Trending Photos
Dinosaurs might be roaming some other planet:
ଜୁରାସିକ୍ କାଳରେ ପୃଥିବୀ ଉପରେ ଡାଇନୋସୋରଙ୍କ ରାଜୁତି ଥିଲା । ବିଶାଳକାୟ ଏହି ଜୀବ ଖାଦ୍ୟଶୃଙ୍ଖଳାରେ ପ୍ରଥମ ସ୍ଥାନରେ ଥିଲେ । କିନ୍ତୁ ପାଖପାଖି ୧୦ କୋଟି ବର୍ଷତଳେ ଗୋଟିଏ ଦିନରେ ପୃଥିବୀ ଉପରୁ ଡାଇନୋସରଙ୍କ ରାଜୁତିର ଅନ୍ତ ଘଠିଥିଲା । ଗୋଟିଏ ବିଶାଳକାୟ ଉଲକାପୀଣ୍ଡ ପୃଥିବୀରେ ଯେଉଁ ଧ୍ୱଂସଲୀଳା ସୃଷ୍ଟି କରିଥିଲା ସେଥିରେ ଡାଇନୋସର ସବୁଦିନ ପାଇଁ ଲୋପ ପାଇଯାଇଥିଲେ । ଏବେ କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ବର୍ତ୍ତମାନ ବି ଅନ୍ୟ ଗ୍ରହମାନଙ୍କରେ ଡାଇନୋସର ରହିଥାଇ ପାରନ୍ତି । ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀଠାରୁ ବହୁ ଦୂରରେ ଥିବା ଅନ୍ୟ ଗ୍ରହମାନଙ୍କରେ ଡାଇନୋସର ଭଳି ପ୍ରଜାତିର ଜୀବ ଥିବା ସମ୍ଭାବନା ଅଛି।
ଅଧ୍ୟୟନର ମୁଖ୍ୟ ଲେଖକ ଲିସା କାଲ୍ଟେନେଗର୍ କହିଛନ୍ତି ଯେ ବସବାସ ଯୋଗ୍ୟ ଗ୍ରହଙ୍କ ବାବଦରେ ଆମର ବର୍ତ୍ତମାନର ଧାରଣା ପୃଥିବୀର ବିଶିଷ୍ଟ ଆଲୋକ ଫିଙ୍ଗର ପ୍ରିଣ୍ଟ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛି, କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଏହି ଫିଙ୍ଗର ପ୍ରିଣ୍ଟ ଅଧିକ ଶକ୍ତିଶାଳୀ ଥିଲା,ଯାହାଦ୍ୱାରା ଜୀବନର ସଂକେତର ପତା ଲଗାଇବା ଅଧିକ ସହଜ ହୋଇଥିଲା । କିନ୍ତୁ ଭଲ ଖବର ହେଉଛି ମାନବ ପାଖରେ ଏଭଳି ବୈଷୟିକ ଜ୍ଞାନ ରହିଛି ଯାହା ପ୍ରଜାତିଗୁଡ଼ିକୁ ଚିହ୍ନଟ କରିପାରିବ ।
ମାନବ ଅନ୍ୟ ଗ୍ରହରେ “ଜୁରାସିକ୍ ୱାର୍ଲ୍ଡ” ଖୋଜି ପାରିବ
ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଥାଇ ଗବେଷକ ଅନ୍ୟ ଗ୍ରହମାନଙ୍କରେ ଏପରି ସମ୍ଭାବ୍ୟ ଜୀବନକୁ ଖୋଜି ପାରିବେ । ଏହି ସମ୍ଭାବ୍ୟ ଜୀବମାନଙ୍କୁ ଚିହ୍ନଟ କରିବାର ଚାବି ହେଉଛି ହେଉଛି ସେହି ଯୌଗିକଙ୍କୁ ଖୋଜିବା ଯହା ଏବେ ପୃଥିବୀରେ ନାହିଁ କିନ୍ତୁ ଜୁରାସିକ ଯୁଗରେ ପୃଥିବୀପୃଷ୍ଠରେ ଥିଲା ।
