General Knowledge: କାହିଁକି ବିଭିନ୍ନ ସ୍ଥାନର ନାମ ପଛରେ ଲଗାଯାଇଥିବା ପୁର ଶବ୍ଦ? ଜାଣନ୍ତୁ
Advertisement
Article Detail0/zeeodisha/odisha1768596

General Knowledge: କାହିଁକି ବିଭିନ୍ନ ସ୍ଥାନର ନାମ ପଛରେ ଲଗାଯାଇଥିବା ପୁର ଶବ୍ଦ? ଜାଣନ୍ତୁ

place with pur name in india: ଦେଶର କୋଣ ଅନୁକୋଣରେ ଅବସ୍ଥିତ ରହିଥିବା ବିଭିନ୍ନ ସ୍ଥାନର ନାମ ପଛରେ ପୁର ଶବ୍ଦ ଯୋଡ଼ି ହୋଇଥିବାର ଆପଣ ଦେଖିବାକୁ ପାଇଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି  ବିଭିନ୍ନ ସ୍ଥାନର ନାମକରଣ ପାଇଁ "ପୁର" ଶବ୍ଦ କାହିଁକି ବ୍ୟବାହର ହୁଏ।

General Knowledge: କାହିଁକି ବିଭିନ୍ନ ସ୍ଥାନର ନାମ ପଛରେ ଲଗାଯାଇଥିବା ପୁର ଶବ୍ଦ? ଜାଣନ୍ତୁ

why is 'pur' written in the names of places: ଦେଶର କୋଣ ଅନୁକୋଣରେ ଅବସ୍ଥିତ ରହିଥିବା ବିଭିନ୍ନ ସ୍ଥାନର ନାମ ପଛରେ ଆପଣ "ପୁର" ଶବ୍ଦ ଲେଖା ହୋଇଥିବାର ଦେଖିବାକୁ ପାଇଥିବେ। ଉଦାହରଣ ସ୍ୱରୂପ ନାଗପୁର, ଯୋଧପୁର, ଜୟପୁର, ରାୟପୁର, ସୋଲାପୁର, ବାନ୍ଦୀପୁର, ଗୋରଖପୁର, କାନପୁର, ରାମପୁର ଆହୁରି ଏମିତି ଅନେକ। ହେଲେ କ'ଣ ଆପଣ ଜାଣିଛନ୍ତି ବିଭିନ୍ନ ସ୍ଥାନର ନାମ ପଛରେ ପୁର ଶବ୍ଦ ଲେଖା ହେବା ପଛରେ କେଉଁ କାରଣ ରହିଛି?

ଭାରତ (India) ହେଉଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ (Biggest Democracy in World)। ଭାରତ ବର୍ଷର ବିଭିନ୍ନ କୋଣ ଅନୁକୋଣରେ ଅବସ୍ଥିତ ରହିଥିବା ବିଭିନ୍ନ ସ୍ଥାନର ନିଜସ୍ୱ ସଂସ୍କୃତି, ଐତିହ୍ୟ ଏବଂ ସମୃଦ୍ଧ ଇତିହାସ ଅଛି। ଦେଶରେ ଅବସ୍ଥିତ ଥିବା ପ୍ରତ୍ୟେକ ସହର ନଗରର (Cities and Town in India) ଅନେକ ବର୍ଷର ଇତିହାସ ରହିଛି। ଆପଣ ନିଶ୍ଚିତ ଭାବରେ ଅନେକ ସ୍ଥାନ ଯଥା ସହର, ନଗର ଏବଂ ଗ୍ରାମ ନାମରେ "ପୁର" ଶବ୍ଦ (pur world) ଲେଖା ହୋଇଥିବାର ଦେଖିବାକୁ ପାଇଥିବେ। ନାଗପୁର (Nagpur), ଯୋଧପୁର (Jodhpur), ଜୟପୁର (Jaipur), ରାୟପୁର (Raipur), ସୋଲାପୁର (Solapur), ବାନ୍ଦୀପୁର (Bandipur), ଗୋରଖପୁର (Gorakhpur), କାନପୁର (Kanpur), ରାମପୁର (Rampur) ଆହୁରି ଏମିତି ଅନେକ ସ୍ଥାନର ନାମ ପଛରେ "ପୁର" ଶବ୍ଦ ବ୍ୟବହାର ହୋଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ବିଭିନ୍ନ ସ୍ଥାନର ନାମ ପଛରେ "ପୁର" ଶବ୍ଦ କାହିଁକି ବ୍ୟବହୃତ ହୋଇଥାଏ? ଯଦି ନୁହେଁ, ତାହେଲେ ଜାଣନ୍ତୁ ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି "ପୁର" ଶବ୍ଦ ଲେଖାଯାଇଥାଏ।

