Advertisement
Photo Details/zeeodisha/odisha2597530
photoDetails0hindi

Aajira Panipaga: ଆଜିଠୁ ପ୍ରବଳ କୁହୁଡ଼ି, ଏହି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି...

Aajira Panipaga: ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କଲବଲ କରିବ କୁହୁଡି। ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। 

1/6

Aajira Panipaga: ଏବେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ପ୍ରବଳ କୁହୁଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କଲବଲ କରିବ କୁହୁଡି। ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। 

2/6
୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ(Koraput), କଟକ, ‌ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ(Dhenkanal), ନୟାଗଡ଼ ଓ ସୁନ୍ଦରଗଡ଼ ଏଭଳି ୯ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

3/6

ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଦୃଶ୍ୟମାନ୍ୟତା ହ୍ରାସ ପାଇବ।। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।

4/6

ଏ ନେଇ ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

5/6

ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ସତର୍କତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

6/6

ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବ। ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।