନେଇଛନ୍ତି କେତେ ଟଙ୍କା ?

Tripti Dimri Fees: ରିଲିଜ ହୋଇଛି ଫିଲ୍ମ ଆନିମଲ୍। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରଣବୀର କପୁର ଓ ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନା । ଅନ୍ୟାନ୍ୟ ଭୂମିକାରେ ନଜର ଆସିଛନ୍ତି ଅନିଲ୍ କପୁର, ବବି ଦେଓଲ, ଶକ୍ତି କପୁର, ସିଦ୍ଧାନ୍ତ କର୍ନିକ୍। ରିଲିଜ ହେବାର ସାତ ଦିନ ମଧ୍ୟରେ ବ୍ଲକ ବଷ୍ଟର ହିଟ୍ ସାବ୍ୟସ୍ତ ହୋଇଛି ରଣବୀର କପୁରଙ୍କ ଏହି ଫିଲ୍ମ । ତେବେ ପୂରା ଫିଲ୍ମରେ ରଣବୀର ଓ ଅନିଲ୍ କପୁର ତଥା ବାପ-ପୁଅଙ୍କ ଅନକଣ୍ଡିସନାଲ ଭଲ ପାଇବା ସ୍ନେହକୁ ନେଇ ଚିତ୍ରିତ କରାଯାଇଛି। ତେବେ ରଣବୀରଙ୍କ ଅଭିନୟ ପରେ ପରେ ରଶ୍ମିକା ନୁହେଁ ବରଂ କୋଷ୍ଟାର ଅଭିନେତ୍ରୀ ତ୍ରିପ୍ତି ଦିମ୍ରିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା । 

ଫିଲ୍ମର ଡ୍ୟୁରେସନ ୩ଘଣ୍ଟା ୨୧ ମିନିଟ୍ ଥିବା ବେଳେ ଇଣ୍ଟରଭାଲ ପରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ତ୍ରିପ୍ତି (Tripti Dimri) । ଆଉ ରଣବୀରଙ୍କ ସହ ରୋମାନ୍ସ ସିନ୍ ବେଶ ହିଟ୍ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତ୍ରିପ୍ତି ଦିମ୍ରିଙ୍କ ଆକ୍ଟିଂ ଓ ବୋଲ୍ଡ ଲୁକ୍ କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ରଣବୀର କପୁର ଙ୍କ ସହ କିଛି ସମୟ ଧରି ରୋମାନ୍ସ ଓ କ୍ଲାଇମାକ୍ସରେ ଏଣ୍ଟ୍ରି କରିଥିବା ତ୍ରିପ୍ତି ଆନିମଲ ମୁଭି ପାଇଁ କେତେ ଟଙ୍କା ନେଇଛନ୍ତି ଜାଣିଛନ୍ତି କି ? ଏଠାରେ କହି ରଖୁଛୁ ଯେ, ଅଭିନେତ୍ରୀ ତ୍ରିପ୍ତି ଦିମ୍ରି ଏହି ଫିଲ୍ମ ପାଇଁ ୪୦ ଲକ୍ଷ ଟଙ୍କା ନେଇଥିବା କୁହାଯାଉଛି। ଅଭିନେତ୍ରୀ ତ୍ରିପ୍ତି ଦିମ୍ରିଙ୍କୁ ଆନିମଲ୍ ଫିଲ୍ମ ପୂର୍ବରୁ Qala, Bulbul ରେ ଦେଖିବାକୁ ମିଳିଥିଲା । ସେତେବେଳେ ଏତେ ଲାଇମ ଲାଇଟ୍ କୁ ନଆସିଥିଲେ ବି ଏହି ଅଭିନେତ୍ରୀ ଆନିମଲ୍ ଫିଲ୍ମ ପାଇଁ ବେଶ ଫେମସ ହୋଇଛନ୍ତି। 