ଅଧ୍ୟୟନରୁ ଜଣାପଡିଛି ଯେ ଡାଇନୋସର ଯୁଗରେ ଅମ୍ଳଜାନ ସ୍ତର ଅଧିକ ଥିଲା । ଯେଉଁ ଗ୍ରହରେ ଅମ୍ଲଜାନ ସ୍ତର ପୃଥିବୀରେ ଜୁରାସିକ ଯୁଗର ଅମ୍ଲଜାନ ସ୍ତର ଭଳି ଥିବ ସେଠାରେ ଡାଇନୋସର ଭଳି ପ୍ରାଣିଥିବାର ସମ୍ଭାବନା ବଢିଯାଏ । ଅର୍ଥାତ ଅମ୍ଲଜାନର ବହୁଳତା ଅନ୍ୟ ଗ୍ରହମାନଙ୍କରେ ଜଟିଳ ଜୀବନର ଅସ୍ତିତ୍ୱ ପାଇଁ ଏକ ମୂଲ୍ୟବାନ ସୂଚକ ଭାବରେ କାର୍ଯ୍ୟ କରିପାରେ। ଡାଇନୋସର ସମୟରେ ପୃଥିବୀରେ ଅଧିକ ଅମ୍ଳଜାନ ସ୍ତର ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା,ଯାହା ଜଟିଳ ଜୀବମାନଙ୍କୁ ବଂଶବିସ୍ତାର କରିବାକୁ ସୁଯୋଗ ଦେଇଥିଲା ।ଏବେ ପୃଥିବୀରେ ଅମ୍ଳଜାନ ସ୍ତର ୨୧ ପ୍ରତିଶତରେ ସ୍ଥିର ରହିଛି।
ବୈଜ୍ଞାନିକଙ୍କ ଅନୁସାରେ ଅନ୍ୟ ଗ୍ରହମାନଙ୍କରେ ଡାଇନୋସର ପରି ପ୍ରଜାତିର ଜୀବନ ଚିହ୍ନଟ କରିବାର ଆଉ ଗୋଟିଏ ଉପାୟ ହେଉଛି ପୃଥିବୀରେ ଉନ୍ନତ ଟେଲିସ୍କୋପ ବ୍ୟବହାର ।ଏବଂ ଏହି ଅଭିଯାନର ଗୋଟିଏ ସୁରାକ ଏହା ହୋଇପାରେ ଯେ କ’ଣ କୌଣସି ଗ୍ରହ ଫାନେରୋଜୋଜିକ୍ ପର୍ଯ୍ୟାୟରେ ଅଛି କି ନାହିଁ ।
ଯଦି କୌଣସି ଗ୍ରହ ଫାନେରୋଜୋଇକ୍ ପର୍ଯ୍ୟାୟରେ ଥାଏ ତେବେ ତାହା ଏହାକୁ ବୃହତ ଏବଂ ଜଟିଳ ଜୀବନ ରୂପ ଧାରଣ କରିବାକୁ ଅନୁମତି ଦେଇଥାଏ, ଯାହା ଡାଇନୋସରର ଅସ୍ତିତ୍ୱ ପାଇଁ ଏକ ସମ୍ଭାବ୍ୟ ଉତ୍ସ ହୋଇପାରେ ।
କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ରେବିକା ପାଏନ୍ ଦ ସନକୁ ସାକ୍ଷାତକାରରେ କହିଛନ୍ତି ଯେ, ଫାନେରୋଜୋଇକ୍ ପୃଥିବୀର ବର୍ତ୍ତମାନ ଇତିହାସର ୧୨% ଅଟେ କିନ୍ତୁ ଏଥିରେ ପ୍ରାୟ ସେହି ସମ୍ପୂର୍ଣ୍ଣ ସମୟ ସାମିଲ ଅଛି ଯେତେବେଳେ ଜୀବନ ମାଇକ୍ରୋବସ୍ ଏବଂ ସ୍ପଞ୍ଜ ଅପେକ୍ଷା ଅଧିକ ଜଟିଳ ଥିଲା।ଏହା ଆମକୁ ଆଶା ଦେଇଥାଏ ଯେ ବ୍ରହ୍ମାଣ୍ଡର ଅନ୍ୟକୌଣସି ସ୍ଥାନରେ ଜୀବନର ଚିହ୍ନ-ଏପରିକି ବଡ଼ ଓ ଜଟିଳ ଜୀବନ- ଖୋଜିବା ଟିକିଏ ସହଜ ହୋଇପାରେ।