Pet Animals: ଘରେ କୁକୁର ଓ ବିଲେଇ ରଖି ଥିବା ଲୋକ ସାବଧାନ! ଏଣିକି ଗଣିବେ ମୋଟା ଅଙ୍କର ଜରିମାନା
Advertisement
Article Detail0/zeeodisha/odisha1439171

Pet Animals: ଘରେ କୁକୁର ଓ ବିଲେଇ ରଖି ଥିବା ଲୋକ ସାବଧାନ! ଏଣିକି ଗଣିବେ ମୋଟା ଅଙ୍କର ଜରିମାନା

Fines For Pet Animals: ପୋଷା କୁକୁର ଓ ବିଲେଇଙ୍କ ପଞ୍ଜିକରଣ ବାଧ୍ୟତାମୂଳକ। ୨୩ ଜାନୁଆରୀ ୨୦୨୩ ସୁଦ୍ଧା ପଞ୍ଜିକରଣ ନ କଲେ ଜରିମାନା ଦେବାକୁ ପଡିବ। ପୀଡିତ ମଣିଷ କିମ୍ବା ପଶୁଙ୍କ ଚିକିତ୍ସା ଖର୍ଚ୍ଚ କାମୁଡିଥିବା ଜନ୍ତୁଙ୍କ ମାଲିକ ବହନ କରିବେ।

Pet Animals: ଘରେ କୁକୁର ଓ ବିଲେଇ ରଖି ଥିବା ଲୋକ ସାବଧାନ! ଏଣିକି ଗଣିବେ ମୋଟା ଅଙ୍କର ଜରିମାନା

Fines For Pet Animals, ନୂଆଦିଲ୍ଲୀ: ଘରେ କୁକୁର ଓ ବିଲେଇ ଭଳି ଜନ୍ତୁ ରଖୁଥିବା ଲୋକମାନେ ଏବେ ସାବଧାନ ହୋଇ ଯାଆନ୍ତୁ। କାରଣ ଏହି ଗୃହପାଳିତ ପଶୁଙ୍କ ପାଇଁ ଆରଣଙ୍କୁ ଏକ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିପାରେ। ଦିନକୁ ଦିନ ଦେଶରେ କୁକୁର କାମୁଡା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ନୋଏଡା ପ୍ରଶାସନ ଏକ ନୂଆ ନିୟମ ଆଣିଛି। ଏହି ନିୟମ ଅନୁସାରେ, ମଣିଷ କିମ୍ବା ପଶୁଙ୍କୁ ପୋଷା କୁକୁର କି ବିଲେଇ କାମୁଡିଲେ ମାଲିକଙ୍କୁ ଜୋରିମାନା ଦେବାକୁ ପଡିବ।

କିଛି ଦିନ ପୂର୍ବରେ କେରଳର କୁକୁର ଆତଙ୍କକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିଲା। ଏପରି କି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା। ଗତ ସପ୍ତାହରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ସୁରକ୍ଷାକର୍ମୀଙ୍କୁ କୁକୁର ଆକ୍ରମଣ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଗାଜିଆବାଦରେ ଗୋଟିଏ ତିନି ବର୍ଷର ଶିଶୁ କନ୍ୟାକୁ କୁକୁର ଝୁଣି ଦେଇଥିଲା। ଗତ ଅକ୍ଟୋବରରେ ସାତମାସର ଶିଶୁକୁ ବୁଲାକୁକୁର କାମୁଡି ମାରିଥିବା ଖବର ଆସିଥିଲା। ଏପରି ଘଟଣାକୁ ଦୃଷ୍ଟିରେ ରଖି ନୋଏଡା କର୍ତ୍ତୃପକ୍ଷ ଏକ ନିୟମ ଆଣିଛନ୍ତି। ୨୦୭ତମ ବୋର୍ଡ ବୈଠକରେ ପୋଷା ଜନ୍ତୁଙ୍କୁ ନେଇ ଆଲୋଚନା କରାଯାଇଥିଲା।

Also Read: Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!

ନୋଏଡା କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ:-

  • ପୋଷା କୁକୁର ଓ ବିଲେଇଙ୍କ ପଞ୍ଜିକରଣ ବାଧ୍ୟତାମୂଳକ। ୨୩ ଜାନୁଆରୀ ୨୦୨୩ ସୁଦ୍ଧା ପଞ୍ଜିକରଣ ନ କଲେ ଜରିମାନା ଦେବାକୁ ପଡିବ। 
  • ଯଦି ପୋଷା କୁକୁର କିମ୍ବା ବିଲେଇ ମଣିଷ କିମ୍ବା ଅନ୍ୟ ଜନ୍ତୁଙ୍କୁ କାମୁଡନ୍ତି, ତେବେ ମାଲିକ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ।
  •  
  • ପୀଡିତ ମଣିଷ କିମ୍ବା ପଶୁଙ୍କ ଚିକିତ୍ସା ଖର୍ଚ୍ଚ କାମୁଡିଥିବା ଜନ୍ତୁଙ୍କ ମାଲିକ ବହନ କରିବେ।
  • ଏହି ନିୟମ ୨୦୨୩ ମାର୍ଚ୍ଚ ପହିଲାରୁ ଲାଗୁ ହେବ।
  • ପୋଷା କୁକୁର ଓ ବିଲେଇଙ୍କ ବନ୍ଧ୍ୟାକରଣ ଓ ଟିକା କରଣ ବାଧ୍ୟତାମୂଳକ। ନିୟମ ଉଲ୍ଲଙ୍ଘନ କଲେ ପ୍ରତିମାସରେ ୨୦୦୦ ଲେଖାଏଁ ଜରିମାନା ଦେବାକୁ ପଡିବ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ଓ ସହାୟତାରେ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବୁଲା ଓ ଦୁର୍ବଳ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳି ନିର୍ମାଣ କରାଯିବ। ସେହି ଆଶ୍ରୟସ୍ଥଳିରେ ସେମାନଙ୍କ ରକ୍ଷଣବେକ୍ଷଣ କରାଯିବ।