Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1774389

Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟକୁ (Odisha) ମୌସୁମୀ (Monsoon )ଆସିଛି ସତ କିନ୍ତୁ ଗୁଳୁଗୁଳି କମୁନି । ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଯାହା ଫଳରେ ରାଜ୍ୟରେ କମ୍ ବର୍ଷା ହେଉଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ ମଧ୍ୟ କୁହାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ରାଜ୍ୟକୁ (Odisha) ମୌସୁମୀ (Monsoon )ଆସିଛି ସତ କିନ୍ତୁ ଗୁଳୁଗୁଳି କମୁନି । ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଯାହା ଫଳରେ ରାଜ୍ୟରେ କମ୍ ବର୍ଷା ହେଉଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ ମଧ୍ୟ କୁହାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି (IMD)।

Also Read: Odisha Train Accident: ଜେରା ବେଳେ CBI ହାତରେ ଲାଗିଲା ବଡ଼ ସୁରାଖ୍! ଏହି ତିନି ଅଭିଯୁକ୍ତଙ୍କ ବଢିପାରେ ରିମାଣ୍ତ ଅବଧି

Also Read: Horoscope Today 11 July 2023: ଆଜି ବିପଦରେ ପଡ଼ିପାରନ୍ତି ଏହି ୪ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ବଙ୍ଗୋପସାଗରରରୁ  ଉପକୂଳ ଆଡକୁ  ଦକ୍ଷିଣ -ପୂର୍ବ ପବନର ପ୍ରବାହ ଯୋଗୁଁ  ଜୁଲାଇ ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ମୌମୁମୀ ଦୁର୍ବଳ ଥିବାରୁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି କୁହାଯାଉଛି।  ତେବେ, ଜୁଲାଇ ୧୮ରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ  ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ । ଏବଂ ସେହିଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏବଂ ଏହା ଧିରେ ଧିରେ ଘନୀଭୂତ ହୋଇ ଜୁଲାଇ ୨୦ ତାରିଖ ସୁଧା ଗଭିର ଅବପାତରେ ପରିଣତ ହେବ ।  ଯାହାର ପ୍ରଭାବରେ ଜୁଲାଇ ୨୧ରୁ ୨୩ ମଧ୍ୟରେ ଉତ୍ତର ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

Also Read: Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ

Also Read: Bus accident: ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ବସ୍ ଦୁର୍ଘଟଣା, ଅନେକ ଯାତ୍ରୀ ଗୁରୁତର

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି । ୧ ଜୁନ୍‌ରୁ ଆଜି ୯ ଜୁଲାଇ ମଧ୍ୟରେ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫% କମ୍‌ । ତେବେ କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ଠାରୁ ୬୫ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦେବଗଡରେ ସବୁଠୁ ଅଧିକ ବର୍ଷା ହେଉଛି । ସ୍ୱାଭାବିକ ଠାରୁ ୫୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟର ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

Also Read: MS Dhoni on Dipak Chahar: ଏହି ଖେଳାଳିଙ୍କୁ ନେଇ ବହୁତ ବଡ଼ ବୟାନ ଦେଲେ କ୍ୟାପ୍ଟେନ କୁଲ, ଜାଣନ୍ତୁ କଣ କହିଲେ ଧୋନୀ

Also Read: Gold Rate: ମୂଲ୍ୟ ବୃଦ୍ଧି ସତ୍ତ୍ୱେ ୬୦ ହଜାର ତଳେ ସୁନା ଦର, ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