Cement factory accident: ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ। ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା। ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି। ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
Trending Photos
ସୁନ୍ଦରଗଡ଼: ସନ୍ଦୁରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାରେ ତିନି ଶ୍ରମିକ ନିଖୋଜ। କୋଇଲା ହପର ତଳେ ଚାପି ହୋଇଥିବା ସୂଚନା। ନିଖୋଜ ଶ୍ରମିକମାନେ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ୍ ଭୋଳ। ଉଦ୍ଧାରକାରୀ ଦଳ ନିଖୋଜ ଶ୍ରମିକଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି। ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ ଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ଦୁର୍ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ଲାଗିରହିଛି। ଷ୍ଟକ୍ ରଖାଯାଉଥିବା କୋଇଲା ହପର ଗତକାଲି ଭୁଷୁଡ଼ି ପଡିଥିଲା।
ଏହି ସମୟରେ ହପର ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ। ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା। ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି। ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ମୃତାହତ ଙ୍କ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଉନଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ରାଜଗାଙ୍ଗପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।