ଅଚଳ ହୋଇଛି ସଚଳ ଟଙ୍କା; ଅଘୋଷିତ ବେଆଇନ ଖୁଚୁରା ଟଙ୍କା
Advertisement
Article Detail0/zeeodisha/odisha1150010

ଅଚଳ ହୋଇଛି ସଚଳ ଟଙ୍କା; ଅଘୋଷିତ ବେଆଇନ ଖୁଚୁରା ଟଙ୍କା

ସରକାର ଏହିସବୁ ମୁଦ୍ରା ପ୍ରଚଳିନ ଜାରି ରଖିଥିବା ସତ୍ତ୍ୱେ ଏହିସବୁ କଏନ ବ୍ୟବସାୟୀ ଗ୍ରହଣ କରୁନାହାନ୍ତି । ଅନେକ ସମୟରେ ଲୋକେ ଏହାକୁ ନେଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଅଚଳ ହୋଇଛି ସଚଳ ଟଙ୍କା; ଅଘୋଷିତ ବେଆଇନ ଖୁଚୁରା ଟଙ୍କା

ନୂଆଦିଲ୍ଲୀ: ନିଜ ଅଜାଣତରେ ଆମେ ପଚାଶ ପଇସା, ଟଙ୍କିକିଆ, ଦଶ ଟଙ୍କିକିଆ କଏନକୁ ଅଚଳ କରିସାରିଲେଣି ତାହା ଆମେ ନିଜେ ବି ଜାଣିନେ । ଦୋକାନୀ ହୁଅନ୍ତୁ ବା ରିକ୍ସା-ଅଟୋ ଚାଳକ ହୁଅନ୍ତୁ ଆମେ ସେମାନଙ୍କ ଠାରୁ ଏହି ସବୁ କଏନ ନେବା ଦେବା ବନ୍ଦ କରି ସାରିଲେଣି । ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି । ସରକାର ଏହିସବୁ ମୁଦ୍ରା ପ୍ରଚଳିନ ଜାରି ରଖିଥିବା ସତ୍ତ୍ୱେ ଏହିସବୁ କଏନ ବ୍ୟବସାୟୀ ଗ୍ରହଣ କରୁନାହାନ୍ତି । ଅନେକ ସମୟରେ ଲୋକେ ଏହାକୁ ନେଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
 
ଅଚଳ ହୋଇଛି ସଚଳ ଟଙ୍କା, ଅଘୋଷିତ ବେଆଇନ ହୋଇଛି ଖୁଚୁରା ଟଙ୍କା । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମାକୁ ମଧ୍ୟ ବେଖାତିର ଖାସ କରି ବ୍ୟବସାୟୀ କରୁଛନ୍ତି । ବ୍ୟାଙ୍କ ଶାଖା ମଧ୍ୟ ଏହି ସବୁ ପଇସାକୁ ଗ୍ରହଣ କରୁନଥିବା ବିଭିନ୍ନ ସ୍ଥାନରେ ଅଭିଯୋଗ ଆସୁଛି ।

ଖୁଚୁରା ବ୍ୟବସାୟ ତଥା ସାଧାରଣ ଜିନିଷର କିଣାବିକାର ସୁବିଧା ଦୃଷ୍ଟିରୁ ସରକାର ଏକ ଟଙ୍କା ଦୁଇ ଟଙ୍କା ପାଞ୍ଚ ଓ ଦଶ ଟଙ୍କିଆ ମୁଦ୍ରା ପ୍ରଚଳିତ କରିଛନ୍ତି । ଯାହା ଦ୍ଵାରା ବଜାରରେ ଟଙ୍କା ନିମୟରେ ସୁବିଧା ଓ ସହଜ ହୋଇପାରିବ। ହେଲେ ସମସ୍ତ ଖୁଚୁରା କୁ ସରକାରଙ୍କ ତରଫରୁ ବେଆଇନ କରାଯାଇନଥିଲେ ମଧ୍ୟ କୌଣସି ଏକ ଗୁଜବ ଲାଗି ଏବେ ବ୍ୟବହାର ହୋଇ ପାରୁନାହିଁ । ଏମିତିକି ଏହି ସବୁ ଖୁଚୁରାକୁ କୌଣସି ଭିକାରୀ ମଧ୍ୟ ଗ୍ରହଣ କରୁନାହାନ୍ତି।  ଏମିତି କି କେତକ ବ୍ୟାଙ୍କ ଶାଖା ମଧ୍ୟ ଏହି କଏନ ସବୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ବଜାର ବିନିମୟରେ ସାଧାରଣ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଏହି ସବୁ ମୁଦ୍ରାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ଗୁଜବ ରହିଛି । ଯାହାକୁ ଦୂର କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ ରହିଛି । ସରକାରଙ୍କ ପ୍ରଚଳିତ ବିଭିନ୍ନ ମୁଦ୍ରାର ବୈଧତା ଏବଂ ଏହାର ଉପଯୋଗୀ ଉପରେ ଲୋକଙ୍କୁ ସଚେତନ କରାଇଲେ ବ୍ୟାପିଥିବା ଗୁଜବ ଲୋପ ପାଇବ ବୋଲି ବିଶ୍ୱାସ କରାଯାଉଛି।

ଏହା ବି ପଢ଼ନ୍ତୁ: ଭିସା ବୈଧତା ସମାପ୍ତ ହେବା ପରେ ମଧ୍ୟ ଭାରତରେ ରହୁଥିବା ବିଦେଶୀମାନଙ୍କ ପାଇଁ ସତର୍କ ଘଣ୍ଟି

ଏହା ବି ପଢ଼ନ୍ତୁ: PM ମୋଦି ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜଙ୍କୁ ଜଣାଇଲେ ଅଭିନନ୍ଦନ; ଦେଲ ଏହି ବାର୍ତ୍ତା