Gold Hallmark: ସୁନା କିଣିବାରେ ବଦଳିଲା ଏହି ନିୟମ, ନୂଆ ନିୟମ ଅନୁଯାୟୀ କରିବାକୁ ହେବ ଏହି କାମ
Advertisement
Article Detail0/zeeodisha/odisha1596203

Gold Hallmark: ସୁନା କିଣିବାରେ ବଦଳିଲା ଏହି ନିୟମ, ନୂଆ ନିୟମ ଅନୁଯାୟୀ କରିବାକୁ ହେବ ଏହି କାମ

Gold Hallmark News In Odia: ଗ୍ରାହକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନିଧି ଖରେ କହିଛନ୍ତି ଯେ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ଯେ ମାର୍ଚ୍ଚ ୩୧ ପରେ HUID ବିନା ହଲମାର୍କ ହୋଇଥିବା ସୁନା ଅଳଙ୍କାର ଏବଂ ସୁନା କଳାକୃତି ବିକ୍ରିକୁ ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ଆମ ସଂଖ୍ୟା ସହିତ ୬ଟି ଅଙ୍କ ବିଶିଷ୍ଟ HUID ବ୍ୟବହାର କରାଯାଉଛି । 

Gold Hallmark: ସୁନା କିଣିବାରେ ବଦଳିଲା ଏହି ନିୟମ, ନୂଆ ନିୟମ ଅନୁଯାୟୀ କରିବାକୁ ହେବ ଏହି କାମ

Gold Hallmark News In Odia: ସୁନାର ମୁଦି ଠାରୁ ଆରମ୍ଭ କରି କାନଫୁଲରେ ପ୍ରତିଟି ସୁନା ଜିନିଷ ଉପରେ ହଲମାର୍କ ଲାଗିଥାଏ। ଯଦି ଆପଣ ସୁନା କିଣିବା କଥା ଭାବୁଛନ୍ତି ତେବେ ଧ୍ୟାନ ରଖନ୍ତୁ ଏହି ସୁନା ଜିନିଷ ଉପରେ ଡିଜିଟ୍ ହଲମାର୍କ ରହିଥିବା ଦରକାର । କାରଣ ଏପ୍ରିଲ ପହିଲାରୁ ସରକାର ଛଅ ଅଙ୍କ ବିଶିଷ୍ଟ କୋଡ ବିନା ହଲମାର୍କ ସୁନା ଜିନିଷ କ୍ରିୟ ବିକ୍ରୟକୁ ବନ୍ଦ କରିବାକୁ ଯାଉଛନ୍ତି। ଉପଭୋକ୍ତା ମାମଲା ତଥା (Ministry of Consumer Affairs, Food and Public Distribution) ଏହାକୁ ନେଇ ଏକ ଅଧିକାରୀକ ଭାବେ ବୟାନ ଦେଇଛନ୍ତି । ସୁନାର ଗୁଣବତ୍ତା ସହ ସୁକ୍ଷ୍ମ ବ୍ୟବସାୟକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। 

ବୟାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ୧ ଏପ୍ରିଲ ୨୦୨୩ ରୁ କେବଳ ସେହି ସବୁ ସୁନା ଆଭୂଷଣ ଓ ସୁନାର କଳାକୃତ୍ତି ବିକ୍ରି ପାଇଁ ଅନୁମତି ଦିଆଯିବ ଯେଉଁଥିରେ ୬ ଅଙ୍କ ବିଶିଷ୍ଟ  HUID ସଂଖ୍ୟା ଥିବା ହଲମାର୍କ ଚିହ୍ନ ରହିଥିବ। କେନ୍ଦ୍ରିୟ କ୍ୟାବିନେଟ ମନ୍ତ୍ରୀ (Piyush Goyal)ଙ୍କ ଅଧ୍ୟକ୍ଷତାରେ ୩ ମାର୍ଚ୍ଚ ୨୦୨୩ରେ ଆୟୋଜିତ ଭାରତୀୟ ମାନକ ୟୁରୋ (BIS) ର ସମୀକ୍ଷା ବୈଠକ ପରେ ଏହି ନିର୍ଣ୍ଣୟ ନିଆଯାଇଛି। Ministry of Consumer Affairs, Food and Public Distribution ର  ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏପ୍ରିଲ୍  ୧, ୨୦୨୩ ଠାରୁ କେବଳ ସୁନା ଅଳଙ୍କାରକୁ HUID ସହିତ ବିକ୍ରି କରିବାକୁ ଅନୁମତି ଦିଆଯିବ। BIS ର ବିଭିନ୍ନ ଉତ୍ପାଦ ସାର୍ଟିଫିକେଟ୍ ଯୋଜନାରେ ସାର୍ଟିଫିକେଟ୍ / ସର୍ବନିମ୍ନ ମାର୍କିଂ ଫି ଉପରେ BIS ୮୦ ପ୍ରତିଶତ ରିହାତି ପ୍ରଦାନ କରୁଛି ।

