ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା
Advertisement
Article Detail0/zeeodisha/odisha2355796

ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା

ନିଜ ପ୍ରେମିକ ସହ ଫେରାର୍ ହେବା ସମୟରେ ଘରୁ ସମସ୍ତ ନଗଦ ଟଙ୍କା ଏବଂ ଅଳଙ୍କାର ନେଇଯାଇଥିଲେ କନ୍ୟା । ଉତ୍ତରପ୍ରଦେଶର ଆମେଥୀରେ ଘଟିଛି ଏପରି ଘଟଣା ।

ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା

ନୂଆଦିଲ୍ଲୀ: ବିବାହର ମାତ୍ର ୧୩ ଦିନ ପର୍ଯ୍ୟନ୍ତ ଘରେ ରହିବା ପରେ ହଠାତ୍ ବିଗିଡିଗଲା କନ୍ୟାର ମାନସିକ ସ୍ଥିତି । ରାତ୍ରୀ ଭୋଜନ ପରେ ନବ ବିବାହିତା ବର ଶୋଇବା ଘରକୁ ଗଲା। ଶୋଇବା ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପତ୍ନୀଙ୍କୁ ଅପେକ୍ଷା କରିବା ପରେ ମଧ୍ୟ ପତ୍ନୀ ଶୋଇବା ଘରକୁ ଆସିଲେ ନାହିଁ । ତେଣୁ ବର ବ୍ୟସ୍ତ ହୋଇ ନିଜ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଥିୱେ । ଘରର ସବୁ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ନୀଙ୍କୁ କେଉଁଠାରେ ପାଇଲେ ନାହିଁ ସ୍ୱମୀ । ସେତେବେଳକୁ ରାତି ପ୍ରାୟ ୧୧ଟା ବାଜି ସାରିଥିଲା । ଘରର ସଦସ୍ୟମାନଙ୍କୁ ପତ୍ନୀଙ୍କ ବିଷୟରେ ପଚାରିଥିଲେ ସ୍ୱାମୀ କିନ୍ତୁ ସମସ୍ତେ ଜାଣିନଥିବା କଥା କହିଥିଲେ । ବର ବ୍ୟସ୍ତ ହେବା ଦେଖି ଘରର ସମସ୍ତ ସଦସ୍ୟ ମଧ୍ୟ ନବ ବିବାହିତା କନ୍ୟାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତାଙ୍କ ମୋବାଇଲକୁ ଅନେକ ଥର କଲ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

ବର ଏବଂ ତାଙ୍କ ପରିବାର ସଦସ୍ୟ ଜାଣିବାକୁ ପାଇଲେ ଯେ, କନ୍ୟା ଏବଂ ବରଙ୍କ ସମସ୍ତ ଅଳଙ୍କାର ସମେତ ଘରୁ ନଗଦ ଟଙ୍କା ଚୋରୀ ହୋଇଛି । ମନରେ ସନ୍ଦେହ ହେବାରୁ କନ୍ୟାଙ୍କ ପିତାମାତାଙ୍କୁ ଜଣାଇଥିଲେ ବର ଘର ଲୋକେ । ପରେ ଜଣାପଡିଥିଲା ଯେ, କନ୍ୟା ନିଜ ପ୍ରେମିକ ସହିତ ଫେରାର୍ ହୋଇଯାଇଛି । ବର ତୁରନ୍ତ ନିକଟସ୍ଥ ଥାନାରେ ଏ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ । କନ୍ୟା ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୋଲିସ ତୁରନ୍ତ କନ୍ୟାକୁ ଖୋଜିବା ଆରମ୍ଭ କରିଥିଲା। 

ପୋଲିସ ତୁରନ୍ତ କନ୍ୟାଙ୍କ ବାପଘରେ ପହଞ୍ଚିଥିଲେ । କିନ୍ତୁ କନ୍ୟାଙ୍କ ପରିବାର ସଦସ୍ୟ କହିଥିଲେ ଯେ, ଝିଅ କେଉଁଠାରେ ଅଛି ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ । ତା’ପରେ ପୋଲିସ ମଧ୍ୟ କନ୍ୟାର ପ୍ରେମିକଙ୍କ ଘରେ ଚଢାଉ କରିଥିଲା । ଏପରିକି ପ୍ରେମିକ ମଧ୍ୟ ନିଜ ଘରେ ନଥିଲେ। ଏହା ଜାଣିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ, କନ୍ୟା ନିଜ ପ୍ରେମିକ ସହିତ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କର ଉଭୟ ମୋବାଇଲ୍ ସୁଇଚ୍ ଅଫ୍ ହୋଇଛି । ଏଭଳି ପରିସ୍ଥିତିରେ ଉଭୟ ବର୍ତ୍ତମାନ କେଉଁଠାରେ ଅଛନ୍ତି ତାହା ଜଣାପଡିନଥିବା ସମୟରେ ବର୍ତ୍ତମାନ ପୋଲିସ ସେମାନଙ୍କୁ ଖୋଜିବାରେ ବ୍ୟସ୍ତ ଅଛି।

ଆପଣଙ୍କୁ କହିରଖୁଛୁ ଯେ, ଏହି ମାମଲାଟି ଆମେଥୀର ଶିବରାଟଞ୍ଜ ନିକଟରେ ଥିବା ତିଲୋଇ ଗାଁରେ ଘଟିଛି । ପୀଡିତାଙ୍କ ସ୍ୱାମୀ କହିଛନ୍ତି- ମୁଁ ଫେବୃଆରୀ ୨୦୨୪ ରେ ଏକ ଜନ ବିବାହ କାର୍ଯ୍ୟକ୍ରମରେ ପଡୋଶୀ ଗାଁର ଜଣେ ଝିଅକୁ ବିବାହ କରିଥିଲି। ପରେ, ଉଭୟ ପରିବାର ଏକତ୍ର ହୋଇ ୧୧ ଜୁଲାଇରେ ପୁନର୍ବାର ମନ୍ଦିରରେ ବିବାହ କରାଇଥିଲେ । ବିବାହ ସମୟରେ କନ୍ୟା ନିଜ ପ୍ରେମିକ ବିଷୟରେ କୌଣସି ସୂଚନା ଦେଇନଥିଲା । ଜଦି ମୁଁ ଜାଣିଥାନ୍ତି ତେବେ କଦାବି ମୁଁ ବିବାହ କରି ନ ଥା'ନ୍ତି । ଜୁଲାଇ ୨୪ ରେ କନ୍ୟା ହଠାତ୍ ଘରୁ ଫେରାର୍ ହୋଇଯାଇଥିଲା । ବର୍ତ୍ତମାନ ଆମେ ଜାଣିବାକୁ ପାଉଛୁ ଯେ, ତାଙ୍କର ଜଣେ ପ୍ରେମିକ ଅଛି । ସେ ତାଙ୍କ ସହିତ ଫେରାର୍ ହୋଇଯାଇଛନ୍ତି । ଯିବା ସମୟରେ ସେ ଘରୁ ନଗଦ ଟଙ୍କା ଏବଂ ଅଳଙ୍କାର ମଧ୍ୟ ନେଇଛନ୍ତି।

Also Read- Top 10 News Today: ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଖବର ସହ ଅନ୍ୟ ଅପଡେଟ୍

Also Read- Shukra Gochar 2024: ଜୁଲାଇ ୩୧ ପରେ, ଏହି ରାଶିର ବ୍ୟକ୍ତିଙ୍କ ଜୀବନ ହେବ ସୁଖମୟ