OCA: ଓଡିଶା କ୍ରିକେଟ ଆସୋସିଏସନ ସଭାପତି ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ
Advertisement
Article Detail0/zeeodisha/odisha1405290

OCA: ଓଡିଶା କ୍ରିକେଟ ଆସୋସିଏସନ ସଭାପତି ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

OCA Election: ଓଡିଶା କ୍ରିକେଟ ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।  

OCA: ଓଡିଶା କ୍ରିକେଟ ଆସୋସିଏସନ ସଭାପତି ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

Odisha Cricket Association: ଓଡିଶା କ୍ରିକେଟ ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ। ଓସିଏ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଯାଜପୁର ବିଧାୟକ। ଅନ୍ୟପଟେ ସଞ୍ଜୟ ବେହେରା ସମ୍ପାଦକ ଏବଂ ପଙ୍କଜ ଲୋଚନ ମହାନ୍ତି ହୋଇଛନ୍ତି ଉପସଭାପତି।

ଓସିଏ ସଭାପତି (OCA President Post) ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଯାଜପୁର ବିଧାୟକ (Jajpur MLA)। ଓସିଏ ସଭାପତି ନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ (Pranab Prakash Das)। ସେହିପରି ସମ୍ପାଦକ ପଦ (OCA Secretary Post) ଲାଗି ନାମାଙ୍କନ ଭରିଥିଲେ ସଞ୍ଜୟ ବେହେରା (Sanjay Behera)। ସଭାପତି ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦାସ। ନିର୍ଦ୍ୱନ୍ଦରେ ଓସିଏ ସଭାପତି ନିର୍ବାଚିତ ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଧନ୍ୟବାଦ ଦେଇଛନ୍ତି। ସଭାପତି ନର୍ବାଚିତ ହୋଇଥିବା ପ୍ରଣବ ପ୍ରକାଶ ଦାସ ସମସ୍ତ ପ୍ୟାନେଲ କର୍ମକର୍ତ୍ତା ଏବଂ ଓସିଏ ସଦସ୍ୟକୁ (OCA Member) ଧନ୍ୟବାଦ ଜଣାଇଛନ୍ତି।  କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଦାୟିତ୍ୱ ଦେବା କଥା କହିଛନ୍ତି। ମୁଁ ଓସିଏ ସଭାପତି ହେବି। ମୁଁ ଏହା କେବେ ଭାବି ନଥିଲି। ଓଡିଶା ସରକାର ଲଗାତାର ଭାବେ କ୍ରୀଡାର ବିକାଶ ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ମୋତେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଆଗାମୀ ଦିନରେ କ୍ରିକେଟର ବିକାଶ ହେବ ବୋଲି କହିଛନ୍ତି ନବ ନିର୍ବାଚିତ ଓଡିଶା କ୍ରିକେଟ ଆସୋସିଏସନ ସଭାପତି।

କେବଳ ପ୍ରଣବ ପ୍ରକାଶ ଦାସ ନୁହଁନ୍ତି। ପୂର୍ବରୁ ଅନେକ ରାଜନେତା କ୍ରୀଡା ପ୍ରଶାସକ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ସେମାନେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur) ଏବଂ ଜ୍ୟୋତିରାଦିତ୍ୟ ସିନ୍ଦିଆ (Union Minister Jyotiraditya Scindia)। କେନ୍ଦ୍ରମନ୍ତ୍ରୀ ଠାକୁର ବିସିସିଆଇ ପ୍ରଶାସକ (BCCI Administrator) ରହିଥିବା ବେଳେ, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏସନ (Madhya Pradesh Cricket Association) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେମାନଙ୍କ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ (Arun Jaitley) ଏବଂ ମାଧବ ରାଓ ସିନ୍ଧିଆ (Madhavrao Scindia), ରାଜୀବ ଶୁକ୍ଳା (Rajeev Shukla) ପ୍ରମୁଖ ପ୍ରଭାବଶାଳୀ ରାଜନେତା କ୍ରିକେଟ ବୋର୍ଡ ସହ ଜଡିତ ରହିଛନ୍ତି। ଏପରିକି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶରଦ ପାୱାର (Former Maharashtra CM Sharad Pawar) ମଧ୍ୟ ବିସିସିଆଇ ଅଧ୍ୟକ୍ଷ (BCCI President) ଭାବେ କାର୍ଯ୍ୟ କରିଛନ୍ତି।