ତିନି ଥର ଗର୍ଭପାତ ପରେ ଗର୍ଭବତୀ ହେଲେ ଗର୍ଭବତୀ, ପ୍ରଥମ ପ୍ରସବ ପରେ ଘଟିଗଲା ଏମିତି କିଛି
Advertisement
Article Detail0/zeeodisha/odisha1206249

ତିନି ଥର ଗର୍ଭପାତ ପରେ ଗର୍ଭବତୀ ହେଲେ ଗର୍ଭବତୀ, ପ୍ରଥମ ପ୍ରସବ ପରେ ଘଟିଗଲା ଏମିତି କିଛି

କାରା ୱିନହୋଲ୍ଡ ଗର୍ଭବତୀ ହେବା ପୂର୍ବରୁ ତିନି ତିନ ଥର ଗର୍ଭପାତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଦୁଇ ଦୁଇଟି ଗର୍ଭଧାରଣ କଲେ। ଏହି ଅବସ୍ଥାକୁ ସୁପରଫେଟେସନ୍ କୁହାଯାଏ। ପ୍ରାରମ୍ଭିକ ସମୟରେ ଏକ ନୂତନ ଗର୍ଭଧାରଣ ହୁଏ ଏବଂ ପ୍ରଥମଟିର କିଛି ଦିନ କିମ୍ବା ସପ୍ତାହ ପରେ ଦ୍ୱିତୀୟ ଗର୍ଭଧାରଣ ହୋଇପାରେ।

ପ୍ରତିକାତ୍ମକ ଫଟୋ

ଟେକ୍ସାସ: ଆମେରିକାର ଦକ୍ଷିଣ କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଟେକ୍ସାସ ସହରରେ ଏକ ବିଚିତ୍ର ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳା ପୁଣି ତରେ ଗର୍ଭବତୀ ହୋଇଥିଲେ। ନିକଟରେ ସେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଟେକ୍ସାସର କାରା ୱିନହୋଲ୍ଡଙ୍କ କାହାଣୀ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଘଟଣାକୁ ଏକ ଚମତ୍କାର ଠାରୁ କମ ନୁହେଁ ବୋଲି କହୁଛନ୍ତି।

ମେଟ୍ରୋରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କାରା ୱିନହୋଲ୍ଡ ଗର୍ଭବତୀ ହେବା ପୂର୍ବରୁ ତିନି ତିନ ଥର ଗର୍ଭପାତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଦୁଇ ଦୁଇଟି ଗର୍ଭଧାରଣ କଲେ। ଏହି ଅବସ୍ଥାକୁ ସୁପରଫେଟେସନ୍ କୁହାଯାଏ। ପ୍ରାରମ୍ଭିକ ସମୟରେ ଏକ ନୂତନ ଗର୍ଭଧାରଣ ହୁଏ ଏବଂ ପ୍ରଥମଟିର କିଛି ଦିନ କିମ୍ବା ସପ୍ତାହ ପରେ ଦ୍ୱିତୀୟ ଗର୍ଭଧାରଣ ହୋଇପାରେ। ଏହା ବିଶ୍ୱରେ କେବଳ ୦.୦୩ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଘଟିଥାଏ।

Also Read: ୪୦ ଦିନର ନବଜାତ ପେଟ ଭିତରେ ବଢୁଥିଲା ଭୃଣ, ଡାକ୍ତର ଜାଣି ହୋଇଗଲେ ଆଶ୍ଚର୍ଯ୍ୟ

ଏପରି କିପରି ହେଲା ବୋଲି ୩୦ ବର୍ଷିୟା କାରା ତାଙ୍କ ଡାକ୍ତରଙ୍କୁ ପଚାରି ଥିଲେ। ଆଉ କାରାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଗର୍ଭାଶୟରୁ ଭିନ୍ନ ଭିନ୍ନ ସମୟରେ ଦୁଇଟି ଅଣ୍ଡା ବାହାରିଥିଲା। ଯାହା ସୁକ୍ରାଣୁ ସଂସ୍ପର୍ଷରେ ଆସିଥିଲା। ସେମାନେ ପ୍ରାୟ ଏକ ସପ୍ତାହ ବ୍ୟବଧାନରେ ବିଭିନ୍ନ ସମୟରେ ଫର୍ଟିଲାଇଜ୍ ହୋଇଥିଲେ। କିନ୍ତୁ ଗର୍ଭଧାରଣ ଯାତ୍ରା ଏକ ଚମତ୍କାର ଘଟଣା ଥିଲା ବୋଲି ଡାକ୍ତର ମତ ପ୍ରକାଶ କରିଛନ୍ତି।

