Chief Minister Mohan Charan Majhi: ଲମ୍ବୁଛି ଅଭିଯୋଗକାରୀଙ୍କ ପଞ୍ଜିକରଣ ତାଲିକା, ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2368758

Chief Minister Mohan Charan Majhi: ଲମ୍ବୁଛି ଅଭିଯୋଗକାରୀଙ୍କ ପଞ୍ଜିକରଣ ତାଲିକା, ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସକାଳୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ। ଚାଲିଛି ପଞ୍ଜିକରଣ। ସବୁ ସୋମବାର ଭଳି ଆଜି ମଧ୍ୟ ଦିନ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ

Chief Minister Mohan Charan Majhi: ଲମ୍ବୁଛି ଅଭିଯୋଗକାରୀଙ୍କ ପଞ୍ଜିକରଣ ତାଲିକା, ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

Chief Minister Mohan Charan Majhi: ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସକାଳୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ। ଚାଲିଛି ପଞ୍ଜିକରଣ। ସବୁ ସୋମବାର ଭଳି ଆଜି ମଧ୍ୟ ଦିନ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆଜି ପଞ୍ଜିକରଣ କରୁଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣିବେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆଶାରେ ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଭିଡ଼ ଜମିଛି। ପୁରୁଣା ସରକାର ସମୟରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଠ ବନ୍ଦ ହୋଇଥିଲା। ଫଳରେ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇପାରୁନଥିଲା। ଏବେ ନୂଆ ସରକାର ଆସିବା ପରେ ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଉଛି।