ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'
Advertisement
Article Detail0/zeeodisha/odisha933501

ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'

ଭୁବନେଶ୍ବର ବିମାନବନ୍ଦରରେ ଏହାକୁ ପ୍ରଦର୍ଶନୀ କରିବା ପାଇଁ ଚାଲିଛି ଯୋଜନା । ସେପଟେ ପ୍ରତ୍ନତତ୍ବବିତ୍ତ ଅନିଲ ଧୀର କହିଛନ୍ତି ରାଜ୍ୟ ସରକାର ବାରମ୍ବାର ଏଭଳି ଯୋଜନା କରିଛନ୍ତି ହେଲେ ତାହା ବାସ୍ତବତାରେ ପରିଣତ ହୋଇନାହିଁ। 

ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'

ଚନ୍ଦନ ପାଇକରାୟ, ଭୁବନେଶ୍ୱର:  ବିଜୁ ବାବୁଙ୍କ ଶେଷ ସନ୍ତକ ଡାକୋଟା ବିମାନକୁ ଓଡି଼ଶା ଆଣିବା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବାଣିଜ୍ୟ ଓ  ପରିବହନ ବିଭାଗକୁ ଚିଠି ଲେଖା ଯାଇଛି । ଡାକୋଟାକୁ କୋଲକାତା ବିମାନବନ୍ଦରରୁ ପରିବହନ ବ୍ୟବସ୍ଥାରେ ଓଡି଼ଶା ଆଣିବା ପାଇଁ ପ୍ରକ୍ରିୟା କରଣ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ତେବେ ଡାକୋଟା ଆସି ଭୁବନେଶ୍ବରରେ କେଉଁଠି ସ୍ଥାପିତ ହେବ ତାହା ଠିକ ହୋଇନାହିଁ । ତେବେ ଭୁବନେଶ୍ବର ବିମାନବନ୍ଦରରେ ଏହାକୁ ପ୍ରଦର୍ଶନୀ କରିବା ପାଇଁ ଚାଲିଛି ଯୋଜନା । ସେପଟେ ପ୍ରତ୍ନତତ୍ବବିତ୍ତ ଅନିଲ ଧୀର କହିଛନ୍ତି ରାଜ୍ୟ ସରକାର ବାରମ୍ବାର ଏଭଳି ଯୋଜନା କରିଛନ୍ତି ହେଲେ ତାହା ବାସ୍ତବତାରେ ପରିଣତ ହୋଇନାହିଁ। 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ ରକ୍ଷା ପାଇଁ ଉଦ୍ୟମ । କୋଲକାତା ବିମାନବନ୍ଦର (Culcutta AirPort) ରେ ପଡ଼ି ରହିଥିବା ଡାକୋଟାକୁ ଅଣାଯିବ ଓଡ଼ିଶା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ । ବିଜୁ ବାବୁଙ୍କ ସାହସର ପ୍ରତୀକକୁ ଫେରାଇ ଆଣିବାକୁ ପଦକ୍ଷେପ । ସେପଟେ ରାଜ୍ୟ ସରକାରଙ୍କ ମନୋବଳ ଅଭାବ, କହିଲେ ପ୍ରତ୍ନତତ୍ତ୍ୱବିତ ଅନିଲ ଧିର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) ଙ୍କ ଶେଷ ସନ୍ତକ ରକ୍ଷା ପାଇଁ ପ୍ରୟାସ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେବା ଡାକୋଟା ବିମାନ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପଡ଼ି ରହିଛି । 

Also Read: Uttrakhand CM ଗାଦି ଛାଡିପାରନ୍ତି Tirath Singh Rawat

ଏହାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର (Odisha Government) । ଓଡ଼ିଶା ଆଣି ବିଜୁ ବାବୁଙ୍କ ସାହସର ପ୍ରତୀକ ସ୍ବରୂପ ସ୍ଥାପନ ପାଇଁ ବାରମ୍ବାର ସ୍ବର ଉଠିଛି । ଶେଷରେ ଡାକୋଟା (Dakota) କୁ ପରିବହନ ବିଭାଗ ମାଧ୍ୟମରେ ଆଣିବା ନେଇ ଏକ କମିଟି ଗଠନ କରିଛନ୍ତି ସରକାର । କମିଟି ରିପୋର୍ଟ ଆବଶ୍ୟକ ପଦକ୍ଷେପ ନିଆଯିବ । ତେବେ ଡାକୋଟାକୁ କେଉଁଠି ରଖାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନି । ଡାକୋଟାକୁ ଓଡ଼ିଶା ଆଣିବା ନେଇ ୨୦୧୨ରୁ ସରକାରଙ୍କୁ ଚିଠି ଲେଖି ଚାଲିଛନ୍ତି ପ୍ରତ୍ନତତ୍ତ୍ୱବିତ୍ ଅନିଲ ଧୀର । 

Also Read: 'ଜାଣନ୍ତୁ ଡେଲଟା ପ୍ଲସ୍ ଓ ତୃତୀୟ ଲହରକୁ ନେଇ କଣ ମିଳିଲା ନୂଆ ତଥ୍ୟ'

ଏପରିକି ଡାକୋଟା (Dakota) ର ଅବସ୍ଥା ମଧ୍ୟ ଯାଞ୍ଚ କରିଛନ୍ତି । ତେବେ ଅନିଲଙ୍କ ପ୍ରସ୍ତାବକୁ ନେଇ ଅନେକଥର ଡାକୋଟା ଫେରିବା ପାଇଁ କହିଛନ୍ତି ହେଲେ ସଫଳ ହୋଇନାହାଁନ୍ତି ସରକାର । ଡାକୋଟାକୁ ଓଡି଼ଶା ଆଣିବା ନେଇ ରାଜ୍ୟ ସରକାରଙ୍କ ମନୋବଳର ଅଭାବ ଥିବା ସେ ମତ ରଖିଛନ୍ତି ।ଏପରିକି ଶେଷ ଥର ପାଇଁ ୨୦୧୭ରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୪ଟି ବିମାନ ଉଡ଼ାଣ କରୁଥିଲେ ।  ସେଥିମଧ୍ୟରୁ ୯ଟି ଧ୍ବଂସ ପାଇଥିବା ବେଳେ ୩ଟିର କୌଣସି ପତ୍ତା ନାହିଁ ।ଗୋଟିଏ ବିମାନ ଇଣ୍ଡୋନେସିଆର ସଂଗ୍ରହାଳୟରେ ରହିଛି । ହେଲେ କଳିଙ୍ଗ ଏୟାରଲାଇନ୍ସ (Kalinga Airlines) ଯୋଗେ ଶେଷ ସନ୍ତକ ଭାବେ ଉଡ଼ାଣ କରୁଥିବା ଡାକୋଟା ଏବେ ଜରାଜୀର୍ଣ୍ଣ ଭାବେ ପଡି଼ରହିଛି । ବିଜୁଙ୍କ ସ୍ୱପ୍ନ ପୂରଣ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।