Trending Photos
Top 10 news head lines: ଦିନ ତମାମ ରାଜ୍ୟ ତଥା ଦେଶରେ ଅନେକ ଛୋଟ ବଡ଼ ଘଟଣା ଘଟିଯାଇଛି । ଆସନ୍ତୁ ସକ୍ଷିପ୍ତରେ ଜାଣିବା କିଛି ଛୋଟ ବଡ଼ ଖବର ।
ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବବଙ୍କ ପାଇଁ ଖୁସି ଖବର । ପିଲା ସ୍କୁଲ୍ ଆସିପାରୁନଥିଲେ ଘରେ ଦିଆଯିବ ମଧ୍ୟାହ୍ନ ଭୋଜନ ସାମଗ୍ରୀ । ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକୀୟ ଶୁଖିଲା ରାସନ ସାମଗ୍ରୀ ଓ ରୋଷେଇଁ ପାଇଁ ଆବଶ୍ୟକିୟ ଖର୍ଚ୍ଚକୁ ଘରେ ପହଞ୍ଚାଇବେ କର୍ତ୍ତୃପକ୍ଷ । ୬ରୁ ୧୪ ବର୍ଷ ମଧ୍ୟରେ ଥିବା ଅସୁସ୍ଥ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇବେ ଏହି ଏହି ସୁବିଧା । ସମୁଦାୟ ୩୬୯୪ ଜଣ ଛାତ୍ରଛାତ୍ରୀ ଏହି ସୁବିଧାର ଲାଭ ପାଇବେ ।
ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନାଇ ଆକଳନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ କାରଣରୁ ବର୍ଷା ହେବା ନେଇ ସୂଚନା ମିଳିଛି । କେବଳ ସେତିକି ନୁହେଁ, ସେପ୍ଟେମ୍ୱର ମାସରେ ଅଧିକାଂଶ ସ୍ଥାନ ଗୁଡିକରେ ବର୍ଷା ଭଲ ହେବ ବୋଲି ଆକଳନ କରାଯାଇଛି ।
ବୌଦ୍ଧ: ବାଉଁଶୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । କୋଦାଳରେ ପିଟି ବଡ଼ ଭାଈକୁ ହତ୍ୟା କରିଛି ସାନ ଭାଈ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସାନ ଭାଈକୁ ଗିରଫ କରିଛି । ଘରୋଇ କଳିରୁ ସାନ ଭାଈ ହତ୍ୟା କରିଥିବା ସୂଚନା ମିଳିଛି ।
ପୁରୀ: କୁମ୍ଭାରପଡା ଥାନା ଜଟିଆବାବାଜି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ଗୋପବନ୍ଧୁ ଲେନର ଲଡୁ ନାୟକ ନାମକ ଯୁବକଙ୍କୁ କିଛି ଯୁବକ ଲୁହା ପାଇପରେ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଖବର ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ଭାଈ ଭଉଣୀଙ୍କ ସ୍ନେହ ପ୍ରେମର ପର୍ବ ରକ୍ଷା ବନ୍ଧନ ପାଳନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପର୍ବ ପାଳନ ଅବସରରେ ରାଷ୍ଟ୍ରପତି ପିଲାମାନଙ୍କୁ ଚକୋଲେଟ୍ ଉପହାର ଦେଇଛନ୍ତି ।
ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚନଙ୍କ ପରିବାରକୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରକ୍ଷା ବନ୍ଧନ ପରି ପବିତ୍ର ଦିନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାରୁ ଖୁସି ପ୍ରକାଶ କରିଛନ୍ତି ବଚ୍ଚନ ପରିବାର ।
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ସମୁଦାୟ ୭୦ଜଣ କର୍ମଚାରୀ ୩ଟି ସିଫ୍ଟରେ କାମ କରିବେ । AAI ଓ BEL ପକ୍ଷରୁ ସମୁଦାୟ ୪୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଟାୱାର । ଆସନ୍ତା ମାସରୁ ଏହା ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି ।
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଧାନୀରେ ହେବ ‘ମିଶ୍ରଣ ପର୍ବ’ । ସେପ୍ଟେମ୍ୱର ୫ ତାରିଖ ଏହି କାର୍ଯ୍ୟକ୍ରମ ହେବା ନେଇ ସୂଚନା ଦିଆଯାଇଛି । ଅନ୍ୟ ଦଳରୁ ଅନେକ ନେତା ଓ କର୍ମୀ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେବେ । କଂଗ୍ରେସର ବରିଷ୍ଠ ନେତା ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ । ତେବେ କେଉଁ ନେତା ଓ କର୍ମୀ ଯୋଗଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।
ଢେଙ୍କାନାଳ: କୁଲେଇ ଅଞ୍ଚଳରେ ଥିବା ଜିଏମ୍ ଆଇରନ୍ କାରଖାନାରେ ଆଜି ଅପରାହ୍ନ ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କୁ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୂର୍ଘଟଣା ପରେ କାରଖାନା ମୁଖ୍ୟ ଗେଟରେ କମ୍ପାନୀ ପକ୍ଷରୁ ତାଲା ପକାଯାଇଛି । ବର୍ତ୍ତମାନ କମ୍ପାନୀ ଭିତରକୁ କାହାକୁ ଛଡାଯାଉନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆଦିଲ୍ଲୀ: ଏସିଆ କପ୍ ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଛି । ଆଜିର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ବାବର ଆଜମଙ୍କ ଦେଢ ଶତକ ହାସଲ କରିଛନ୍ତି । ନେପାଳ ପାଇଁ ଟାର୍ଗେଟ ରହିଛି ୩୪୩ ରନ୍ ।
Also Read- ମାତ୍ର ୩୨ ବର୍ଷ ବୟସରେ ୯୬ ପିଲାଙ୍କ ପିତା, ନିଜ ପିଲାଙ୍କୁ ଭେଟିବା ପାଇଁ ଚାକିରି ଛାଡି ୯ହଜାର ମାଇଲ କଲେ ଯାତ୍ରା!
Also Read- ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍ ପୋଲିସ, ନୂଆ ମିଶନର ନାଁ ‘ସହଭାଗୀତା’