ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଘର ଉପରେ ଛାତ୍ର କଂଗ୍ରେସର ଅଣ୍ଡାମାଡ। ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଅଣ୍ଡାମାଡ଼ ସହ ପ୍ରତିବାଦ କଲା ଛାତ୍ର କଂଗ୍ରେସ
Trending Photos
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ସିଧାସଳଖ ନ ହେଲେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଜେଡ଼ିର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଧିରେ ଧିରେ ପଦାକୁ ଆସିବାରେଲାଗିଛି। ଗତକାଲି ବିଜେପି ନେତ୍ରୀ ପ୍ରତିଭା ପରିଡ଼ାଙ୍କ ସାମ୍ବାଦିକ ସମ୍ମିଳନୀରେ ସମୀରଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଉପରକୁ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି।
ସୂଚନାଯୋଗ୍ୟ ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ସମୀରଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ଧର୍ମେନ୍ଦ୍ର ମଧ୍ୟରେ ମନ୍ତ୍ରୀଙ୍କୁ ପରୋକ୍ଷରେ ଟାର୍ଗେଟ କରି ଭିଡ଼ିଓ ଜାରି କରିଥିଲେ। ମନ୍ତ୍ରୀଙ୍କ ନାଁ ନ ନେଇ ସେ ପରୋକ୍ଷରେ ଇଙ୍ଗିତ କରିଥିଲେ। ତାଙ୍କ ମୋବାଇଲରେ ସବୁ ଭିଡ଼ିଓ ରହିଥିବା ନେଇ ଧର୍ମେନ୍ଦ୍ର କହିଥିଲେ। ଆହୁରି ମଧ୍ୟ ଅନେକ ତଥ୍ୟର ଉନ୍ମୋଚନ କରିବାକୁ ଉକ୍ତ ଭିଡ଼ିଓରେ କହିଥିଲେ।
ବିରୋଧ କଲେଣି ବିଜେପି ଓ କଂଗ୍ରେସ; ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲେ ଛାତ୍ର କଂଗ୍ରେସ #ZeeOdishaNews #EggAttack #OdishaNews #OdishaCongress pic.twitter.com/9Xk4Pdex4R
— ZEE Odisha News (@ZeeOdisha) September 28, 2022
ସୂଚନାଯୋଗ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ପରୋକ୍ଷରେ ହାତ ରହିଥିବା ନେଇ ରାଜନୈତିକ ମାହୋଲରେ ଆଲୋଚନା ହୁଏ। ଧର୍ମେନ୍ଦ୍ରଙ୍କ ପରିବାର ସହିତ ଉକ୍ତ ବରିଷ୍ଠ ବିଜେଡ଼ି ନେତାଙ୍କ ସହିତ ଘରୋଇ ସମ୍ପର୍କ ରହିଥିବା ନେଇ ଆଲୋଚନା ହୁଏ। ଯାହାକୁ ନେଇ ଧର୍ମେନ୍ଦ୍ର ଚିନ୍ତାରେ ରହୁଥିବା ନେଇ ଆଲୋଚନା ହେଉଛି। ପୂର୍ବରୁ ଅଧିକାଂଶ ସମୟରେ ତାଙ୍କ ପତ୍ନୀଙ୍କୁ ପ୍ରମାଣ ସହ ଧରିଥିବା ନେଇ ମଧ୍ୟ ଧର୍ମେନ୍ଦ୍ର ଇଙ୍ଗିତ ଦେଇଥିଲେ। ଏପରିକି ଧର୍ମେନ୍ଦ୍ର ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟରେ ମଧ୍ୟ ଅନେକ ଗୁମର ଲୁଚିଥିବା ନେଇ ଇଙ୍ଗିତ କରିଥିଲେ। ତାଙ୍କ ମୋବାଇଲ ଫୋନରେ ଅନେକ ଭିଡ଼ିଓ ରହିଛି ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଧର୍ମେନ୍ଦ୍ର ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ। ତେବେ ତାହାକୁ ଖୁବଶୀଘ୍ର ସାମ୍ନାକୁ ଆଣିବା ପାଇଁ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓରେ ପ୍ରକାଶ କରିଥିଲେ।
ସେପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଧର୍ମେନ୍ଦ୍ରଙ୍କ ଶ୍ୱଶୂର ଘର ବେଶ ପ୍ରତିପତ୍ତିଶାଳୀ। ଏପରିକି ଧର୍ମେନ୍ଦ୍ରଙ୍କ ଶ୍ୱଶୂର ରାଜ୍ୟ କଂଗ୍ରେସ ଟାଣୁଆ ନେତା ସୁରେଶ ରାଉତରାୟଙ୍କର ବନ୍ଧୁ ବୋଲି ଆଲୋଚନା ହେଉଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁର କିଛି ସମୟ ପରେ ତାଙ୍କ ଜ୍ୱାଇଁକୁ ମାରିଦେଇଥିବା ନେଇ ସୁରବାବୁ ଉଚ୍ଚ ସ୍ୱରରେ ମିଡ଼ିଆ ଆଗରେ କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ସୁର ବାବୁ ସମ୍ପୂର୍ଣ୍ଣ ଭାବେ ନିରବ ହୋଇଯାଇଥିଲେ। ହଠାତ ସୁରବାବୁଙ୍କ ସ୍ୱର ଥମିଯିବା ନେଇ ରାଜନୈତିକ ମାହୋଲରେ ହଟଚମଟ ସୃଷ୍ଟି କରିଛି। ଧର୍ମେନ୍ଦ୍ରଙ୍କୁ ନିଜର ଜ୍ୱାଇଁ ବୋଲି ସମ୍ବୋଧନ କରିବା ଓ ତାଙ୍କ ମୃତ୍ୟୁର ତଦନ୍ତ ଦାବି କରି ହଟାତ ନିରବ ରହିବା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛନ୍ତି। ସେ ଯାହା ବି ହେଉ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ତଦନ୍ତ ସଠିକ ଢଙ୍ଗରେ ହେଲେ ଅନେକ ଗୁମର ସାମ୍ନାକୁ ଆସିବ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଅଧିକ ପଢନ୍ତୁ: Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !