Weather Updates: କାଲିଠୁ ବଡ଼ ବର୍ଷା, ୧୮ ଜିଲ୍ଲା ପାଇଁ ୟେଲୋ ଆଲର୍ଟ
Advertisement
Article Detail0/zeeodisha/odisha2414964

Weather Updates: କାଲିଠୁ ବଡ଼ ବର୍ଷା, ୧୮ ଜିଲ୍ଲା ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବର୍ଷାରେ ଭିଜିବ ଗଣେଶ ପୂଜା। ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବ। ପଶ୍ଚି

Weather Updates: କାଲିଠୁ ବଡ଼ ବର୍ଷା, ୧୮ ଜିଲ୍ଲା ପାଇଁ ୟେଲୋ ଆଲର୍ଟ

Weather Updates: ଭୁବନେଶ୍ୱର: ବର୍ଷାରେ ଭିଜିବ ଗଣେଶ ପୂଜା। ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାପରେ ଏହା ପ୍ରଭାବରେ ସେପ୍ଟେମ୍ବର ୫ ଗୁରୁବାର ଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ କାଲିଠୁ ଏହାର ପରିମାଣ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏହି ବର୍ଷା ପାଇଁ ପାଣିପାଗ ବିଭାଗ ୧୪ଟି ଜିଲ୍ଲା ପାଇଁ ପୀତ ସତର୍କତା ଜାରି କରିଛି। 

 

୫ ତାରିଖ ପାଇଁ ୧୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ହଳଦିଆ ଆଲର୍ଟ ଜାରି କରିଛି। ଦକ୍ଷିଣ ଓଡିଶାର ଏହି ୧୮ଟି ଜିଲ୍ଲା ପାଇଁ ଘଡ଼ଘଡ଼ି ସହିତ ବିଜୁଳି ଓ ବର୍ଷା ପାଇଁ ସତର୍କତା ଜାରି କରିଛି। ଏହି ଜିଲ୍ଲା ମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି ରହିଥିବା ବେଳେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ଼ ଓ ନୂଆପଡ଼ା ଏବଂ ବଲାଙ୍ଗୀର ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି। 

ସେହିପରି ୬ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ଏନେଇ ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି। ଗଣେଶ ପୂଜାରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୮ ଓ ୯ ତାରିଖରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।