Also Read: General Knowledge: ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଲାଗିଥାଏ ଗଡ଼ ଏବଂ ପତ ଶବ୍ଦ? ଜାଣନ୍ତୁ କାରଣ

କିପରି ସ୍ଥାନର ନାମ ସହ ଯୋଡ଼ି ହେଲା "ପୁର" ଶବ୍ଦ?
ପ୍ରାଚୀନ କାଳରୁ ସହରର ନାମରେ "ପୁର" ଶବ୍ଦ ବ୍ୟବହାର କରାଯାଉଛି। ପ୍ରାଚୀନ କାଳରେ, ଅନେକ ରାଜା, ମହାରାଜା ଏବଂ ସମ୍ରାଟ ଏହାକୁ ନିଜ ନାମରେ ଯୋଡି ବିଭିନ୍ନ ସହରର ନାମକରଣ କରୁଥିଲେ। ଉଦାହରଣ ସ୍ୱରୂପ, ଜୟପୁର ସହରକୁ (Jaipur City) ରାଜା ଜୟସିଂହ () ନିର୍ମାଣ କରିଥିଲେ। ଏପରି ପରିସ୍ଥିତିରେ ସେ ତାଙ୍କ ନାମରେ ପୁର ଯୋଗ କରି ଜୟପୁର ସହରର ନାମକରଣ କରିଥିଲେ।

"ପୁର"ଶବ୍ଦର ଅର୍ଥ କ"ଣ?
"ପୁର"ଶବ୍ଦର ଅର୍ଥ ବିଷୟରେ କହିବାକୁ ଗଲେ ପୁର ଶବ୍ଦ ଋଗବେଦରେ ଉଲ୍ଲେଖ କରାଯାଇଛି। ଯାହା ଏକ ପ୍ରାଚୀନ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ହେଉଛି ସହର ଅଥବା ଦୁର୍ଗ। ପୁରାତନ କାଳରେ, ରାଜା ମହାରାଜା, ସମ୍ରାଟଙ୍କ ସାମ୍ରାଜ୍ୟ ରହିଥିଲା। ଏପରି ଭାବରେ ସେମାନେ ସେମାନଙ୍କ ଦ୍ୱାରା ସ୍ଥାପିତ ସହର ନଗରର ନାମକରଣ କରିବା ପାଇଁ କେତେକ ଶାସକ ନିଜ ନାମରେ କିମ୍ବା କୌଣସି ବିଶେଷ ଜିନିଷ ସହିତ ପୁର ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ। ନିର୍ଦ୍ଦିଷ୍ଟ ଜିନିଷର ନାମ ଶବ୍ଦର ପ୍ରାରମ୍ଭରେ ରଖାଯାଇଥିଲା ଏବଂ ଶବ୍ଦର ଶେଷରେ ପୁର ଶବ୍ଦ ଯୋଗ କରି ଦିଆଯାଇଥିଲା। ଏହା ସେହି ସ୍ଥାନର ନାମକରଣ ହେଉଥିଲା।

ଆଫଗାନିସ୍ତାନ ଏବଂ ଇରାନ ଭଳି ଦେଶରେ "ପୁର" ନାମଧାରୀ ସ୍ଥାନ 
କେତେକ ଭାଷାବିଦ୍ ବିଶ୍ୱାସ କରନ୍ତି ଯେ ପୁର ଶବ୍ଦ ଆରବୀ ଭାଷାରେ ମଧ୍ୟ ବ୍ୟବହୃତ ହୁଏ। ଏହାର କାରଣ ହେଉଛି ଆଫଗାନିସ୍ତାନ ଏବଂ ଇରାନ ଭଳି ଦେଶର କେତେକ ସହରର ନାମକରଣ "ପୁର" ଶବ୍ଦ ବ୍ୟବହାର କରି ହୋଇଛି।