Odisha: ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ରାସ୍ତାରୁ ହଟିବ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ି, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1583848

Odisha: ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ରାସ୍ତାରୁ ହଟିବ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ି, ଜାଣନ୍ତୁ କାରଣ...

Vehicle Scrapping Policy Odisha: ରାଜ୍ୟରେ ବର୍ତ୍ତମାନ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି। ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଭେହିକିଲ୍‌ ସ୍କ୍ରାପିଂ ପଲିସି ଅଧିନରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ବାଧ୍ୟତାମୂଳକ ହଟାଯିବ। 

Odisha: ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ରାସ୍ତାରୁ ହଟିବ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ି, ଜାଣନ୍ତୁ କାରଣ...

Over 20 Lakh Vehicles To Be Scrapped From Odisha: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଭେହିକିଲ୍‌ ସ୍କ୍ରାପିଂ ପଲିସି ଅଧିନରେ ଆସନ୍ତା ୧୫ ମାର୍ଚ୍ଚ ସୁଦ୍ଧା ଓଡିଶା ସରକାର ରାଜ୍ୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ିକୁ ରାସ୍ତାରେ ହଟାଇବାକୁ ଯାଉଛନ୍ତି। ଗୁରୁବାର ବିଧାନସଭାରେ ଏ ସମ୍ପର୍କରେ ଜଣାଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟରେ ମୋଟ ମୋଟ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡ଼ି ଯାହା ୧୫ ବର୍ଷରୁ ଅଧିକ ପୁରୁଣା ଏବଂ ଯାହାର ଫିଟନେସ୍ ନାହିଁ ତାହାକୁ ରାସ୍ତାରୁ ହଟାଯିବ। ରାସ୍ତାରୁ ହଟାଯିବାକୁ ଗାଡ଼ି ମଧ୍ୟରେ ୧୨ ଲକ୍ଷ ୯୯ ହଜାର ୩୫୧ ଦୁଇ ଚକିଆ ଯାନ ଅନ୍ତର୍ଭୂକ୍ତ ରହିଛି।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି। ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଭେହିକିଲ୍‌ ସ୍କ୍ରାପିଂ ପଲିସି ଅଧିନରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ବାଧ୍ୟତାମୂଳକ ହଟାଯିବ। ନୂତନ ଗାଡ଼ି କିଣିବା ପାଇଁ ଗାଡ଼ି ମାଲିକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। 

ଭେହିକିଲ୍‌ ସ୍କ୍ରାପିଂ ପଲିସି ନିର୍ଦ୍ଦେଶାବଳୀ ଅନୁଯାୟୀ, ସେହି ଗାଡି ଯାହାର ପଞ୍ଜୀକରଣ ସାର୍ଟିଫିକେଟ୍ ନବୀକରଣ କରାଯାଇନାହିଁ କିମ୍ବା ଯାହାକୁ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇନାହିଁ, ଯାହାର ଉପଯୋଗିତା ଶେଷ ହୋଇଯାଇଛି, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ଯାାହାର ମାଲିକାନା ସରକାରୀ ଏଜେନ୍ସି/ସ୍ୱୟଂଶାସିତ ପରିଷଦ ପାଖରେ ରହିଛି ତାହାକୁ ନିର୍ଦ୍ଦିଷ୍ଟ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (Registered Vehicle Scrapping Facility) ଆରଭିଏସଏଫ (RVSF) କେନ୍ଦ୍ର ଠାରେ ସ୍କ୍ରାପ୍ (Vehicle Scrap) କରି ଦିଆଯିବ।

ଯଦି କୌଣସି ଗାଡ଼ି ମାଲିକ ସ୍କ୍ରାପ୍ ହୋଇଥିବା ଗାଡି ବଦଳରେ ସମାନ ପ୍ରକାରର ଗାଡି କିଣିବାକୁ ଚାହୁଁଛନ୍ତି, ତାହେଲେ ସରକାର ମୋଟର ଯାନ ଟ୍ୟାକ୍ସ ଅଧିନରେ ରିହାତି ପ୍ରଦାନ କରିବେ। ମାଲିକ କ୍ରୟ କରିଥିବା ନୂତନ ଯାନ ବିରୋଧରେ ସରକାର ପୂର୍ବ ଶୋ’ ରୁମ ମୂଲ୍ୟର ୬ ପ୍ରତିଶତ ସ୍କ୍ରାପ ମୂଲ୍ୟ ପ୍ରଦାନ କରିବେ।

ଏହି ନୀତି ଅନୁଯାୟୀ ଓଡ଼ିଶା ସରକାର ନିବେଶକଙ୍କୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରିବ, ଯେଉଁମାନେ ରାଜ୍ୟରେ ଆରଭିଏସଏଫ ପ୍ରତିଷ୍ଠା କରିବେ। ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧାକୁ ଶିଳ୍ପ ୟୁନିଟ୍ ଭାବରେ ବ୍ୟବହାର କରାଯିବ ଏବଂ ଶିଳ୍ପ ନୀତି ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡକୋ (Industrial Infrastructure Development Corporation) ଇଡୋକୋ (IDCO) ନିବେଶକଙ୍କୁ ଶିଳ୍ପ ଲାଗି ଜମି ଯୋଗାଇବ।