Trending Photos
Weather Updates:ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଶୀତର ମାତ୍ରା କମିବାରେ ଲାଗିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଗଞ୍ଜାମ, ଗଜପତି, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାାଇଛି।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗିବାଡିରେ ୮.୫ ଓ ଫୁଲବାଣୀରେ ୯.୫ ଡିଗ୍ରୀ ରହିଥିଲା। ସେହିପରି ଆଜି ଶୁକ୍ରବାର ହାତଗଣତି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ। ଭୁବନେଶ୍ୱର, ଟିଟିଲାଗଡ଼, ପୁରୀ, ଚାନ୍ଦବାଲୀ ଓ ମାଲକାନଗିରିରେ ତାପମାତ୍ରା ବୃଦ୍ଧି ହେବ। ଏହି ସ୍ଥାନକୁ ଛାଡିଲେ ଅନ୍ୟସ୍ଥାନରେ ପାଗ ସୁଖିଲା ରହିବ।
ସେହିପରି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ମାତ୍ରା କମ ରହିବ। ୧୯ ତାରିଖ ପରେ ଶୀତ ପୁଣି ଥରେ ଫେରିବ। ୨୦ ତାରିଖରେ ରାଉରକେଲା, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର, ଫୁଲବାଣୀ ଆଦି ଅଞ୍ଚଳରେ ଶୀତର ମାତ୍ରା ଅଧିକ ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।