Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !
Advertisement
Article Detail0/zeeodisha/odisha2125425

Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !

Weather Update: ରାଜ୍ୟରେ ଏବେ ଶୀତ (cold) ଗାଏବ ହୋଇଯାଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଗତକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ତାତି (heat wave) କମିଛି।  ଶୁକ୍ରବାର ପାରଳାଖେମୁଣ୍ତିରେ ପାରଦ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଛି।  

Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !

Weather Update: ରାଜ୍ୟରେ ଏବେ ଶୀତ (cold) ଗାଏବ ହୋଇଯାଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଗତକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ତାତି (heat wave) କମିଛି।  ଶୁକ୍ରବାର ପାରଳାଖେମୁଣ୍ତିରେ ପାରଦ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଛି।  ଉତ୍ତର ଛତିଶଗଡ଼ ଅଞ୍ଚଳରେ ଗୁରୁବାର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଗତ ୨୪ ଘଣ୍ଟା ମଧ୍ୟରେ ଗତି କରି ଦକ୍ଷିଣ ଛତିଶଗଡ ଓ ତାର ପାଶ୍ବବର୍ତ୍ତୀ ଅଂଚଳରେ ସମୁଦ୍ର ପତନ ଠାରୁ  ୦.୯ ଉପରେ ସକ୍ରିୟ ରହିଛି। ପ୍ରଭାବରେ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ ବଳୟ ପ୍ରଭାବରୁ ତାପମାତ୍ରା  ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ( Bhubaneswar Meteorological Centre) କହିଛି। 

 

ଘୂର୍ଣ୍ଣିବଳୟ ପ୍ରଭାବରେ ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା (rain) ହେବାର ସମ୍ଭାବନା ରହିଛି। ଶନିବାର ଉତ୍ତର ତଥା ତାର ପାଶ୍ବବର୍ତ୍ତୀ ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ (Yellow alert) ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ନୟାଗଡ ଓ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ରହିଛି।  ଏହା ବ୍ୟତିତ ଦେବଗଡ, ସୁନ୍ଦରଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ସମେତ ଦକ୍ଷିଣ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ବିଭାଗ।  ୨୫ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୁତି କମିବ। କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। ଏବେ ୪ ଦିନ ରାଜ୍ୟରେ ରାତି ତାପମାତ୍ରାରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।