ଗ୍ରାହକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନିଧି ଖରେ କହିଛନ୍ତି ଯେ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ଯେ ମାର୍ଚ୍ଚ ୩୧ ପରେ HUID ବିନା ହଲମାର୍କ ହୋଇଥିବା ସୁନା ଅଳଙ୍କାର ଏବଂ ସୁନା କଳାକୃତି ବିକ୍ରିକୁ ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ଆମ ସଂଖ୍ୟା ସହିତ ୬ଟି ଅଙ୍କ ବିଶିଷ୍ଟ HUID ବ୍ୟବହାର କରାଯାଉଛି । 

1- BIS ଦେଶରେ ପରୀକ୍ଷଣ ବୁନିଆଦି ଢାଞ୍ଚାକୁ ବୃଦ୍ଧି କରିବ

2- ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟବହୃତ ଉପାଦାନଗୁଡ଼ିକର ଗମ୍ଭୀରତା ଉପରେ ଆଧାର କରି ଏହା ଉତ୍ପାଦ ପରୀକ୍ଷଣ ଏବଂ ବଜାର ନୀରିକ୍ଷଣର ଆବୃତ୍ତି ବୃଦ୍ଧି କରିବ। ବିଏସ୍ ଲାବ୍ରୋଟାରୀ ଯାଞ୍ଚର ଆବୃତ୍ତି ମଧ୍ୟ ବୃଦ୍ଧି କରିବା ଉଚିତ୍ । 

3-ଉତ୍ପାଦ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଦେଶରେ ଗୁଣାତ୍ମକ ସଚେତନତା ଆଣିବା ପାଇଁ ବିଏସ୍ ବିଭିନ୍ନ ଉତ୍ପାଦ ଯେପରିକି ପ୍ରେସର କୁକର, ହେଲମେଟ ଏବଂ ଅନ୍ୟାନ୍ୟ ଉପଭୋକ୍ତା ଉତ୍ପାଦ ପାଇଁ ବଜାର ନୀରିକ୍ଷଣକୁ ନଜରରେ ରଖିଥାଏ।

4- ବିଭିନ୍ନ ସରକାରୀ ଯୋଜନା ପାଇଁ ବିଆଇଏସ୍ ମାନାଙ୍କ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ।  

5- ବିଆଇଏସ ଆଗାମୀ ସମୟରେ ୬୬୩ ଉତ୍ପାଦ ପାଇଁ ଗୁଣବତ୍ତା ନିୟନ୍ତ୍ରଣ ଅର୍ଡର (QCO) ପ୍ରସ୍ତାବ ଦେଇଛି । ବର୍ତ୍ତମାନ QCO ଅଧୀନରେ ୪୬୨ ଟି ଉତ୍ପାଦ ଅନ୍ତର୍ଭୁକ୍ତ । 

6- ବିଏସ୍ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେଇ ପୀୟୁଷ ଗୋୟଲ କହିଛନ୍ତି, "ଭାରତର ସମସ୍ତ ଉତ୍ପାଦ ସର୍ବୋଚ୍ଚ ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ପଦକ୍ଷେପଗୁଡିକ ମାଇକ୍ରୋ ସ୍କେଲ୍ ୟୁନିଟ୍କୁ ଉତ୍ସାହିତ କରିବ, ପରୀକ୍ଷଣ ଭିତ୍ତିଭୂମି ବୃଦ୍ଧି କରିବ ଏବଂ ବିକାଶ କରିବ। 

Also Read: Sovereign Gold Bond Scheme: ହୋଲିରେ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି ସରକାର, ବିବାହରେ ଝିଅକୁ ଦେଇପାରିବେ ଉପହାର

Also Read: Gold Silver Price: ସୁନା ୩,୫୫୦ ଟଙ୍କା ତ ରୁପା ୧୩,୦୮୦ ଟଙ୍କା ମିଳୁଛି ଶସ୍ତା! ଜାଣନ୍ତୁ ଆଜିର ନୂଆ ରେଟ୍