Weather Update: ଆଜି ସୃଷ୍ଟି ହେବ ଲଘୁଚାପ! ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1752792

Weather Update: ଆଜି ସୃଷ୍ଟି ହେବ ଲଘୁଚାପ! ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

Weather Update:  ରାଜ୍ୟରେ ତିନି ଦିନ ଯାଏଁ ପ୍ରବଳ ବର୍ଷାର (Heavy rain) ସମ୍ଭାବନା ରହିଛି । କାହିଁକିନା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ତାତିରୁ ତ୍ରାହି ମିଳିଥିବା ବେଳେ ଏବେ ରାଜ୍ୟରେ ତିନି ଦିନ ଯାଏଁ ପ୍ରବଳ ବର୍ଷାର (Heavy rain) ସମ୍ଭାବନା ରହିଛି । କାହିଁକିନା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ।  ଆଜି ସମ୍ବଲପୁର, ଅନଗୁଳ, ବୌଦ୍ଧ, ସୋନପୁର, ବରଗଡ, ଦେବଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ(orange warning) ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ(yellow warning) ଜାରି ହୋଇଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ଏପଟେ ମୌସୁମୀ ପ୍ରଭାବରେ ଆସନ୍ତା ତିନି ଦିନ ରାଜ୍ୟରେ ଭୀଷଣ ବର୍ଷା(Heavy rain)  ସମ୍ଭାବନା ରହିଛି । କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ । ସବୁ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି(Src) ।

Also Read: Former Mla Ramamurthy Gamango: ୨୮ ବର୍ଷ ପରେ ଆସିଲା ରାୟ, ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Also Read: Sunday Remedies: ରବିବାର କରନ୍ତୁ ଏହି ୫ଟି ଉପାୟ, ହେବ ବିଗିଡି ଯାଇଥିବା କାମ, ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ!

ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ,  ଆଜି ସକାଳେ କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ବର,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଥାତ୍ ୭୦ରୁ ୨୦୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼ ଓ ଝାରସୁଗୁଡ଼ାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସହିତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ୨୬ ତାରିଖରେ ଅନୁଗୋଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ୨୭ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସାରା ଓଡ଼ିଶାରେ ମୌସୁମୀ ପ୍ରଭାବରେ କିଛି ଜିଲ୍ଲାରେ ଏବେ ସୁଦ୍ଧା ବର୍ଷା ଜାରି ରହିଥିବା ସୂଚନା ମିଳିଛି।

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ଥର ଖରା ଦିର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା ।  ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାଁନ୍ତି । ସକାଳ ୮ଟା ପରଠୁ ରାସ୍ତା ଖାଁ ଖାଁ ଲାଗୁଛି। ଘରୁ ପଦାକୁ ଯିବା ସମୟରେ ଲୋକେ ମୁଣ୍ତରେ ଗାମୁଛା, କଳା ଚଷମା, ଟୋପି ଆଦି ବ୍ୟବହାର କରୁଛନ୍ତି। ଥଣ୍ତା ପାଣି ଓ ସରବତ ପିଇବା ପାଇଁ ଲୋକେ ଲସି ଦୋକାନରେ ଭିଡ ଜମାଉଛନ୍ତି। ଆଉ କେତେକ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗରମରେ ନାହିଁ ନ ଥିବା ସମସ୍ୟା ମଧ୍ୟ ଭୋଗୁଥିଲେ । ।