Income tax raid: ଏମ୍‍ଜିଏମ୍‍ ଷ୍ଟିଲ୍ସ ଉପରେ ଆୟକର ଚଢ଼ଉ, ଟିକସ ଫାଙ୍କି ଅଭିଯୋଗ
Advertisement
Article Detail0/zeeodisha/odisha2531607

Income tax raid: ଏମ୍‍ଜିଏମ୍‍ ଷ୍ଟିଲ୍ସ ଉପରେ ଆୟକର ଚଢ଼ଉ, ଟିକସ ଫାଙ୍କି ଅଭିଯୋଗ

Income tax raid: ଭୁବନେଶ୍ୱରର ଫରେଷ୍ଟପାର୍କରେ ଥିବା ମେସର୍ସ ଏମ୍‍ଜିଏମ୍‍ ଷ୍ଟିଲ୍ସର ଜଣେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଆୟକର ଅଧିକାରୀ। ବିଶେଷକରି କ୍ୟାଶ୍‍ କାରବାର, ହାଓ୍ୱଲା କାରବାରକୁ ନେଇ ଏଠାରେ ଅଭିଯେଗ ହୋଇଛି। ଦୀର୍ଘ ବର୍ଷ ହେଲା ଲୁହା ଖଣି ଏବଂ ଇସ୍ପାତ କମ୍ପାନୀ କାରବାରରେ ଟିକସ ଫାଙ୍କି ହେଉଥିବା ନେଇ ଅଭିଯୋଗ ହୋଇଛି। 

Income tax raid: ଏମ୍‍ଜିଏମ୍‍ ଷ୍ଟିଲ୍ସ ଉପରେ ଆୟକର ଚଢ଼ଉ, ଟିକସ ଫାଙ୍କି ଅଭିଯୋଗ
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଖଣି ପଟ୍ଟାଧାରୀ କମ୍ପାନୀ ମେସର୍ସ ଏମଜିଏମ୍‍ ଷ୍ଟିଲ୍ସର ବିଭିନ୍ନ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଏକକାଳୀନ ଚଢ଼ଉ ହୋଇଥିବା ସୂଚନା ମିଳିଛି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ଯେତିକି ଆୟ ହେଉଛି ତାହାକୁ ଲୁଚାଇବା ପାଇଁ ବିଭିନ୍ନ ଆଳରେ ଉଦ୍ୟମ ହେଉଥିବା ନେଇ ଆଲୋଚନା ହେଉଛି। ହେଲେ ଏଯାଏ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ନାହିଁ। 
 
ଆଜି ସକାଳେ ଆୟକର ବିଭାଗର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଭୁବନେଶ୍ୱର ଏବଂ ରାଉରକେଲାର ୨୫ଟି ସ୍ଥାନରେ ଚଢ଼ଉ କରିଥିବା ସୂଚନା ମିଳିଛି। ଭୁବନେଶ୍ୱରର ଫରେଷ୍ଟପାର୍କରେ ଥିବା ମେସର୍ସ ଏମ୍‍ଜିଏମ୍‍ ଷ୍ଟିଲ୍ସର ଜଣେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଆୟକର ଅଧିକାରୀ। ବିଶେଷକରି କ୍ୟାଶ୍‍ କାରବାର, ହାଓ୍ୱଲା କାରବାରକୁ ନେଇ ଏଠାରେ ଅଭିଯେଗ ହୋଇଛି। ଦୀର୍ଘ ବର୍ଷ ହେଲା ଲୁହା ଖଣି ଏବଂ ଇସ୍ପାତ କମ୍ପାନୀ କାରବାରରେ ଟିକସ ଫାଙ୍କି ହେଉଥିବା ନେଇ ଅଭିଯୋଗ ହୋଇଛି। 
 
ଗତକାଲି ବେଆଇନ ବିଦେଶୀ ଅର୍ଥ କାରବାରକୁ ନେଇ ଏକ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟ୍ୱିଟ୍‍ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଇଡି ପକ୍ଷରୁ ରାଜ୍ୟର ପ୍ରମୁଖ ବିଲ୍ଡର ସଂସ୍ଥା ଜେଡ୍‍ ଇଷ୍ଟେଟ୍‍କୁ ଏଥିରେ ନାମିତ କରାଯାଇଥିଲା। ୨୨ ତାରିଖ ଦିନ ଚଢ଼ାଉ ସମୟର ରିପୋର୍ଟକୁ ନେଇ ରାଜ୍ୟର ବ୍ୟସାୟିକ ଓ ରାଜନୀତକି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।