Bhupinder Singh Hooda Car Accident: ଗାଡ଼ିକୁ ଧକ୍କା ଦେଲା ନୀଲଗାଈ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ
Advertisement
Article Detail0/zeeodisha/odisha1645379

Bhupinder Singh Hooda Car Accident: ଗାଡ଼ିକୁ ଧକ୍କା ଦେଲା ନୀଲଗାଈ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ

Bhupinder Singh Hooda: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ରବିବାର ଦିନ ହିସାରରେ ଏକ ସଡ଼କ ଦୁର୍ଘଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହରିୟାଣାର ହିସାର ଜିଲ୍ଲାର ବରଓ୍ବାଲା ନିକଟରେ ଏକ 'ନୀଲଗାଈ' ତାଙ୍କ SUV ଗାଡ଼ିକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା।

ସୌ(ସୋସିଆଲ ମିଡିଆ)

Bhupinder Singh Hooda Car Accident: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ (former CM) ଭୂପିନ୍ଦର ସିଂହ ହୁଡା(Bhupinder singh hooda) ରବିବାର ଦିନ ହିସାରରେ ଏକ ସଡ଼କ ଦୁର୍ଘଣାରୁ (Accident) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହରିୟାଣାର ହିସାର ଜିଲ୍ଲାର ବରଓ୍ବାଲା ନିକଟରେ ଏକ 'ନୀଲଗାଈ' (Nilgai) ତାଙ୍କ SUV ଗାଡ଼ିକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପ୍ ବିଜେତା ବକ୍ସର ସ୍ୱିଟି (Boxer Saweety boora) ବୋରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ଲାଗି ଗିରାୟେ ଗାଁରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା (Former Cm Bhupinder Singh Hooda) ହିସାରକୁ ଆସୁଥିଲେ। ଏହି ସମୟରେ ମାଟଲାଉଡା ଗାଁ ନିକଟରେ ତାଙ୍କ କାରକୁ ଏକ 'ନୀଲଗାଈ' ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗାଡିର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ଭୁପେନ୍ଦ୍ର ସିଂ ହୁଡାଙ୍କ(Bhupinder Singh Hooda) ଗାଡି଼ର ଆଗ ସିଟରେ ବସିଥିଲେ। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନ୍ୟ ଏକ ଗାଡିରେ ଛାଡିଯାଇଥିଲା । ଦୁର୍ଘଟଣା ସମୟରେ ସେହି ଗାଡ଼ିରେ ଭୁପେନ୍ଦ୍ର ସିଂ ହୁଡାଙ୍କ ସହ ପୂର୍ବତନ ମନ୍ତ୍ରୀ ଜୟପ୍ରକାଶ, ବିରେନ୍ଦ୍ର ସିଂ, ଧରମବୀର ଗୋୟତ, ନରେଶ ସେଲୱାଲ ମଧ୍ୟ ଥିଲେ।  ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଏନେଇ ପୋଲିସ ଅଧୀକ୍ଷକ ଗଙ୍ଗାରାମ ପୁନିଆ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି ଯେ, “ହଠାତ୍ ଏକ ନୀଲଗାଈ ରାସ୍ତାରେ ଆସି ହୁଡାଙ୍କ ଗାଡି଼କୁ ଧକ୍କା ଦେଇଥିଲା”। ତେବେ ଏହି ଘଟଣାକୁ ନେଇ ହୁଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଗାଈଟି ଆସି ହଠାତ୍ ଗାଡ଼ି ସହ ଧକ୍କା ହୋଇଥିଲା । କିନ୍ତୁ ଆମେ ସମସ୍ତେ ସୁରକ୍ଷିତ ଅଛୁ । ମୁଁ ମୋର କାର୍ଯ୍ୟକ୍ରମ ଜାରି ରଖିଛି ଓ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଏକ ଗାଁକୁ ଯାଉଛି” ।

ପ୍ରକାଶ ଥାଉ କି, ଜାମ୍ମୁ କାଶ୍ମୀରରେ ଏକ ଟ୍ରକ ସହିତ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ(kiren rijiju) କାର ମୁହାଁମୁହିଁ ଧକ୍କା ହୋଇଥିଲା। କିରେନ ରିରିଜୁ ଶନିବାର ଦିନ ଜାମ୍ମୁ କାଶ୍ମୀର( jammu kashmir) ଗସ୍ତରେ ଯାଇଥିଲେ। ଯେଉଁଠାରେ ତାଙ୍କ ବୁଲେଟ୍ ପ୍ରୁଫ୍ କାର୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ଆଇନ ମନ୍ତ୍ରୀଙ୍କ କାର ନଷ୍ଟ ହୋଇଯାଇଛି। ଯଦିଓ କାହାରି ଆଘାତ ହେବାର ଖବର ସାମ୍ନାକୁ ଆସିନାହିଁ।

ଏହା ବି ପଢନ୍ତୁ- Modern Shravan Kumar: କଳିଯୁଗର ଶ୍ରବଣ କୁମାର! ଏହି କାରଣ ପାଇଁ ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା

ଏହା ବି ପଢନ୍ତୁ-Unclaimed Amounts: ବ୍ୟାଙ୍କ ପରି LIC ରେ ଟଙ୍କା ରଖି ଭୁଲିଯାଉଛନ୍ତି ଲୋକେ; ୨୧,୫୦୦ କୋଟିର କେହି ନାହାଁନ୍ତି ଦାବିଦାର! ଆପଣ ଭୁଲି ଯାଇଛନ୍ତି କି?

ଏହା ବି ପଢନ୍ତୁ-Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

ଏହା ବି ପଢନ୍ତୁ-Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ

ଏହା ବି ପଢନ୍ତୁ-Cuttack News: ଅଷ୍ଟପ୍ରହରି ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ

ଏହା ବି ପଢନ୍ତୁ-7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...