Sidharth Routray: ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଶିଖରରେ ସୁରଙ୍କ ପୁଅ, ଶହୀଦ ଦେବାଶିଷଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
Advertisement
Article Detail0/zeeodisha/odisha1680410

Sidharth Routray: ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଶିଖରରେ ସୁରଙ୍କ ପୁଅ, ଶହୀଦ ଦେବାଶିଷଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

Sidharth Routray News In Odia: ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଉପରେ ଶଙ୍ଖ ଫୁଙ୍କିଲେ ସିଦ୍ଧାର୍ଥ ରାଉତରାୟ ( Sidharth Routray) । ପାହାଡର ଶିଖରରେ ପହଞ୍ଚିବା ପରେ ସେଠାରେ ଲିଙ୍ଗରାଜଙ୍କ ପତାକା ଉଡାଇବା ସହ ତ୍ରୀରଙ୍ଗା ଏବଂ ପାଇକ ପତାକା ଉଡାଇଥିଲେ ସିଦ୍ଧାର୍ଥ ରାଉତରାୟ । ଗତବର୍ଷ ମେ ମାସରେ ମଧ୍ୟ ଏଭରେଷ୍ଟ ଚଢି ଚର୍ଚ୍ଚାରେ ଥିଲ ସିଦ୍ଧାର୍ଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ (Suresh Kumar Routray)  ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢିଥିଲେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sidharth Routray News In Odia: ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ(Suresh Kumar Routray) ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ (Sidharth Routray) । ସେ ୟୁରୋପର ସବୁଠୁ ଉଚ୍ଚତମ ମାଉଣ୍ଟ ଏଲବ୍ରସ ( Mount Elbrus) ଆରୋହଣ କରିଛନ୍ତି। ପାହାଡର ଶିଖରରେ ପହଞ୍ଚିବା ପରେ ସେଠାରେ ଲିଙ୍ଗରାଜଙ୍କ ପତାକା ଉଡାଇବା ସହ ତ୍ରୀରଙ୍ଗା ଏବଂ ପାଇକ ପତାକା ଉଡାଇଛନ୍ତି । ୟୁରୋପ ମହାଦେଶର ସବୁଠୁ ଉଚ୍ଚ ପର୍ବତ ହେଉଛି ମାଉଣ୍ଟ ଏଲବ୍ରସ୍ (Mount Elbrus)। 

ସୂଚନା ଅନୁସାରେ, ବରିଷ୍ଠ କଂଗ୍ରସେ ନେତା ସୁର ରାଉତଙ୍କ ବଡ ପୁଅ ହେଉଛନ୍ତି  ସିଦ୍ଧାର୍ଥ ରାଉତରାୟ (Odia Mountaineer Sidharth Routray) । ସିଦ୍ଧାର୍ଥ ମାଉଣ୍ଟ ଏଲବ୍ରସ୍ ଲାଗି ଏପ୍ରିଲ୍ ୨୪ରେ ଯାତ୍ରା ଆରମ୍ଭ କରିଥିଲେ। ୨୫ ତାରିଖରେ ଅନ୍ୟ ୨ ଜଣ ପର୍ବତ ଆରୋହଣକାରୀ ଓ ଗାଇଡଙ୍କ ସହ ବାହାରିଥିଲେ।  ଏବଂ ୨୭ ତାରିଖରେ ସିଦ୍ଧାର୍ଥ ୧୨ ଫୁଟ୍ ଉଚ୍ଚରେ ପହଞ୍ଚିଥିଲେ। ସେତେବେଳକୁ ସେଠାରେ ପ୍ରବଳ ତୁଷାରାପତ ହେଉଥିଲା।   ୨୮ରେ ୧୩ ହଜାର ଫୁଟରେ ପହଞ୍ଚି ଯାଇଥିଲେ। ବରଫ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଦୃଶ୍ୟମାନ ହେଉ ନଥିଲା । ଏହି ଯାତ୍ରା ମଧ୍ୟ ତାଙ୍କ ପାଇଁ ଏତେ ସହଜ ନଥିଲା। କିନ୍ତୁ ଦୃଢ ଉଚ୍ଛା ଶକ୍ତି ବଳରେ ସେ ମେ ୧ରେ ରାତି ପ୍ରାୟ ୧୧ଟାରେ ୩୫ ଡିଗ୍ରୀ ତାପମାତ୍ରାରେ ୧୭ ହଜାର ୬୦୦ ଫୁଟରେ ଥିବା କ୍ୟାମ୍ପରେ ପହଞ୍ଚିଥିଲେ । ୨ ତାରିଖରେ ପାଗରେ ପରିବର୍ତ୍ତନ ଆସିବା ସହ ୩ ତାରିଖରେ ଯାତ୍ରା ଆରମ୍ଭ କରିବା ସହ ସକାଳ ୯ଟାରେ ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିଥିଲେ ସିଦ୍ଧାର୍ଥ ରାଉତରାୟ (Odia Mountaineer Sidharth Routray) । ପାହାଡର ଶିଖରରେ ପହଞ୍ଚିବା ପରେ ସେଠାରେ ଲିଙ୍ଗରାଜଙ୍କ ପତାକା ଉଡାଇବା ସହ ତ୍ରୀରଙ୍ଗା ଏବଂ ପାଇକ ପତାକା ଉଡାଇଥିଲେ। କେବଳ ସେତିକି ନୁହେଁ, ସେ ଋଷ ୟୁକ୍ରେନ ଯୁଦ୍ଧ ଶେଷ ହେଉ ବୋଲି ବାର୍ତ୍ତା ମଧ୍ୟ ଦେଇଥିଲା। ନିକଟରେ ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ଓଡିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଥିଲେ। ସିଦ୍ଧାର୍ଥ ସମ୍ବଲପୁର ସାର୍ଟ (Sambalpuri Shirt) ସହ ଖୋର୍ଦ୍ଧା ଗାମୁଛାରେ (Khurda Gamuchha) ନଜର ଆସିଥିଲେ । 

 

 
 
 
 

 
 
 
 
 
 
 
 
 
 
 

A post shared by Sidharth Routray (@odia_ironman)

Also Read: Bank Holiday: ମେ' ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ

Also Read: Chaturgrahi Yoga in Chandragrahan: ୧୨ ବର୍ଷପରେ ଚନ୍ଦ୍ରଗ୍ରହଣରେ ସୃଷ୍ଟି ହେଉଛି ମହାସଂଯୋଗ, ଏହି ସବୁ ରାଶି ଉପରେ ହେବ ଧନବର୍ଷା

 

ଗତବର୍ଷ ମେ ମାସରେ ମଧ୍ୟ ଏଭରେଷ୍ଟ ଚଢି ଚର୍ଚ୍ଚାରେ ଥିଲ ସିଦ୍ଧାର୍ଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ (Suresh Kumar Routray)  ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢିଥିଲେ । ଗିରି ଶୃଙ୍ଗରେ ପହଞ୍ଚି ତ୍ରିରଙ୍ଗା ପତାକା ଉଡାଇଥିଲେ ସିଦ୍ଧାର୍ଥ। ଏହା ସହିତ ଉଡାଇଥିବା ତ୍ରିରଙ୍ଗା ତଳେ ଓଡିଆ ପାଇକ, ଜୟ ଜଗନ୍ନାଥ ଲେଖି ସେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ।