Odisha: ଏହି ତାରିଖରୁ HSRP ବିନା ଯାନବାହାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ STA, ଶୀଘ୍ର ସାରନ୍ତୁ କାମ
Advertisement
Article Detail0/zeeodisha/odisha1523371

Odisha: ଏହି ତାରିଖରୁ HSRP ବିନା ଯାନବାହାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ STA, ଶୀଘ୍ର ସାରନ୍ତୁ କାମ

High Security Registration Plate: ଯଦି ଗାଡି଼ ଚାଳକ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ତାଙ୍କ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାନ୍ତି ନାହିଁ, ତାହେଲେ ସମ୍ପୃକ୍ତ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ମୋଟର ଯାନ ଅଧିନିୟମ ୧୯୮୮, ୧୯୨ ଧାରା ଅଧୀନରେ ଗ୍ରହଣ କରାଯିବ। 

Odisha: ଏହି ତାରିଖରୁ HSRP ବିନା ଯାନବାହାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ STA, ଶୀଘ୍ର ସାରନ୍ତୁ କାମ

State Transport Authority of Odisha: ଆପଣ ନିଜ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇଛନ୍ତି? ଯଦି ନୁହେଁ, ତାହେଲେ ତୁରନ୍ତ ଏହାକୁ ଲଗାନ୍ତୁ। ନହେଲ ଆପଣଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ।  

ସରକାରୀ ସୂତ୍ର ଅନୁଯାୟୀ, ଆସନ୍ତା ୧୫ ଜାନୁୟାରୀରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (High Security Registration Plate) ଏସଆରଏସପି (HSRP) ଲଗାଇନଥିବା ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଣ୍ଟାଭିଡ଼ିଛି ଓଡ଼ିଶା (Odisha) ରାଜ୍ୟ ପରିବହନ ପ୍ରାଧିକରଣ (State Transport Authority) ଏସଟିଏ (STA)।

ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ଅନୁଯାୟୀ, ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ (Odisha Registration Mark) ଏବଂ ରେଜିଷ୍ଟ୍ରେସନ୍ ନମ୍ବର (Odisha Registration Number) ୧, ୨, ୩, ୪, ୫, ୬ ସହିତ ଶେଷ ହୋଇଥିବା ଏବଂ ୦୧.୦୪.୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ଥିଲା ୩୧.୧୨.୨୦୨୨। ସେହିପରି ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ରେଜିଷ୍ଟ୍ରେସନ୍ ନମ୍ବର ୭ ଏବଂ ୮ ସହିତ ଶେଷ ହେଉଥିବା ଗାଡି ପାଇଁ ଏସଆରଏସପି ଲଗାଇବାର ଶେଷ ତାରିଖ ହେଉଛି ୩୧.୦୧.୨୦୨୩। ଅନ୍ୟପଟେ ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ରେଜିଷ୍ଟ୍ରେସନ୍ ନମ୍ବର ୯ ଏବଂ ୦ ସହିତ ଶେଷ ହେଉଥିବା ଗାଡି ପାଇଁ ଏସଆରଏସପି ଲଗାଇବାର ଶେଷ ତାରିଖ ହେଉଛି ୨୮.୦୨.୨୦୨୩। 

ଏନେଇ ଏସଟିଏ ପକ୍ଷରୁ କୁହାଯାଇଛି ୧୪.୦୧.୨୦୧୩ ପର୍ଯ୍ୟନ୍ତ ଏସଆରଏସ ବିନା ଯାନବାହନ ଚଳାଚଳ ପାଇଁ କୌଣସି ଗାଡି଼ ମାଲିକଙ୍କ ବିରୋଧରେ କୌଣସି ଇ-ଚାଲାଣ ଦିଆଯିବ ନାହିଁ କିମ୍ବା କୌଣସି ଜରିମାନା ଆଦାୟ କରାଯିବ ନାହିଁ। ଅଥବା କୌଣସି ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ପରେ ବିଭିନ୍ନ ସିରିଜ ଯାନ ପାଇଁ ଦିଆଯାଇଥିବା ଶେଷ ତାରିଖ ଅନୁଯାୟୀ ଚାଲାଣ ଜାରି କରାଯିବ ବୋଲି ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ଯଦି ଗାଡି଼ ଚାଳକ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ତାଙ୍କ ଗାଡିରେ ଏସଆରଏସପି ଲଗାନ୍ତି ନାହିଁ, ତାହେଲେ ସମ୍ପୃକ୍ତ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ମୋଟର ଯାନ ଅଧିନିୟମ ୧୯୮୮ (Motor Vehicles Act 1988) ୧୯୨ ଧାରା ଅଧୀନରେ ଗ୍ରହଣ କରାଯିବ। ଚଳିତ ବର୍ଷ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ୩୫ ଲକ୍ଷ ୫୬ ହଜାର ୮୧୯ ଗାଡ଼ି ମାଲିକ ସେମାନଙ୍କ ଏସଆରଏସପି ସ୍ଲଟ୍ ବୁକ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଲକ୍ଷ ୨୪ ହଜାର ୯୯୪ ଗାଡିରେ ଏସଆରଏସପି ଲଗାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।