ବୈତରଣୀ ଗର୍ଭରେ ବିରାଟ ଶିବ ଲିଙ୍ଗ
Advertisement
Article Detail0/zeeodisha/odisha867183

ବୈତରଣୀ ଗର୍ଭରେ ବିରାଟ ଶିବ ଲିଙ୍ଗ

ବାଲି ଉଠାଣ ବେଳେ ବୈତରଣୀ (Baitarani river) ଗର୍ଭରୁ ଠାବ ହୋଇଛି ବିରାଟ ଶିବ ଲିଙ୍ଗ (Shivling) । ପୁରାଣ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର (Siddheswar temple) ନିକଟରୁ ଏହି ଶିବ ଲିଙ୍ଗ ଏବଂ ୨ଟି ମନ୍ଦିରର (ancient temple) ଚୂଡ଼ା ବାହାରିଥିବାରୁ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏହା ବିଶେଷ ମହତ୍ତ୍ୱ ରଖେ।

ଡିଜାଇନ ଫଟୋ

ଯାଜପୁର: ଏଇ ନିକଟରେ ଶିବରାତ୍ରୀ ଯାଇଛି। ସେହିଦିନ ହିଁ ନଦୀ ଗର୍ଭରେ ଦେଖିବାକୁ ମିଳିଥିଲା ଶିବ ଲିଙ୍ଗ ଓ ୨ଟି ଛୋଟ ମନ୍ଦିର। ଯାହାକୁ ଦେଖିବାକୁ ଏବେ ଦୂର ଦୂରାନ୍ତରୁ ଭିଡ଼ ଜମୁଛି। ପୂଜାର୍ଚ୍ଚନା ବି କରାଯାଉଛି। ଯାଜପୁର ଜିଲ୍ଲା ଦାସରଥପୁର ଗ୍ରାମର ବୈତରଣୀ ନଦୀ ଗର୍ଭରେ ଦେଖିବାକୁ ମିଳିଛି ଏଭଳି ଅଲୌକିକ ଦୃଶ୍ୟ।

ବାଲି ଉଠାଣ ବେଳେ ବୈତରଣୀ (Baitarani river) ଗର୍ଭରୁ ଠାବ ହୋଇଛି ବିରାଟ ଶିବ ଲିଙ୍ଗ (Shivling) । ପୁରାଣ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର (Siddheswar temple) ନିକଟରୁ ଏହି ଶିବ ଲିଙ୍ଗ ଏବଂ ୨ଟି ମନ୍ଦିରର (ancient temple) ଚୂଡ଼ା ବାହାରିଥିବାରୁ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏହା ବିଶେଷ ମହତ୍ତ୍ୱ ରଖେ। ତେବେ ଏହି ଘଟଣା ପ୍ରଚାର ହେବା ପରେ  ଏଠାରେ ଲୋକଙ୍କ ଭିଡ଼ ଲାଗିଛି।

Also Read: ଦୋକାନୀଙ୍କ ଆନ୍ଦୋଳନ ପରେ ସମଲେଶ୍ୱରୀ ମନ୍ଦିର ମୁଖ୍ୟ ଫାଟକ ଖୋଲିଲା

ପୁରାଣ ପ୍ରସିଦ୍ଧ ତଥା ଅସ୍ଥି ବିସର୍ଜନ ପୀଠ ଭାବେ ଶିଦ୍ଧେସ୍ୱର ପୀଠର ବେଶ ଗୁରୁତ୍ୱ ରହିଛି। ସେପଟେ ବୈତରଣୀ ଗର୍ଭରୁ ଠାବ ହୋଇଥିବା ଶିବ ଲିଙ୍ଗ (ancient lingam) ଓ ମନ୍ଦିର ଭୌମ-କର ସାମ୍ରାଜ୍ୟ ସମୟର ବୋଲି ଇନଟାକର ଗବେଷକ ଦୀପକ ନାୟକ କହିଛନ୍ତି। ଏହି ବୃହତ୍ ଲିଙ୍ଗରେ ପ୍ରାୟ ଏକ ହଜାରରୁ ଅଧିକ କ୍ଷୁଦ୍ର ଶିବଲିଙ୍ଗ ରହିଥିବା ଗବେଷକ ଅଭିଷେକ ବେହୁରିଆ ଅନୁମାନ କରିଛନ୍ତି। ସ୍ଥାନୀୟ BDO ଓ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। 

ଅନ୍ୟପଟେ ଯାଜପୁରର (Jajpur) ନଦୀରେ କେବଳ ଏହି ଶିବ ଲିଙ୍ଗ ନୁହେଁ, ଏହାର ଆଖାପାଖ ଅଞ୍ଚଳକୁ ଅନୁଧ୍ୟାନ କଲେ ଅନେକ ପୂରାତନ କୀର୍ତ୍ତିରାଜିର ସନ୍ଧାନ ମିଳିପାରନ୍ତା। ତେଣୁ ସରକାର ଏହାର ପୁନଃଉଦ୍ଧାର କରିବା ସହ ASIର ଅନୁସନ୍ଧାନ ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।