fallback

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, କାରାଙ୍କର ପ୍ରଥମ ପୁଅ 2018 ରେ ଜନ୍ମ ହୋଇଥିଲେ। ଏହା ପରେ ଲଗତର ତିନିଥର ୱିନହୋଲ୍ଡଙ୍କ ଗର୍ଭପାତ ହୋଇଥିଲା। ପ୍ରଥମଟି ୨୦୧୯ରେ ଏକ ଶିଶୁ କନ୍ୟା ଏବଂ ଅନ୍ୟଟି ୨୦୨୦ରେ ନଷ୍ଟ ହୋଇଥିଲା। ଶେଷଟାରେ କାରାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଏଥିରେ ତାଙ୍କ ଜୀବନ ଚାଲିଯାଇଥାନ୍ତା। ତେଣୁ ସେ ପୁନର୍ବାର ଗର୍ଭବତୀ ହେବାକୁ ଭୟ କରୁଥିଲେ।

Also Read: World No Tobacco Day : ସାଇଲେଣ୍ଟ କିଲର୍ କବଜାରେ ରାଜ୍ୟର ଅଧା ପୁରୁଷ, ଏକ ଚତୁର୍ଥାଂଶ ମହିଳା

ଅନେକ ଥର ସ୍ୱାମୀ ବ୍ଲାକି ସହ ଆଲୋଚନା ବିଚାର ବିମର୍ଶ ପରେ କାରା ଗତ ବର୍ଷ ଫେବୃଆରୀରେ ଗର୍ଭବତୀ ହୋଇଥିଲେ। ଏହାର ଏକ ମାସ ପରେ ଡାକ୍ତର କାରାଙ୍କ ସୁପରଫେଟେସନ୍ ବିଷୟରେ କହିଥିଲେ। କାରା ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟଙ୍କ ଜନ୍ମ ମଧ୍ୟରେ ଛଅ ମିନିଟ୍ ବ୍ୟବଧାନ ଥିଲା। ସେମାନେ ସୁସ୍ଥ ଥିବା ଜଣାପଡିଛି।

ଠିକ୍ ଏହିଭଳି ଘଟଣା କାଲିଫର୍ଣ୍ଣିଆର ଓଡାଲିସ ମାର୍ଟିନେଜଙ୍କ ଠାରେ ଘଟିଥିଲା। ୨୫ ବର୍ଷିୟା ଓଡାଲିସ ଦୁଇଥର ଗର୍ଭପାତ ପରେ ଗର୍ଭବତୀ ହୋଇଥିଲେ। ସେ ଗତବର୍ଷ ଦୁଇଟି କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରେ ପାଞ୍ଚ ଦିନର ବ୍ୟବଧାନ ଥିଲା। ଉଭୟେ ଯମଜ ପରି ଦେଖାଯାଉଥିଲେ ମଧ୍ୟ ଜନ୍ମ ସମୟ ଭିନ୍ନ ହୋଇଥିବାରୁ ଯମଜ ନୁହଁନ୍ତି। ସେହିପରି ୨୦୨୧ରେ ରିବିକା ରବର୍ଟ ନାମକ ଜଣେ ୩୯ ବର୍ଷିୟା ବ୍ରିଟିସ ମହିଳା ଦୁଇଟି ଗର୍ଭଧାରଣ କରିଥିଲେ। କିନ୍ତୁ ସେଥିମଧ୍ୟରୁ ଜଣେ ଭୃଣ ଛୋଟ ଓ ଅସାମାନ୍ୟ ଥିବା ଡାକ୍ତର କହିଥିଲେ।