ସେହିପରି ଫିଲ୍ମର ମେନ୍ କ୍ୟାରେକ୍ଟର ରଣବୀର କପୁର (Ranbir Kapoor) ଏହି ଆକ୍ସନ ଫିଲ୍ମ ପାଇଁ ୭୦ କୋଟି ଟଙ୍କା ଦାବି କରିଛନ୍ତି । ସେହିପରି ରଣବୀରଙ୍କ ବାପା ଭୂମିକାରେ ନଜର ଆସିଥିବା ଭେଟେରାନ ଅଭିନେତା ଅନିଲ୍ କପୁର ଏହି ଫିଲ୍ମରେ ଅଭିନୟ ପାଇଁ ୨ କୋଟି ଟଙ୍କା ଚାର୍ଜ କରିଛନ୍ତି। ସେପଟେ ଫିଲ୍ମ ଆନିମଲ୍ ରେ ସବୁଠୁ ୟୁନିକ୍ ଥିଲା ବବି ଦେଓଲଙ୍କ ଏଣ୍ଟ୍ରି । ବବି ଦେଓଲ ଏଥିରେ ଭିଲେନ ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ବବି ଦେଓଲ ୪ ରୁ ୫ କୋଟି ଟଙ୍କା ଦାବି କରିଛନ୍ତି । ଅନ୍ୟପଟେ ଫିଲ୍ମର ହିରୋଇନ୍ ତଥା ଅଭିନେତା ରଣବୀରଙ୍କ ପତ୍ନୀ ଭାବେ ଭୂମିକାରେ ଆସିଥିବା ରଶ୍ମିକା(Rashmika Mandanna) ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି । ସେହିପରି ଶକ୍ତି କପୁର ୩୦ ଲକ୍ଷ ଓ ସିଦ୍ଧାନ୍ତ କର୍ନିକ୍ ୨୦ ଲକ୍ଷ ଟଙ୍କା ନେଇଛନ୍ତି। 

ଯଦି ଚଳିତ ବର୍ଷର ରିଲିଜ ବିଷୟରେ କଥା ହେବା ତେବେ ଫିଲ୍ମ ଆନିମଲ୍ ଚଳିତ ବର୍ଷର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ‘ପଠାନ୍’ର ରେକର୍ଡ ଭାଙ୍ଗିଛି। ଅଗ୍ରୀମ ବୁକିଂରେ ‘ଆନିମଲ୍‌’ ଶାହରୁଖଙ୍କ ଫିଲ୍ମ ‘ପଠାନ୍’ର ରେକର୍ଡ଼ ଭାଙ୍ଗିଛି। ମୁକ୍ତିଲାଭର ପୂର୍ବ ସନ୍ଧ୍ୟାରେ ଆନିମଲ୍‌ (Film Animal) ଅଗ୍ରୀମ ବୁକିଂରେ ପ୍ରଥମେ ସଲମାନ ଖାନ୍‌ଙ୍କ ‘ଟାଇଗର ୩’ର ରେକର୍ଡ଼ ଭାଙ୍ଗିଥିଲା ଏବଂ ପରେ ଚଳିତ ବର୍ଷର ଆଉ ଏକ ବଡ଼ ଅଗ୍ରୀମ ବୁକିଂ ନେଇଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ମଧ୍ୟ ଟପିଯାଇଥିଲା। ଫିଲ୍ମ ରିଲିଜ ପରେ ଏବେ ସୁଦ୍ଧା ୱାର୍ଲଡ ୱାଇଡରେ ୪୨୫ କୋଟି ଟଙ୍କା କ୍ରସ କରିଥିବା କୁହାଯାଉଛି। 

Also Read: Yash New Film: ଇନଷ୍ଟାରେ DP ଚେଞ୍ଜ କଲେ ୟଶ୍, ୮ ଡିସେମ୍ବରରେ ହେବ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ

Also Read: ସୋସାଇଟିରେ ବୁଲିବୁଲି ପରିବା ବିକୁଛନ୍ତି ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