Asia Cup Tital: ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ଜିତିଲା ଭାରତ
Advertisement
Article Detail0/zeeodisha/odisha1396122

Asia Cup Tital: ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ଜିତିଲା ଭାରତ

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଟାଇଟଲ ହାତେଇଛି ଭାରତୀୟ ମହିଳା ଦଳ।

Asia Cup Tital: ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ (Smruti Mandhana) ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ (India) ଚଳିତ ଏସିଆ କପ (Asia Cup) ଟାଇଟଲ ହାତେଇଛି। ଏହା ସହିତ ଭାରତ (India) ମୋଟ ୭ ଥର ଏସିଆ କପ ଟାଇଟଲ (Asia Cup Tital) ହାତେଇ ସାରିଲାଣି। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟି କରି ଶ୍ରୀଲଙ୍କା (Srilanka) ୬୫ ରନ କରିଥିଲା। ଜବାବରେ ଭାରତ (India) ମାତ୍ର ୮.୩ ଓଭରରେ ଦୁଇଟି ଓ୍ୱିକେଟ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। 

ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ମହିଳା ଦଳ ସହଜ ବିଜୟ ହାସଲ କରିବା ସହିତ ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି। ଆଜି ସିଲହେଟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ବିଜୟ ଲକ୍ଷକୁ ମାତ୍ର ୮.୩ ଓଭରରେ ୨ ଓ୍ୱିକେଟ ବିନିମୟରେ ହାସଲ କରିନେଇଥିଲା ଭାରତ। ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ପକ୍ଷରୁ ସେଫାଳି ବର୍ମା ଓ ସ୍ମୃତି ମନ୍ଧାନା ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୩୨ ବେଳେ ଶ୍ରୀଲଙ୍କାକୁ ପ୍ରଥମ ସଫଳତା ମିଳିଥିଲା। ସେଫାଳି ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ। ତେବେ ଭାରତକୁ ବଡ଼ ଝଟକା ମିଳିଥିଲେ ମଧ୍ୟ ସ୍ମୃତି ମନ୍ଧାନା ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଫଳରେ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ସେ ଦଳକୁ ସହଜ ବିଜୟ ଦେଇଥିଲେ। ସ୍ମୃତି ୨୫ ବଲରେ ୬ଟି ଚୌକା ଓ ୩ଟି ଛକା ବଳରେ ୫୧ ରନ କରି ଅପରାଜିତ ରହିଥିଲେ। ଦଳ ପକ୍ଷରୁ ଜେମିଆ ରଡ୍ରିଗଜ ୨ ରନ ଓ ହରମନପ୍ରିତ କୌର ୧୧ ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଇନୋକା ରଣଓ୍ୱିରା ଓ କବିଶା ଦିଲହାରୀ ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। 

ଟସ ଜିତି ଶ୍ରୀଲଙ୍କା ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଚାମାରୀ ଆଟ୍ଟାପାଟ୍ଟୁ ଓ ଅନୁଷ୍କା ସଞ୍ଜିଓ୍ୱନୀ ଦଳ ପାଇଁ ପାଳି ଆରମ୍ଭ କରିଥିଲେ। କିନ୍ତୁ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା। ଭାରତୀୟ ଦଳର ଘାତକ ବୋଲିଂକୁ ସାମ୍ନା କରି ନ ପାରି ଦଳର ବ୍ୟାଟ୍ସମ୍ୟାନ ମାନେ ନିୟମିତ ବ୍ୟବଧାନରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଦଳ ପକ୍ଷରୁ ଓସାଦି ରାଣାସିଙ୍ଗେ ଓ ଇନୋକା ରଣଓ୍ୱିରା ଦୁଇ ଅଙ୍କ ଛୁଇଁଥିଲେ। ତେବେ ଅନ୍ୟ ମାନଙ୍କ ମଧ୍ୟରେ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଓସାଦି ୧୩ ରନ କରିଥିବା ବେଳେ ଇନୋକା ୧୮ ରନ କରି ଅପରାଜିତ ରହିଥିଲେ। 

ଭାରତ ପକ୍ଷରୁ ରେଣୁକା ସିଂହ ସର୍ବାଧିକ ଓ୍ୱିକେଟ ହାତେଇଥିଲେ। ରାଜେଶ୍ୱରୀ ଗାୟକ୍ୱାୟଡ଼ ଓ ସ୍ନେହା ରାଣା ଦୁଇଟି ଲେଖାଏଁ ଓ୍ୱିକେଟ ହାତେଇଥିବା ବେଳେ ରେଣୁକା ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିଲେ।

ଅଧିକ ପଢନ୍ତୁ: ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ମାଡ଼ି ଆସିବ ବଡ଼ ବିପତ୍ତି, ଆସନ୍ତା ବର୍ଷ ଦେଶରେ ତାଣ୍ଡବ ରଚିବ ତାପମାତ୍ରା !

ଅଧିକ ପଢନ୍ତୁ: ତୁର୍କୀର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୮ ମୃତ ଶତାଧିକ ଆହତ